ଜିଇବାର ରାହା ଖୋଜୁଛନ୍ତି ସବ୍‌ନମ୍‌: ଦୁଇ କିଡ୍‌ନୀ ନଷ୍ଟ, ଚିକିତ୍ସା ପାଇଁ ସମ୍ବଳ ନାହିଁ

ପିପିଲି, ୯।୧(ସ୍ବ.ପ୍ର.): ପୁରୀ ଜିଲା ପିପିଲି ପୌରାଞ୍ଚଳ ଅଧୀନ ଭବାନୀପୁର ୮ନଂ. ୱାର୍ଡର ବାସିନ୍ଦା ହେଉଛନ୍ତି ସବ୍‌ନମ୍‌(୨୬)। ତାଙ୍କର ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି। ତାଙ୍କ ଚିକିତ୍ସାରେ ଅର୍ଥାଭାବ ବାଧକ ସାଜିଛି। ସ୍ବାମୀ ପରିତ୍ୟକ୍ତା ସବ୍‌ନମ୍‌ ଏବେ ନିଜ ବୃଦ୍ଧ ବାପାଙ୍କ ପାଖରେ ଆଶ୍ରୟ ନେଇଛନ୍ତି। ଦୁଃଖକଷ୍ଟ ଏବଂ ଅଭାବ ଅନଟନ ଭିତରେ ତାଙ୍କର ଜୀବନ ବିତୁଛି। ଏଭଳି ସ୍ଥିତିରେ ଅସହାୟା ସବ୍‌ନମ୍‌ଙ୍କୁ ୪ବର୍ଷ ପୁଅର ଚିନ୍ତା ଘାରିଛି। ସେ କିପରି ଜୀଇଁବ, ପାଠ ପଢ଼ି ନିଜ ଭବିଷ୍ୟତ ଗଢିବ ଆଦି ନାନା ଚିନ୍ତା ତାଙ୍କ ମନକୁ ଭାରାକ୍ରାନ୍ତ କରିଦେଉଛି।

କୋହଭରା କଣ୍ଠରେ ସବ୍‌ନମ୍‌ କହିଛନ୍ତି, ୨୦୧୫ରେ ସେ କଟକ ଅଞ୍ଚଳରେ ବିବାହ କରିଥିଲେ। ପରେ ତାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ଶାଶୁଘର ଲୋକେ ଖୁବ୍‌ ଖୁସି ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ତାଙ୍କର ଦୁଇଟି ଯାକ କିଡ୍‌ନୀ ସମସ୍ୟା ଥିବା ଜଣାପଡ଼ିଥିଲା। ଏହା ଜାଣି ସ୍ବାମୀ ଓ ଶାଶୁଘର ଲୋକେ ତାଙ୍କୁ ଜୋର ଜବରଦସ୍ତ ବିଦା କରିଦେଇଥିଲେ। କୋଳରେ ଶିଶୁଟିଏ ଥିବାରୁ ସେ ଆଶ୍ରୟ ପାଇଁ ବାଧ୍ୟ ହୋଇ ବାପଘରକୁ ଚାଲିଆସିଥିଲେ। ବୃଦ୍ଧ ପିତାଙ୍କ ଉପରେ ବୋଝ ସଦୃଶ ହୋଇ ଦୁଃଖକଷ୍ଟରେ ଚଳିଲେ। ତାଙ୍କ ବାପା ଧାରକରଜ କରିବା ସହ ଘରର ଆସବାବପତ୍ର ବିକି ଦେଇ ଚିକିତ୍ସା କରାଇଥିଲେ ବି ସେ ସୁସ୍ଥ ହୋଇ ନ ଥିଲେ। ଫଳରେ ଏବେ ଯନ୍ତ୍ରଣାସିକ୍ତ ଜୀବନ ଜୀଉଁଛନ୍ତି। କେବଳ ପୁଅ ପାଇଁ ସେ ବଞ୍ଚତ୍ ରହି ସଂଘର୍ଷ କରିବାକୁ ଚାହଁୁଛନ୍ତି ବୋଲି ସବ୍‌ନମ୍‌ ପ୍ରକାଶ କରିଛନ୍ତି। ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ । ତେଣୁ ସରକାର ଓ ବଦାନ୍ୟ ବ୍ୟକ୍ତି ତାଙ୍କ ପ୍ରତି ସହାୟତାର ହାତ ବଢ଼ାଇବାକୁ ସବ୍‌ନମ୍‌ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri