Posted inଖେଳ

ପ୍ରେମ ପାଇଁ ପରିବାରଲୋକଙ୍କୁ ଏଭଳି ବଡ଼ ମିଛ କହିଥିଲେ ମାଷ୍ଟର ବ୍ଲାଷ୍ଟର; ହଁ ଭରିଥିଲେ ସ୍ତ୍ରୀ ଅଞ୍ଜଳି

ନୂଆଦିଲ୍ଲୀ,୨୫।୫: ବିଶ୍ୱର ମହାନ କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ନିଜର ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ସେ କ୍ରିକେଟ ଇତିହାସରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଦିନ ଥିଲା ଯେତେବେଳେ ସଚିନ ବେଶ ଲାଜକୁଳା ଥିଲେ। କଥାଟି ତାଙ୍କ କ୍ରିକେଟ କ୍ୟାରିୟର ଆରମ୍ଭ ସମୟର। ଏହାସତ୍ତ୍ୱେ ମାତ୍ର ୧୭ ବର୍ଷ ବୟସରେ ସେ ପ୍ରେମ କରି ବସିଥିଲେ। ୧୯୯୦ରେ ସେ ବମ୍ବେ ବିମାନବନ୍ଦରରେ ଅଞ୍ଜଳିଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲେ। ଅଞ୍ଜଳି ମା’ଙ୍କୁ ନେବା ଲାଗି ସେଠାକୁ ଆସିଥିବା ବେଳେ ସଚିନ ଇଂଲଣ୍ଡ ଗସ୍ତରୁ ଫେରୁଥିଲେ। ପରେ ଏକ ବନ୍ଧୁଙ୍କ ଯୋଗୁ ସେମାନେ ପରସ୍ପରକୁ ଜାଣିଥିଲେ। ଏହାପରେ ଉଭୟ ଦୀର୍ଘ ୫ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିଥିଲେ। ଶେଷରେ ୧୯୯୫ ମେ’ ୨୫ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସଚିନ ପ୍ରେମ ପାଇଁ ପରିବାରଲୋକଙ୍କୁ ଏକ ବଡ଼ ମିଛ କହିଥିଲେ। ସେ ପ୍ରେମିକା ଅଞ୍ଜଳି ଜଣେ ସାମ୍ବାଦିକା ବୋଲି କହି ପରିବାରଲୋକଙ୍କ ସହ ଚିହ୍ନା ପରିଚୟ କରାଇଥିଲେ। ସେତେବେଳେ ଅଞ୍ଜଳି ଡାକ୍ତରୀ ପାଠ ପଢ଼ୁଥିଲେ। ୨୦୧୫ରେ ସଚିନଙ୍କ ଆତ୍ମଜୀବନୀ ‘ପ୍ଲେଇଂ ଇଟ୍‌ ମାଇ ଓ୍ବେ’ର ଉନ୍ମୋଚନ ଉତ୍ସବରେ ଅଞ୍ଜଳି ଏନେଇ ସବିଶେଷ ଜଣାଇଥିଲେ। ସେ କହିଥିଲେ ସଚିନ ପ୍ରଥମ ଥର ଘରକୁ ଡାକିବା ସମୟରେ ବହୁତ ଡ଼ରି ଯାଇଥିଲେ। ଉଭୟଙ୍କ ପରିବାରଲୋକେ ସେମାନଙ୍କ ଭଲପାଇବା ବିଷୟରେ ନ ଜାଣନ୍ତୁ ବୋଲି ସେ ଚାହୁଁଥିଲେ। ଏଥିନେଇ ଜଣେ ଖବରଦାତା ଭାବେ ପରିବାରଲୋକଙ୍କ ସହ ମିଶାଇବେ ବୋଲି ସେ ମନସ୍ଥ କରିଥିଲେ। ତାହା ହିଁ ହୋଇଥିଲା। ସାଲଓ୍ବାର ପିନ୍ଧି ସଚିନଙ୍କୁ ଭେଟିବାକୁ ପହଞ୍ଚିଥିଲେ ଅଞ୍ଜଳି। ଆଜି ଅର୍ଥାତ ମଙ୍ଗଳବାର ଉଭୟ ବିବାହର ୨୬ତମ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ଉଭୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri