Categories: ଖେଳ

‘ଖେଳାଳିଙ୍କ ତ୍ୟାଗ, ପରିଶ୍ରମ ସମସ୍ତଙ୍କ ପାଇଁ ପ୍ରେରଣା’

ଭୁବନେଶ୍ୱର, ୯।୯ (ତପନ ସ୍ବାଇଁ): ଅନ୍ତର୍ଜାତୀୟ ବ୍ଲାଇଣ୍ଡ ସ୍ପୋଟର୍‌ସ ଫେଡେରେଶନ(ଆଇବିଏସ୍‌ଏ) ଓ୍ବାଲର୍‌ଡ ଗେମ୍ସ-୨୦୨୩ରେ ପଦକ ବିଜୟୀ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳର ସଦସ୍ୟ ଥିବା ଓଡ଼ିଶାର ୭ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଆର୍ଥିକ ପ୍ରୋତ୍ସାହନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଏହି ଦଳରେ ଓଡ଼ିଶାର ୪ ଖେଳାଳି ପଦ୍ମିନୀ ଟୁଡୁ, ବାସନ୍ତି ହାଁସଦା, ଝିଲି ବରୁଆ ଓ ଫୁଲ ସୋରେନ ସାମିଲ ଥିଲେ। ଏହି ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ସେହିପରି ରୌପ୍ୟ ପଦକ ବିଜୟୀ ଭାରତୀୟ ପୁରୁଷ ଦଳ ପକ୍ଷରୁ ଓଡ଼ିଶାର ୩ ଖେଳାଳି ମହମ୍ମଦ ଜାଫର ଇକବାଲ, ନକୁଳ ବଡ଼ନାୟକ ଓ ପଙ୍କଜ ଭୁଏ ଖେଳିଥିଲେ। ଏହି ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଖେଳାଳିଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ, ”ଏହି ସ୍ତରରେ ପହଞ୍ଚତ୍ବା ପାଇଁ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ତ୍ୱେ ଚମତ୍କାର ପ୍ରଦର୍ଶନ କରି ଖେଳାଳିମାନେ ଆମକୁ ଗର୍ବିତ କରିଛନ୍ତି। ସେମାନଙ୍କ ପ୍ରତିଭା, ତ୍ୟାଗ ଏବଂ କଠିନ ପରିଶ୍ରମ ସମସ୍ତଙ୍କ ପାଇଁ ପ୍ରେରଣା“।

Share