Posted inଖେଳ

କ୍ରିକେଟ୍‌ ପଡ଼ିଆରେ କାମ କରୁଥିବା ଲୋକଙ୍କୁ ରାସନ ବାଣ୍ଟୁଛନ୍ତି ସଚିନ

କୋଚି, ୨୨।୭: କରୋନା ମହାମାରୀ ଯୋଗୁ କେବଳ ଯେ କ୍ରୀଡ଼ା ଜଗତ ନୁହେଁ ଏହା ସହିତ ଜଡ଼ିତ ଲୋକମାନେ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଦୀର୍ଘ ୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଭାରତରେ ଏବେ ମଧ୍ୟ ଗ୍ରାଉଣ୍ଡ ଫାଙ୍କା ପଡ଼ିଛି। ମ୍ୟାଚ୍‌ ଆୟୋଜନ ହେଉ ନ ଥିଲେ ମଧ୍ୟ ପଡ଼ିଆକୁ ଖେଳ ଉପଯୋଗୀ ରଖିବା ପାଇଁ ଗ୍ରାଉଣ୍ଡ୍ସମ୍ୟାନ ପ୍ରତିଦିନ ଝାଳ ବୁହାଉଛନ୍ତି। ଏଭଳି ଏକ ସଙ୍କଟଜନକ ପରିସ୍ଥିତିରେ କେରଳ କ୍ରିକେଟ୍‌ ଦଳର ଅଧିନାୟକ ସଚିନ ବେବି ପଡ଼ିଆରେ କାମ କରୁଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ରାଜ୍ୟରେ ଥିବା କିଛି କ୍ରିକେଟ୍‌ ପଡ଼ିଆରେ କାମ କରୁଥିବା ଲୋକଙ୍କ ନିକଟରେ ପହଞ୍ଚତ୍ ସଚିନ ସେମାନଙ୍କୁ ଦୈନନ୍ଦିନ ଚଳଣି ପାଇଁ ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ସଚିନଙ୍କୁ ଏହି କାମରେ ତାଙ୍କ ସ୍ତ୍ରୀ ଆନ୍ନା ଚାଣ୍ଡି ସହାୟତା କରୁଛନ୍ତି। କୋଚିସ୍ଥିତ ସେଣ୍ଟ ପାଉଲ୍‌ କଲେଜର ପ୍ରତ୍ୟେକ ପଡ଼ିଆ କର୍ମଚାରୀଙ୍କୁ ସଚିନ ୨୦ କେଜି ଚାଉଳ ଓ ୨ କେଜି ଚିନି ପ୍ରଦାନ କରିଛନ୍ତି। ଏହିଭଳି ଭାବେ ସେ ଅନ୍ୟ ଗ୍ରାଉଣ୍ଡର କର୍ମଚାରୀଙ୍କୁ ମଧ୍ୟ ରାଶନ ପ୍ରଦାନ କରିଥିଲେ। କେରଳ ଦଳର ଅଧିନାୟକ ଥିବା ବେବି କହିଛନ୍ତି, ‘ରନ୍‌ ସ୍କୋର କରିବା ଓ ଉଇକେଟ୍‌ ନେବା ପଛରେ ପଡ଼ିଆ କର୍ମଚାରୀଙ୍କ କଠିନ ପରିଶ୍ରମ ରହିଛି। ଆମେ ସେମାନଙ୍କୁ ଭୁଲି ପାରିବୁ ନାହିଁ। ମୁଁ ଭାବୁଛି ଟଙ୍କା ଅପେକ୍ଷା ଖାଦ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଡ଼ିଆରେ କାମ କରୁଥବା କର୍ମଚାରୀଙ୍କୁ ଚାଉଳ, ଚିନି ଦେବାକୁ ସ୍ଥିର କଲି। ଆଶା କରୁଛି ଅନ୍ୟ କ୍ରିକେଟର୍‌ମାନେ ମଧ୍ୟ ଏଭଳି ସମୟରେ ଆଗକୁ ଆସି ସେମାନଙ୍କୁ ସହାୟତାର ହାତ ବଢ଼ାନ୍ତୁ।’ ୩୧ ବର୍ଷୀୟ ସଚିନ କେରଳ ପକ୍ଷରୁ ୭୨ଟି ଲେଖାଏ ପ୍ରଥମ ଶ୍ରେଣୀ ଓ ଲି୍‌ଷ୍ଟ-ଏ ମ୍ୟାଚ୍‌ ଖେଳି ଯଥାକ୍ରମେ ୩,୨୫୧ ଓ ୨,୪୨୦ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri