Categories: ଖେଳ

ସବାଲେଙ୍କା ଅଷ୍ଟ୍ରେଲିୟ ଓପନ ଟାଇଟଲ ଜିତିଲେ…

ମେଲବୋର୍ନ,୨୮।୧ : ଅଷ୍ଟ୍ରେଲିୟ ଓପନ ୨୦୨୩ର ମହିଳା ସିଙ୍ଗଲ ଇଭେଣ୍ଟରେ ବେଲାରୁଷର ଆରିନା ସବାଲେଙ୍କା ଚାମ୍ପିଅନ ହୋଇଛନ୍ତି। ପ୍ରଥମ ସେଟରେ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସେ ଖାଜକସ୍ତାନର ଏଲେନା ରାୟବାକିନାଙ୍କୁ ପରାସ୍ତ କରିଛନ୍ତି।
ଟାଇଟଲ ମ୍ୟାଚ ରେ ସେ କାଜାଖସ୍ତାନର ଏଲିନା ରାୟବାକିନାଙ୍କୁ ୪-୬,୬-୩, ୬-୪ ରେ ପରାସ୍ତ କରିଛନ୍ତି। ରାୟବାକିନା ପ୍ରଥମ ସେଟ ୬-୪ ଜିତିଥିଲେ, ଏହା ପରେ ସବାଲେଙ୍କା ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ସବାଲେଙ୍କା ଦ୍ୱିତୀୟ ସେଟ ୬-୩ ଏବଂ ତୃତୀୟ ସେଟ ୬-୪ ରେ ଜିତିଥିଲେ। ଏହା ସବାଲେଙ୍କାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ।

ରବିବାର ପୁରୁଷ ସିଙ୍ଗଲ୍ସ ଫାଇନାଲ ସର୍ବିଆର ନୋଭାକ ଜୋକୋଭିକ ଏବଂ ଗ୍ରୀସର ଷ୍ଟେଫାନୋସ ସିସିପାସଙ୍କ ମଧ୍ୟରେ ଖେଳାଯିବ।

 

Share