‘ସଚ୍ଚି ସହେଲୀ’ର ମେରା ଗିଫ୍ଟ ଅଭିଯାନ

ନୂଆଦିଲ୍ଲୀ,,୧୫।୩: ଦେଶର ପ୍ରମୁଖ ଆର୍ୟୁବେଦିକ୍‌ କମ୍ପାନୀ ଦିବିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସାରା ଦେଶର ମହିଳାଙ୍କ ପାଇଁ ‘ମେରା ଗିଫ୍ଟ’ ଅଭିଯାନ୍‌ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏହିପରି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମରେ ଏନେଇ ଆଗୁଆ ସୂଚନା ପ୍ରଦାନ କରାଯାଇଥିଲା। ଉକ୍ତ ଅଭିଯାନରେ ସାମିଲ୍‌ ହୋଇ ଉପହାର ପାଇବା ପାଇଁ ମହିଳାମାନେ କମ୍ପାନୀ ଦ୍ୱାରା ଦିଆଯାଇଥିବା କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିଥିଲେ ଏବଂ ସେମାନଙ୍କୁ ସଚ୍ଚି ସହେଲୀର ଆୟୁର୍ବେଦିକ୍‌ ଟନିକ୍‌ ବୋତଲ ପୁରସ୍କାର ଦିଆଯାଇଥିଲା। ଏ ସମ୍ପର୍କରେ କମ୍ପାନୀ ପ୍ରତିନିଧି ସୋନିଆ ବଜାଜ କହିଛନ୍ତି, ଏହି ଅଭିଯାନ ମାର୍ଚ୍ଚ ୮ ତାରିଖ ସକାଳ ୧୨.୦୧ ଘଟିକାରୁ ଆରମ୍ଭ ହୋଇଥିଲା। ଏହାର କିଛି ସମୟ ମଧ୍ୟରେ ଅନେକ ମହିଳା କମ୍ପାନୀର ଓ୍ବେବ୍‌ସାଇଟ୍‌ ଭିଜିଟ୍‌ କରିଥିବା ଦେଖିବାକୁ ମିଳିଥିଲା। କମ୍ପାନୀକୁ ପ୍ରତି ମିନିଟ୍‌ରେ ହଜାର ହଜାର ସଂଖ୍ୟକ ଅର୍ଡର ମିଳିଥିଲା। ଫଳରେ ଦିନ୨ଟା ବେଳେ ଅପ୍ରତ୍ୟାଶିତ କାରଣରୁ ଅଫର ବନ୍ଦ କରିବାକୁ ପଡ଼ିଥିଲା ବୋଲି ବଜାଜ କହିଛନ୍ତି। ଏହି ଅଭିଯାନ ଜରିଆରେ ମଗାଯାଇଥିବା ଜିନିଷ ନିଃଶୁଳ୍କ ଥିଲା। ବିଶେଷ କରି ମହିଳା ଦିବସ ଅବସରରେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବା ମହିଳାମାନେ ସଚ୍ଚି ସହେଲୀ ଆୟୁର୍ବେଦିକ୍‌ ଟନିକ୍‌ ଅର୍ଡର କରିଥିଲେ। ଏହି ଅବସରରେ ମୋଟ ୧,୧୬,୨୪୧ ଉପହାର ମହିଳାମାନଙ୍କୁ ପଠାଯାଇଥିଲା। ସଚ୍ଚି ସହେଲୀ ପ୍ରତି ମହିଳାମାନଙ୍କର ବିଶ୍ୱାସ ଅତୁଟ ରହିଛି। ଦେଶର କୋଣ ଅନୁକୋଣରେ ମହିଳାମାନେ ଏହାର ସେବନ କରୁଥିବା ଉକ୍ତ ଅଭିଯାନରୁ ପ୍ରମାଣିତ ବୋଲି ବଜାଜ୍‌ ମତବ୍ୟକ୍ତ କହିଛନ୍ତି। କମ୍ପାନୀର ସଚ୍ଚି ସହେଲୀ ଆୟୁର୍ବେଦିକ୍‌ ଟନିକ୍‌ ୬୭ ପ୍ରାକୃତିକ ଜଡ଼ିବୁଟିର ମିଶ୍ରଣରେ ତିଆରି। ଏହା ଅଣ୍ଟାବିନ୍ଧା, ଦୁର୍ବଳ ଲାଗିବା, ଚିଡ଼ିଚିଡ଼ାପଣ ଇତ୍ୟାଦି ଦୂର କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ। ଭାରତୀୟ ଅଭିନେତ୍ରୀ ରବିନା ଟଣ୍ଡନ ଏହାର ଜଣେ ନିୟମିତ ବ୍ୟବହାର କାରି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri