ସମର୍ପଣର ପର୍ବ

ଏଥର ଆଉ ନାହିଁ ଲକ୍‌ଡାଉନ କଟକଣା। ମନ୍ଦିର ସାଙ୍ଗକୁ ଦୋକାନ ବଜାର ବି ଖୋଲା। ତେଣୁ ବିଧି ମୁତାବକ ସାବିତ୍ରୀ ପାଳନ କରିବା ପାଇଁ ବେଶ୍‌ ଉତ୍ସାହିତ ନାରୀମାନେ…

ସେବା ଓ ସତୀତ୍ୱ ବଳରେ ସ୍ତ୍ରୀଟିଏ ତା’ ସ୍ବାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିବାର କଥା ଆମେ ଶୁଣିଛେ ପୁରାଣରୁ। ଏହାକୁ ଆଧାରକରି ଆଜି ବି ନାରୀମାନେ ସ୍ବାମୀଙ୍କର ମଙ୍ଗଳ ମନାସି ପାଳନ କରିଥାନ୍ତି ସାବିତ୍ରୀ ବ୍ରତ। ୨ବର୍ଷ ପରେ କରୋନା ପାଇଁ ରହିଥିବା ଲକ୍‌ଡାଉନ କଟକଣା ଏଥର ନ ଥିବାରୁ ସାବିତ୍ରୀ ବ୍ରତ ପାଇଁ ବେଶ୍‌ ଚଳଚଞ୍ଚଳ ସମସ୍ତେ।
ବହୁଆଗରୁ ପ୍ରସ୍ତୁତି: ଓଡ଼ିଆ ଘରେ ପ୍ରତ୍ୟେକ ସଧବା ନାରୀ ସାବିତ୍ରୀ ବ୍ରତ କରିଥାନ୍ତି। ବିଧି ମୁତାବକ ପୂଜାର୍ଚ୍ଚନା କରି ନିଜ ସ୍ବାମୀଙ୍କ ପ୍ରତି ସମର୍ପଣ ଭାବକୁ ଦର୍ଶାଇଥାନ୍ତି। ହେଲେ ସମୟ ଅନୁସାରେ ଏବେ ଏହି ବ୍ରତକୁ ସମସ୍ତେ ଆଡ଼ମ୍ବରରେ ପାଳନ କରିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ବହୁଆଗରୁ ପ୍ରସ୍ତୁତି କରିବାକୁ ହେଉଛି। କ’ଣ ପିନ୍ଧିବେ, କ’ଣ ଖାଇବେ, କୋଉ ମନ୍ଦିରକୁ ଯିବେ ଏସବୁ ପାଇଁ ପୂର୍ବରୁ ହିଁ ସବୁ ଯୋଜନା ତିଆରି ବି କରିଥାନ୍ତି।
ଶାଢ଼ିର ଆକର୍ଷଣ: ଯେହେତୁ ସାବିତ୍ରୀ ବ୍ରତ ନିମନ୍ତେ ନୂଆ ଶାଢ଼ି ପୂଜା ହେବା ପରମ୍ପରା ରହିଛି ସେଥିପାଇଁ ସମସ୍ତେ ନିଶ୍ଚିତଭାବେ ଶାଢ଼ି କିଣିଥାନ୍ତି। ତେବେ ନିଜ ନିଜ ବଜେଟ ଅନୁସାରେ ନାରୀମାନେ ଶାଢ଼ି କିଣିବା ପାଇଁ ଅର୍ଥ ଖର୍ଚ୍ଚ କରିଥାନ୍ତି। ବେଳେବେଳେ ଏହି ପରମ୍ପରା ଦାବି କରିବା ଭଳି ରୂପ ନେଇଥାଏ ଯାହା ଆଦୌ ଠିକ୍‌ ନୁହେଁ। ତେଣୁ ବ୍ରତର ମୁଖ୍ୟ ଭାବକୁ ମନେ ରଖି ବ୍ରତ ପାଳନ କରିବା ଫଳରେ ଘରେ ଏକ ସୁନ୍ଦର ବାତାବରଣ ସୃଷ୍ଟି ହୋଇଥାଏ।
ବଜେଟ ବୋଝ: ସାବିତ୍ରୀ ସମୟରେ ଗୃହିଣୀମାନଙ୍କ ପାଇଁ ସବୁ କିଛି କିଣାକିଣି କରିବାକୁ ପଡ଼ିଥାଏ। ଶାଢ଼ି, ଚୁଡ଼ି ତଥା ବିଭିନ୍ନ ପ୍ରକାର ଫଳମୂଳ ଓ ପୂଜାସାମଗ୍ରୀ ସବୁ କିଣିବା ପାଇଁ ଏକରକମ ବାଧ୍ୟ ହୋଇଥାନ୍ତି ଗୃହକର୍ତ୍ତା। ଖାଲି ସେତିକି ନୁହେଁ, ବିବାହିତ ଝିଅମାନଙ୍କ ଘରକୁ ସାବିତ୍ରୀ ବ୍ରତ ସମୟରେ ଶାଢ଼ି ସହ ଫଳମୂଳ ଆଦି ବିଭିନ୍ନ ପୂଜା ସାମଗ୍ରୀ ଓ ଭାର ଦେବାର ମଧ୍ୟ ପରମ୍ପରା ରହିଛି। ଆଉ ନବ ବିହାହିତ ହୋଇଥିଲେ ସାବିତ୍ରୀ ସମୟରେ ଅଧିକ ଭାର ବେଭାର ବି ଦେବାକୁ ପଡ଼େ। ତେଣୁ ସାବିତ୍ରୀ ସମୟରେ ଘରର ବଜେଟ ଉପରେ ନିଶ୍ଚିତଭାବେ ପ୍ରଭାବ ପଡ଼ିଥାଏ।
କେବଳ ଘରେ ନୁହେଁ, ମାର୍କେଟ ଉପରେ ମଧ୍ୟ ସାବିତ୍ରୀର ପ୍ରଭାବ ଦେଖିବାକୁ ମିଳିଥାଏ। ବିଭିନ୍ନ ଶାଢ଼ି ଦୋକାନରେ ସାବିତ୍ରୀ ଉପଲକ୍ଷେ ସମସ୍ତଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ରିହାତି ଘୋଷଣା କରାଯାଇଥାଏ। ଫଳରେ ମହିଳାମାନେ ଅଧିକ ସପିଂ କରିବା ପାଇଁ ଇଚ୍ଛା କରିଥାନ୍ତି। ଅନ୍ୟପଟେ ବିଭିନ୍ନ ପ୍ରକାର ଫଳ ତଥା ପୂଜା ସାମଗ୍ରୀର ମୂଲ୍ୟ ମଧ୍ୟ ଏହି ସମୟରେ ବହୁତ ବଢ଼ି ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri