ଓଜନ ନିୟନ୍ତ୍ରଣ କରେ ସାଗୁ

ଅନେକ ଅଛନ୍ତି ବ୍ରତ ଉପବାସ ସମୟରେ ହିଁ କେବଳ ସାଗୁଦାନା ଭିଜେଇ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିରଖନ୍ତୁ, ଏସମୟରେ ସାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ ପାଇଁ ତାହା ଅଧିକ ନିରାମୟ ଏବଂ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ଯାହା ସମ୍ପର୍କରେ ହୁଏତ ଅନେକ ଅଜଣା ଥିବେ। ସାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ ଥିବା ଭ୍ରୂଣର ବିକାଶରେ ସହାୟକ ହୋଇଥାଏ। ଏହାସାଙ୍ଗକୁ ସାଗୁଦାନା କାର୍ବୋହାଇଡ୍ରେଟ୍‌ର ଏକ ଉତ୍ତମ ସ୍ରୋତ। ଏହା ଶରୀରରେ ତୁରନ୍ତ ଏବଂ ଆବଶ୍ୟକ ଶକ୍ତି ଦେବାରେ ସହାୟକ ହୋଇଥାଏ। କାମ କରିବା ପରେ ଥକ୍କା ଲାଗୁଥିଲେ, ସାଗୁଦାନା ସେବନ କଲେ ଶରୀର ତୁରନ୍ତ ତାଜା ହୋଇଯାଏ। ଏଥିରେ ଥିବା ପୋଟାସିୟମ୍‌ ରକ୍ତ ସଞ୍ଚାଳନକୁ ଉତ୍ତମ କରିବା ସହ ତାକୁ ନିୟନ୍ତ୍ରଣରେ ମଧ୍ୟ ରଖିଥାଏ, ଏହାଦ୍ୱାରା ରକ୍ତଚାପ ସମସ୍ୟାରୁ ବ୍ୟକ୍ତି ବର୍ତ୍ତିଯାଏ। ଯେଉଁମାନଙ୍କଠାରେ ଇଟିଙ୍ଗ୍‌ ଡିଜ୍‌ଅର୍ଡର୍‌ ସମସ୍ୟା ରହିଛି, ସେମାନଙ୍କ ପାଇଁ ସାଗୁଦାନା ବରଦାନ। ସକାଳେ ଏହା ସେବନ କରିବା ଦ୍ୱାରା ଅଧିକ ଭୋକ ଲାଗେନାହଁି। ଫଳରେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri