ପର୍ଯ୍ୟଟକଙ୍କୁ ପିଟିଲେ ସଫାରି କର୍ମଚାରୀ

ବାରଙ୍ଗ,୨୩।୫(ଡି.ଏନ୍‌.ଏ.): ନନ୍ଦନକାନନରେ ଘରୋଇକରଣରେ ଦିଆଯାଇଥିବା ସଫାରିକୁ ନେଇ ଏବେ ବିବାଦ ଛାଡୁ ନାହିଁ। ଟେଣ୍ଡର ସମୟରେ ହୋଇଥିବା ସର୍ତ୍ତକୁ ଖିଲାପ କରି ବିନା କାଗଜପତ୍ରରେ ବିପଦସଙ୍କୁଳ ଅବସ୍ଥାରେ ଚାଲୁଥିବା ବସ୍‌କୁ ନେଇ ବିବାଦରେ ଛନ୍ଦି ହୋଇଥିବାବେଳେ ରବିବାର ସଫାରି ବସ୍‌ର କର୍ମଚାରୀ କେତେଜଣ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୭୦/୨୨) ରୁଜୁ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଛତିଶଗଡ଼ ରାୟପୁରରୁ ୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ଆସି ସଫାରିରେ ବୁଲିବା ପାଇଁ ଅପରାହ୍ନ ସୁଦ୍ଧା ସଫାରି କାଉଣ୍ଟରରେ ପହଞ୍ଚିଥିଲେ। ଟିକେଟ ପାଇ ବସ୍‌ରେ ଯିବା ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ ମଧ୍ୟ ଦୀର୍ଘ ସମୟ ହୋଇଯିବାରୁ ସଫାରି ବୁଲିବାର ସୁଯୋଗ ପାଇ ନ ଥିଲେ। ଏହାକୁ ନେଇ କାଉଣ୍ଟରରେ ଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଫାରି କର୍ମଚାରୀମାନେ କେତେଜଣ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ। ପର୍ଯ୍ୟଟକ ଏହାର ବିରୋଧ କରିବା ବେଳେ ସେମାନେ ବ୍ୟାଟେରି ଗାଡି ଚଳାଉଥିବା କର୍ମଚାରୀଙ୍କୁ ଡାକିବା ଦ୍ୱାରା ଗଣ୍ଡଗୋଳ ବଢିଥିଲା। ବ୍ୟାଟେରି ଗାଡି ଓ ସଫାରିର ପ୍ରାୟ ୫୦ଜଣ ପିଲା ଏକାଠି ହୋଇଯାଇ ପର୍ଯ୍ୟଟକଙ୍କୁ ବାଡ଼ି ଓ ଷ୍ଟିଲ ରୋଡ୍‌କୁ ଓପାଡି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଫଳରେ ପର୍ଯ୍ୟଟକ ହିମାଂଶୁ ଗୁପ୍ତା, ହରିଷ ଗୁପ୍ତା, ଅନୁ ଗୁପ୍ତା, ରଣକ ଗୁପ୍ତା, ପ୍ରେମଲତା ଗୁପ୍ତାଙ୍କ ସମେତ ଅନ୍ୟ କେତେଜଣ ପର୍ଯ୍ୟଟକ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରୁ ବର୍ତ୍ତିବା ପାଇଁ ପର୍ଯ୍ୟଟକମାନେ ପିଲାଛୁଆ ଧରି ମୁଖ୍ୟ ଫାଟକପାଖକୁ ଦୌଡ଼ି ପଳାଇଆସିଥିଲେ। ନନ୍ଦନକାନନ ନିରାପତ୍ତା ବିଭାଗ ବନାଞ୍ଚଳ ଅଧିକାରୀଙ୍କଠାରୁ ସୂଚନା ପାଇ ନନ୍ଦନକାନନ ପୋଲିସ ପହଞ୍ଚିଥିଲା। ସେଠାରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ପରେ ସେମାନେ ଅଭିଯୋଗ କରିଥିଲେ। ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ବେଳେ ରକ୍ତାକ୍ତ ହୋଇଥିବା ୫ଜଣ ପର୍ଯ୍ୟଟକଙ୍କୁ ପୋଲିସ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହ ମାଡ଼ ମାରିଥିବା ଯୁବକଙ୍କ ମଧ୍ୟରୁ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟେ ଏହିର ଘଟଣା ତଦନ୍ତ ପାଇଁ ନନ୍ଦନକାନନ ଉପନିର୍ଦ୍ଦେଶକ ଡ.ସଞ୍ଜିତ କୁମାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?