Posted inଖେଳ

କ୍ରିକେଟ୍‌ ପଡ଼ିଆରେ କାମ କରୁଥିବା ଲୋକଙ୍କୁ ରାସନ ବାଣ୍ଟୁଛନ୍ତି ସଚିନ

କୋଚି, ୨୨।୭: କରୋନା ମହାମାରୀ ଯୋଗୁ କେବଳ ଯେ କ୍ରୀଡ଼ା ଜଗତ ନୁହେଁ ଏହା ସହିତ ଜଡ଼ିତ ଲୋକମାନେ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଦୀର୍ଘ ୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଭାରତରେ ଏବେ ମଧ୍ୟ ଗ୍ରାଉଣ୍ଡ ଫାଙ୍କା ପଡ଼ିଛି। ମ୍ୟାଚ୍‌ ଆୟୋଜନ ହେଉ ନ ଥିଲେ ମଧ୍ୟ ପଡ଼ିଆକୁ ଖେଳ ଉପଯୋଗୀ ରଖିବା ପାଇଁ ଗ୍ରାଉଣ୍ଡ୍ସମ୍ୟାନ ପ୍ରତିଦିନ ଝାଳ ବୁହାଉଛନ୍ତି। ଏଭଳି ଏକ ସଙ୍କଟଜନକ ପରିସ୍ଥିତିରେ କେରଳ କ୍ରିକେଟ୍‌ ଦଳର ଅଧିନାୟକ ସଚିନ ବେବି ପଡ଼ିଆରେ କାମ କରୁଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ରାଜ୍ୟରେ ଥିବା କିଛି କ୍ରିକେଟ୍‌ ପଡ଼ିଆରେ କାମ କରୁଥିବା ଲୋକଙ୍କ ନିକଟରେ ପହଞ୍ଚତ୍ ସଚିନ ସେମାନଙ୍କୁ ଦୈନନ୍ଦିନ ଚଳଣି ପାଇଁ ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ସଚିନଙ୍କୁ ଏହି କାମରେ ତାଙ୍କ ସ୍ତ୍ରୀ ଆନ୍ନା ଚାଣ୍ଡି ସହାୟତା କରୁଛନ୍ତି। କୋଚିସ୍ଥିତ ସେଣ୍ଟ ପାଉଲ୍‌ କଲେଜର ପ୍ରତ୍ୟେକ ପଡ଼ିଆ କର୍ମଚାରୀଙ୍କୁ ସଚିନ ୨୦ କେଜି ଚାଉଳ ଓ ୨ କେଜି ଚିନି ପ୍ରଦାନ କରିଛନ୍ତି। ଏହିଭଳି ଭାବେ ସେ ଅନ୍ୟ ଗ୍ରାଉଣ୍ଡର କର୍ମଚାରୀଙ୍କୁ ମଧ୍ୟ ରାଶନ ପ୍ରଦାନ କରିଥିଲେ। କେରଳ ଦଳର ଅଧିନାୟକ ଥିବା ବେବି କହିଛନ୍ତି, ‘ରନ୍‌ ସ୍କୋର କରିବା ଓ ଉଇକେଟ୍‌ ନେବା ପଛରେ ପଡ଼ିଆ କର୍ମଚାରୀଙ୍କ କଠିନ ପରିଶ୍ରମ ରହିଛି। ଆମେ ସେମାନଙ୍କୁ ଭୁଲି ପାରିବୁ ନାହିଁ। ମୁଁ ଭାବୁଛି ଟଙ୍କା ଅପେକ୍ଷା ଖାଦ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଡ଼ିଆରେ କାମ କରୁଥବା କର୍ମଚାରୀଙ୍କୁ ଚାଉଳ, ଚିନି ଦେବାକୁ ସ୍ଥିର କଲି। ଆଶା କରୁଛି ଅନ୍ୟ କ୍ରିକେଟର୍‌ମାନେ ମଧ୍ୟ ଏଭଳି ସମୟରେ ଆଗକୁ ଆସି ସେମାନଙ୍କୁ ସହାୟତାର ହାତ ବଢ଼ାନ୍ତୁ।’ ୩୧ ବର୍ଷୀୟ ସଚିନ କେରଳ ପକ୍ଷରୁ ୭୨ଟି ଲେଖାଏ ପ୍ରଥମ ଶ୍ରେଣୀ ଓ ଲି୍‌ଷ୍ଟ-ଏ ମ୍ୟାଚ୍‌ ଖେଳି ଯଥାକ୍ରମେ ୩,୨୫୧ ଓ ୨,୪୨୦ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri