ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ, କହିଲେ-ସରକାରୀ ଯୋଜନାର…

ଛତ୍ରପୁର,୨୮।୪(ଦିଲୀପ ସାମଲ): ୨୦୦୦  ମସିହା  ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ  ନାୟକ ମଙ୍ଗଳବାର ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏହାଛଡ଼ା ଗଞ୍ଜାମ, ଗଜପତି, କନ୍ଧମାଳ ଜିଲାରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ ସମ୍ପାଦନ କରିଥିଲେ।
ଦାୟିତ୍ୱ ଗ୍ରହଣ ଅବସରରେ ସେ ଗଣମାଧ୍ୟମକୁ ସୌଜନ୍ୟମୂଳକ ସାକ୍ଷାତରେ କହିଛନ୍ତି, ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦିଆଯିବ। ଏଥିଲାଗି ସମସ୍ତ ପ୍ରୟାସ ଜାରି ରହିବ । ସେହିପରି ଗଞ୍ଜାମ ଜିଲାର ସୁନାମକୁ ବଜାୟ ରଖିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି। ନୂତନ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ଗଞ୍ଜାମ ଜିଲାପାଳ ତାଙ୍କୁ ଭେଟିଥିଲେ। ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ।
ସୂଚନାଥାଉକି, ପୂର୍ବରୁ ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ ଭାବେ ଥିବା ଡ଼ଃ. ପ୍ରମୋଦ କୁମାର ପୃଷ୍ଟିଙ୍କର ନବରଙ୍ଗପୁର ଜିଲାକୁ  ଅତିରିକ୍ତ ଜିଲାପାଳ ଭାବେ ବଦଳି ହୋଇଛି ।
Dharitri – Odisha’s No.1 Odia Daily

Share