Posted inଜାତୀୟ

ବଳି ଦେଇ ଖାଇଥିଲେ ନରମାଂସ

କୋଚି, ୧୩ା୧୦: କେରଳର କୋଚିରେ ଦୁଇ ମହିଳାଙ୍କୁ ବଳି ଦେବା ଘଟଣାରେ ଚାଞ୍ଚଲ୍ୟକର କଥା ସାମ୍‌ନାକୁ ଆସିଛି। ଅଭିଯୁକ୍ତମାନେ ଧନୀ ହେବା ଅନ୍ଧବିଶ୍ୱାସରେ ରୋଜେଲିନ୍‌(୫୦) ଏବଂ ପଦ୍ମମ(୫୨) ନାମ୍ନୀ ଦୁଇ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସେମାନଙ୍କ ରକ୍ତ, ମାଂସ ମଧ୍ୟ ଖାଇଥିଲେ। ଏପରିକି ଜଣଙ୍କ ଶରୀରକୁ କାଟି ୫୬ ଖଣ୍ଡ କରିଥିଲେ ଏବଂ ସେମାନଙ୍କ ସ୍ତନ କାଟି ରକ୍ତ ବୋହିବା ପାଇଁ ଛାଡ଼ି ଦେଇଥିଲେ। ୩ ଟି ଖାଲରୁ ମୃତାଙ୍କ ଶରୀରର ବିଭିନ୍ନ ଅଙ୍ଗ ମିଳିଥିବା ପୋଲିସ ବୁଧବାର ସୂଚନା ଦେଇଛି। ଅଭିଯୁକ୍ତ ଭଗଓ୍ବାଲ ସିଂ, ତାଙ୍କ ସ୍ତ୍ରୀ ଲୈଲା ଏବଂ ସହଯୋଗୀ ମହମ୍ମଦ ସାଫିଙ୍କୁ ପୋଲିସ କୋର୍ଟରେ ହାଜର କରାଇ ୧୪ ଦିନିଆ ରିମାଣ୍ଡରେ ନେଇଛି।
ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାଫି ଜଣେ ଯୌନ ବିକୃତ। ଅନ୍ୟକୁ ହତ୍ୟା କରି ମଜା ପାଇବା ଭଳି ମାନସିକ ବିକୃତି ଥିବା ମହମ୍ମଦ ପର୍ନୋଗ୍ରାଫି ଫିଲ୍ମରେ ଅଭିନୟ ସୁଯୋଗ ଦେବା ପାଇଁ ରୋଜେଲିନ୍‌ ଏବଂ ପଦ୍ମମଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ଧନୀ ହେବା ପାଇଁ ମଣିଷ ବଳି ଦେବାକୁ ପଡ଼ିବ ବୋଲି ସେ ଭଗଓ୍ବାଲ ଏବଂ ଲୈଲାଙ୍କୁ କହିଥିଲେ। ଏଲାନ୍‌ଥୁରରେ ଭଗଓ୍ବାଲ ଏବଂ ସ୍ତ୍ରୀ ଲୈଲାଙ୍କ ଏକ ମସାଜ୍‌ ସେଣ୍ଟର ରହିଛି। ସାଫି ଗତ ଜୁନ୍‌ରେ ରୋଜେଲିନ୍‌ ଏବଂ ସେପ୍ଟେମ୍ବରରେ ପଦ୍ମମ୍‌ଙ୍କୁ ଭଗଓ୍ବାଲଙ୍କ ଘରକୁ ଆଣିଥିଲେ। ଜୁନ୍‌ ୬ରେ ପ୍ରଥମେ ରୋଜେଲିନ୍‌ ଏବଂ ସେପ୍ଟେମ୍ବର ୨୬ରେ ପଦ୍ମମଙ୍କୁ ହତ୍ୟା ସେମାନେ ହତ୍ୟା କରିଥିଲେ। ସେମାନେ ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗ କାଟି ତାହାକୁ ରାନ୍ଧି ଖାଇବା ସହ ରକ୍ତ ପିଇଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାର ଶିକାର ହୋଇଥିବା ଦୁଇ ମହିଳାଙ୍କ ଯୌନାଙ୍ଗରେ ଗଭୀର କ୍ଷତ ରହିଥିବା ପୋଲିସ କହିଛି। ଯୌନ ବିକୃତ ସାଫି ୨୦୨୦ରେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ସହ ତାଙ୍କ ଯୌନାଙ୍ଗକୁ ଆଘାତ କରିବା ଭଳି ସଙ୍ଗିନ ଅପରାଧରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ସେ ଜାମିନରେ ମୁକୁଳିଥିଲେ। ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ସାଫି ପୂର୍ବରୁ ନିଜ ଟାର୍ଗେଟ ବାଛିଥିଲେ। ଘଟଣାରେ ଆଉ ଜଣଙ୍କ ସମ୍ପୃକ୍ତି ଥିଲେ ହେଁ ତାଙ୍କ ପରିଚୟ ଜଣାପଡ଼ିନାହିଁ ବୋଲି ପୋଲିସ କମିଶନର ସି.ଏଚ୍‌. ନାଗାରାଜୁ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସୋସିଆଲ ମିଡିଆରେ ଟ୍ରେସିଂ ଏବଂ ଅନ୍ୟ ତଥ୍ୟ ଆଧାରରେ ତାଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି।

କେମିତି ପର୍ଦ୍ଦାଫାଶ କଲା ପୋଲିସ

ପେରୁମ୍ବାବେଭୁରର ବାସିନ୍ଦା ସାଫି(୫୨) କୋଚିରେ ରହୁଥିଲେ। ତାମିଲନାଡ଼ୁ ନିବାସୀ ପଦ୍ମମ ଏଲାମ୍‌କୁଲମ୍‌ରେ ଏକ ଭଡ଼ା ଘରେ ରହୁଥିବାବେଳେ ସେ ଲଟେରି ଟିକେଟ ବିକ୍ରି କରିଥାନ୍ତି। ଥ୍ରିଶୂର ବାସିନ୍ଦା ରୋଜେଲିନ୍‌ ଭାର୍ଗିଜ୍‌ କାଲାଡିରେ ରହୁଥିଲେ। ପଦ୍ମମ ସେପ୍ଟେମ୍ବର ୨୬ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ କୋଚିର ଚିତ୍ତୋର ରୋଡ୍‌ରୁ ଲଟେରି ଟିକେଟ କିଣିଥିଲେ। ପୋଲିସ ସେଠାରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲା। ପଦ୍ମମ୍‌ ସାଫିଙ୍କ କାର୍‌ରେ ବସିବା ଏବଂ ସାଫି ତାଙ୍କୁ ଟଙ୍କା ଅଫର୍‌ କରିଥିବା ସିସିଟିଭି ଫୁଟେଜ୍‌ରୁ ପୋଲିସ ଦେଖିବାକୁ ପାଇଥିଲା। ଉଭୟେ ଅପରାହ୍ନ ପ୍ରାୟ ୪ଟାରେ ଭଗଓ୍ବାଲ ସିଂଙ୍କ ଘରେ ପହଞ୍ଚିଥିଲେ। ସେପ୍ଟେମ୍ବର ୨୭ରେ ପଦ୍ମମଙ୍କ ଭଉଣୀ ଥାନାରେ ନିଖୋଜ ଏତଲା ଦେଇଥିଲେ। ରିମାଣ୍ଡ ରିପୋର୍ଟ ଅନୁସାରେ, ପଦ୍ମମ ସେଠାରେ ସାଫିଙ୍କୁ ଟଙ୍କା ମାଗିଥିଲେ। ପରେ ଅଭିଯୁକ୍ତମାନେ ପଦ୍ମମଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରିଥିଲେ। ପଦ୍ମମ ଅଚେତ ହେବା ପରେ ସାଫି ଏକ ଛୁରିରେ ପ୍ରଥମେ ତାଙ୍କ ଗୁପ୍ତାଙ୍ଗ ଓ ପରେ ତଣ୍ଟି କାଟି ଦେଇଥିଲେ। ଅଭିଯୁକ୍ତମାନେ ପଦ୍ମମଙ୍କ ଶରୀରକୁ ୫୬ ଖଣ୍ଡ କରି ଏକ ବାଲ୍‌ଟିରେ ଭର୍ତ୍ତି କରିଥିଲେ। ନିକଟରେ ଥିବା ଖାଲରେ ସେଗୁଡ଼ିକୁ ଫୋପାଡ଼ି ଦେଇଥିଲେ। ସେହିପରି ପର୍ନ ମୁଭିରେ ଆକ୍ଟିଂ ସୁଯୋଗ ଓ ୧୦ ଲକ୍ଷ ଟଙ୍କା ଦେବାକୁ କହି ରୋଜେଲିନ୍‌ଙ୍କୁ ଡାକି ଅନୁରୂପ ଭାବେ ହତ୍ୟା କରିଥିଲେ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri