Posted inଜାତୀୟ

ବଳି ଦେଇ ଖାଇଥିଲେ ନରମାଂସ

କୋଚି, ୧୩ା୧୦: କେରଳର କୋଚିରେ ଦୁଇ ମହିଳାଙ୍କୁ ବଳି ଦେବା ଘଟଣାରେ ଚାଞ୍ଚଲ୍ୟକର କଥା ସାମ୍‌ନାକୁ ଆସିଛି। ଅଭିଯୁକ୍ତମାନେ ଧନୀ ହେବା ଅନ୍ଧବିଶ୍ୱାସରେ ରୋଜେଲିନ୍‌(୫୦) ଏବଂ ପଦ୍ମମ(୫୨) ନାମ୍ନୀ ଦୁଇ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସେମାନଙ୍କ ରକ୍ତ, ମାଂସ ମଧ୍ୟ ଖାଇଥିଲେ। ଏପରିକି ଜଣଙ୍କ ଶରୀରକୁ କାଟି ୫୬ ଖଣ୍ଡ କରିଥିଲେ ଏବଂ ସେମାନଙ୍କ ସ୍ତନ କାଟି ରକ୍ତ ବୋହିବା ପାଇଁ ଛାଡ଼ି ଦେଇଥିଲେ। ୩ ଟି ଖାଲରୁ ମୃତାଙ୍କ ଶରୀରର ବିଭିନ୍ନ ଅଙ୍ଗ ମିଳିଥିବା ପୋଲିସ ବୁଧବାର ସୂଚନା ଦେଇଛି। ଅଭିଯୁକ୍ତ ଭଗଓ୍ବାଲ ସିଂ, ତାଙ୍କ ସ୍ତ୍ରୀ ଲୈଲା ଏବଂ ସହଯୋଗୀ ମହମ୍ମଦ ସାଫିଙ୍କୁ ପୋଲିସ କୋର୍ଟରେ ହାଜର କରାଇ ୧୪ ଦିନିଆ ରିମାଣ୍ଡରେ ନେଇଛି।
ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାଫି ଜଣେ ଯୌନ ବିକୃତ। ଅନ୍ୟକୁ ହତ୍ୟା କରି ମଜା ପାଇବା ଭଳି ମାନସିକ ବିକୃତି ଥିବା ମହମ୍ମଦ ପର୍ନୋଗ୍ରାଫି ଫିଲ୍ମରେ ଅଭିନୟ ସୁଯୋଗ ଦେବା ପାଇଁ ରୋଜେଲିନ୍‌ ଏବଂ ପଦ୍ମମଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ଧନୀ ହେବା ପାଇଁ ମଣିଷ ବଳି ଦେବାକୁ ପଡ଼ିବ ବୋଲି ସେ ଭଗଓ୍ବାଲ ଏବଂ ଲୈଲାଙ୍କୁ କହିଥିଲେ। ଏଲାନ୍‌ଥୁରରେ ଭଗଓ୍ବାଲ ଏବଂ ସ୍ତ୍ରୀ ଲୈଲାଙ୍କ ଏକ ମସାଜ୍‌ ସେଣ୍ଟର ରହିଛି। ସାଫି ଗତ ଜୁନ୍‌ରେ ରୋଜେଲିନ୍‌ ଏବଂ ସେପ୍ଟେମ୍ବରରେ ପଦ୍ମମ୍‌ଙ୍କୁ ଭଗଓ୍ବାଲଙ୍କ ଘରକୁ ଆଣିଥିଲେ। ଜୁନ୍‌ ୬ରେ ପ୍ରଥମେ ରୋଜେଲିନ୍‌ ଏବଂ ସେପ୍ଟେମ୍ବର ୨୬ରେ ପଦ୍ମମଙ୍କୁ ହତ୍ୟା ସେମାନେ ହତ୍ୟା କରିଥିଲେ। ସେମାନେ ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗ କାଟି ତାହାକୁ ରାନ୍ଧି ଖାଇବା ସହ ରକ୍ତ ପିଇଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାର ଶିକାର ହୋଇଥିବା ଦୁଇ ମହିଳାଙ୍କ ଯୌନାଙ୍ଗରେ ଗଭୀର କ୍ଷତ ରହିଥିବା ପୋଲିସ କହିଛି। ଯୌନ ବିକୃତ ସାଫି ୨୦୨୦ରେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ସହ ତାଙ୍କ ଯୌନାଙ୍ଗକୁ ଆଘାତ କରିବା ଭଳି ସଙ୍ଗିନ ଅପରାଧରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ସେ ଜାମିନରେ ମୁକୁଳିଥିଲେ। ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ସାଫି ପୂର୍ବରୁ ନିଜ ଟାର୍ଗେଟ ବାଛିଥିଲେ। ଘଟଣାରେ ଆଉ ଜଣଙ୍କ ସମ୍ପୃକ୍ତି ଥିଲେ ହେଁ ତାଙ୍କ ପରିଚୟ ଜଣାପଡ଼ିନାହିଁ ବୋଲି ପୋଲିସ କମିଶନର ସି.ଏଚ୍‌. ନାଗାରାଜୁ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସୋସିଆଲ ମିଡିଆରେ ଟ୍ରେସିଂ ଏବଂ ଅନ୍ୟ ତଥ୍ୟ ଆଧାରରେ ତାଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି।

କେମିତି ପର୍ଦ୍ଦାଫାଶ କଲା ପୋଲିସ

ପେରୁମ୍ବାବେଭୁରର ବାସିନ୍ଦା ସାଫି(୫୨) କୋଚିରେ ରହୁଥିଲେ। ତାମିଲନାଡ଼ୁ ନିବାସୀ ପଦ୍ମମ ଏଲାମ୍‌କୁଲମ୍‌ରେ ଏକ ଭଡ଼ା ଘରେ ରହୁଥିବାବେଳେ ସେ ଲଟେରି ଟିକେଟ ବିକ୍ରି କରିଥାନ୍ତି। ଥ୍ରିଶୂର ବାସିନ୍ଦା ରୋଜେଲିନ୍‌ ଭାର୍ଗିଜ୍‌ କାଲାଡିରେ ରହୁଥିଲେ। ପଦ୍ମମ ସେପ୍ଟେମ୍ବର ୨୬ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ କୋଚିର ଚିତ୍ତୋର ରୋଡ୍‌ରୁ ଲଟେରି ଟିକେଟ କିଣିଥିଲେ। ପୋଲିସ ସେଠାରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲା। ପଦ୍ମମ୍‌ ସାଫିଙ୍କ କାର୍‌ରେ ବସିବା ଏବଂ ସାଫି ତାଙ୍କୁ ଟଙ୍କା ଅଫର୍‌ କରିଥିବା ସିସିଟିଭି ଫୁଟେଜ୍‌ରୁ ପୋଲିସ ଦେଖିବାକୁ ପାଇଥିଲା। ଉଭୟେ ଅପରାହ୍ନ ପ୍ରାୟ ୪ଟାରେ ଭଗଓ୍ବାଲ ସିଂଙ୍କ ଘରେ ପହଞ୍ଚିଥିଲେ। ସେପ୍ଟେମ୍ବର ୨୭ରେ ପଦ୍ମମଙ୍କ ଭଉଣୀ ଥାନାରେ ନିଖୋଜ ଏତଲା ଦେଇଥିଲେ। ରିମାଣ୍ଡ ରିପୋର୍ଟ ଅନୁସାରେ, ପଦ୍ମମ ସେଠାରେ ସାଫିଙ୍କୁ ଟଙ୍କା ମାଗିଥିଲେ। ପରେ ଅଭିଯୁକ୍ତମାନେ ପଦ୍ମମଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରିଥିଲେ। ପଦ୍ମମ ଅଚେତ ହେବା ପରେ ସାଫି ଏକ ଛୁରିରେ ପ୍ରଥମେ ତାଙ୍କ ଗୁପ୍ତାଙ୍ଗ ଓ ପରେ ତଣ୍ଟି କାଟି ଦେଇଥିଲେ। ଅଭିଯୁକ୍ତମାନେ ପଦ୍ମମଙ୍କ ଶରୀରକୁ ୫୬ ଖଣ୍ଡ କରି ଏକ ବାଲ୍‌ଟିରେ ଭର୍ତ୍ତି କରିଥିଲେ। ନିକଟରେ ଥିବା ଖାଲରେ ସେଗୁଡ଼ିକୁ ଫୋପାଡ଼ି ଦେଇଥିଲେ। ସେହିପରି ପର୍ନ ମୁଭିରେ ଆକ୍ଟିଂ ସୁଯୋଗ ଓ ୧୦ ଲକ୍ଷ ଟଙ୍କା ଦେବାକୁ କହି ରୋଜେଲିନ୍‌ଙ୍କୁ ଡାକି ଅନୁରୂପ ଭାବେ ହତ୍ୟା କରିଥିଲେ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?