ପର୍ଯ୍ୟଟକଙ୍କୁ ପିଟିଲେ ସଫାରି କର୍ମଚାରୀ

ବାରଙ୍ଗ,୨୩।୫(ଡି.ଏନ୍‌.ଏ.): ନନ୍ଦନକାନନରେ ଘରୋଇକରଣରେ ଦିଆଯାଇଥିବା ସଫାରିକୁ ନେଇ ଏବେ ବିବାଦ ଛାଡୁ ନାହିଁ। ଟେଣ୍ଡର ସମୟରେ ହୋଇଥିବା ସର୍ତ୍ତକୁ ଖିଲାପ କରି ବିନା କାଗଜପତ୍ରରେ ବିପଦସଙ୍କୁଳ ଅବସ୍ଥାରେ ଚାଲୁଥିବା ବସ୍‌କୁ ନେଇ ବିବାଦରେ ଛନ୍ଦି ହୋଇଥିବାବେଳେ ରବିବାର ସଫାରି ବସ୍‌ର କର୍ମଚାରୀ କେତେଜଣ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୭୦/୨୨) ରୁଜୁ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଛତିଶଗଡ଼ ରାୟପୁରରୁ ୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ଆସି ସଫାରିରେ ବୁଲିବା ପାଇଁ ଅପରାହ୍ନ ସୁଦ୍ଧା ସଫାରି କାଉଣ୍ଟରରେ ପହଞ୍ଚିଥିଲେ। ଟିକେଟ ପାଇ ବସ୍‌ରେ ଯିବା ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ ମଧ୍ୟ ଦୀର୍ଘ ସମୟ ହୋଇଯିବାରୁ ସଫାରି ବୁଲିବାର ସୁଯୋଗ ପାଇ ନ ଥିଲେ। ଏହାକୁ ନେଇ କାଉଣ୍ଟରରେ ଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଫାରି କର୍ମଚାରୀମାନେ କେତେଜଣ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ। ପର୍ଯ୍ୟଟକ ଏହାର ବିରୋଧ କରିବା ବେଳେ ସେମାନେ ବ୍ୟାଟେରି ଗାଡି ଚଳାଉଥିବା କର୍ମଚାରୀଙ୍କୁ ଡାକିବା ଦ୍ୱାରା ଗଣ୍ଡଗୋଳ ବଢିଥିଲା। ବ୍ୟାଟେରି ଗାଡି ଓ ସଫାରିର ପ୍ରାୟ ୫୦ଜଣ ପିଲା ଏକାଠି ହୋଇଯାଇ ପର୍ଯ୍ୟଟକଙ୍କୁ ବାଡ଼ି ଓ ଷ୍ଟିଲ ରୋଡ୍‌କୁ ଓପାଡି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଫଳରେ ପର୍ଯ୍ୟଟକ ହିମାଂଶୁ ଗୁପ୍ତା, ହରିଷ ଗୁପ୍ତା, ଅନୁ ଗୁପ୍ତା, ରଣକ ଗୁପ୍ତା, ପ୍ରେମଲତା ଗୁପ୍ତାଙ୍କ ସମେତ ଅନ୍ୟ କେତେଜଣ ପର୍ଯ୍ୟଟକ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରୁ ବର୍ତ୍ତିବା ପାଇଁ ପର୍ଯ୍ୟଟକମାନେ ପିଲାଛୁଆ ଧରି ମୁଖ୍ୟ ଫାଟକପାଖକୁ ଦୌଡ଼ି ପଳାଇଆସିଥିଲେ। ନନ୍ଦନକାନନ ନିରାପତ୍ତା ବିଭାଗ ବନାଞ୍ଚଳ ଅଧିକାରୀଙ୍କଠାରୁ ସୂଚନା ପାଇ ନନ୍ଦନକାନନ ପୋଲିସ ପହଞ୍ଚିଥିଲା। ସେଠାରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ପରେ ସେମାନେ ଅଭିଯୋଗ କରିଥିଲେ। ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ବେଳେ ରକ୍ତାକ୍ତ ହୋଇଥିବା ୫ଜଣ ପର୍ଯ୍ୟଟକଙ୍କୁ ପୋଲିସ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହ ମାଡ଼ ମାରିଥିବା ଯୁବକଙ୍କ ମଧ୍ୟରୁ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟେ ଏହିର ଘଟଣା ତଦନ୍ତ ପାଇଁ ନନ୍ଦନକାନନ ଉପନିର୍ଦ୍ଦେଶକ ଡ.ସଞ୍ଜିତ କୁମାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିରେ ଯକୃତ ପ୍ରତିରୋପଣ କେନ୍ଦ୍ର ଉଦ୍‌ଘାଟିତ

କଟକ ଅଫିସ, ୨୬।୧୦: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ବିକାଶରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜନସାଧାରଣଙ୍କୁ ଉନ୍ନତମାନର...

ଭିଜିଲାନ୍ସ ଜାଲରେ ରେଞ୍ଜର

ବାଲିଗୁଡ଼ା,୧୦ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ...

ଟିମ୍‌ ଇଣ୍ଡିଆ ବିପକ୍ଷରେ ହାଫ୍‌ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ

ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ...

ଗାଡ଼ି ଛାଡିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଟିପର ମାଲିକ

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା...

କଳାହାଣ୍ଡିରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌

ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌ ଥିବା ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବଲାଙ୍ଗୀର ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ...

ମଦପିଇ ଗଣ୍ଡଗୋଳ: ଯୁବକଙ୍କୁ ଇଟା ଫିଙ୍ଗି ମାରିଦେଲେ

ଝାରସୁଗୁଡା ଅଫିସ,୫।୧୧: ଝାରସୁଗୁଡା ଜିଲା ବଡମାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମ ଯାମ୍ପ ପଡାରେ ଗତ ଗୁରୁବାର ରାତିରେ ଏକ ହତ୍ୟା କାଣ୍ଡ ଘଟିଛି। ମଦପିଇ...

୬୨ ଜୁଆଡ଼ି ଗିରଫ

ବାରିପଦା ଅଫିସ,୧୪।୧୦: ମୟୂରଭଞ୍ଜ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୨ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪୩ ହଜାର ୯୬୦ ଟଙ୍କା...

ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ

ଖୋର୍ଦ୍ଧା ଅଫିସ,୧୪।୩: ଖୋର୍ଦ୍ଧା ଜିଲାରେ ବଢି ଚାଲିଛି ବେଆଇନ ଖଣି ମାଫିଆଙ୍କ ଉତ୍ପାତ। ପାହାଡରେ ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ। ଧ୍ୱଂସ ପାଉଛି ପାହାଡ। ଏଥିଯୋଗୁ...

Advertisement
Archives

Model This Week