ଲକ୍‌ଡାଉନରେ ରାଖୀ ବିକ୍ରି କରୁଛନ୍ତି ‘ସାଥ୍‌ ନିଭାନା ସାଥିଆ’ ଫେମ୍‌ ଅଭିନେତ୍ରୀ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଲାଗୁ ହୋଇଥିବାରୁ ଲକ୍ଷ ଲକ୍ଷ ଲୋକଙ୍କ ଆୟ ପ୍ରଭାବିତ ହୋଇଛି। ଏଥିରୁ ଫିଲ୍ମ ଇଣ୍ଡଷ୍ଟ୍ରି କି ଟିଭି ସିରିୟଲ୍‌ ଜଗତ ମଧ୍ୟ ବାଦ୍‌ ପଡ଼ିନାହିଁ। ଯେଉଁଥିରେ କଳାକାରମାନଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି। ପ୍ରତିଦିନ କୌଣସି ନା କୌଣସି କଳାକାରଙ୍କ ଦୁଃଖ କାହାଣୀ ଶୁଣିବାକୁ ମିଳୁଛି। ଇତିମଧ୍ୟରେ ଲୋକପ୍ରିୟ ଟିଭି ସିରିୟଲ୍‌ ‘ସାଥ ନିଭାନା ସାଥିଆ’ରେ ଗୋପୀ ବୋହୁଙ୍କ ‘ଉର୍ମିଲା ମାମି’ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ବନ୍ଦନା ବିଠ୍‌ଲାନିଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ନିକଟରେ ବନ୍ଦନା ୱେବ ପୋର୍ଟାଲ ସ୍ପଟ ବଏ ସହ ଆଲୋଚନା କରୁଥିବା ବେଳେ ପ୍ରକାଶ କରିଛନ୍ତି ଯେ, ଲକ୍‌ଡାଉନ ସମୟରେ ତାଙ୍କୁ ଅନେକ ଅସୁବିଧା ସହ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇଥିଲା। ଲକ୍‌ଡାଉନ ଯୋଗୁ ସମସ୍ତଙ୍କ କାମ ବନ୍ଦ ହୋଇଯାଇଥିଲା। ଫଳରେ ଆୟ ବନ୍ଦ ହୋଇଯାଇଥିଲା କିନ୍ତୁ ଖର୍ଚ୍ଚ କମି ନ ଥିଲା। ତେଣୁ ଘର ଚଳାଇବା ପାଇଁ ବନ୍ଦନା ଅନ୍ୟ କାମ ଖୋଜିବାକୁ ଆରମ୍ଭ କରିଥିଲେ। ଶେଷରେ ସେ ନିଜେ ହାତରେ ରାଖୀ ତିଆରି କରି ଅନ୍‌ଲାଇନ୍‌ରେ ବିକ୍ରି କରିଥିଲେ। ଏହାପରେ ବନ୍ଦନାଙ୍କ ନିକଟକୁ ରାଖୀ ଅର୍ଡର ଆସିବା ଆରମ୍ଭ ହୋଇଯାଇଛି। ଏତଦ୍‌ ବ୍ୟତୀତ ଜୁଏଲାରୀ ଡିଜାଇନ ମଧ୍ୟ ଶିଖିଛନ୍ତି ବୋଲି ବନ୍ଦନା କହିଛନ୍ତି। ଯଦିଓ ତାଙ୍କୁ ଏବେ ଅଭିନୟରେ କାମ ମିଳିଯାଇଛି, କିନ୍ତୁ ବର୍ତ୍ତମାନ ବି ବନ୍ଦନା ରାଖୀ କାମ ଜାରି ରଖିଛନ୍ତି। ଶୁଟିଂ ସେଟରେ ଟିକେ ସମୟ ମିଳିଲେ ସେ ରାଖୀ ତିଆରି କରନ୍ତି। ବର୍ତ୍ତମାନ ତାଙ୍କ ପାଖରେ ୨୦ଟି ରାଖୀର ଅର୍ଡର ରହିଛି ବୋଲି ବନ୍ଦନା କହିଛନ୍ତି। ସୂଚନା ମୁତାବକ ଷ୍ଟାରପ୍ଲସର ଲୋକପ୍ରିୟ ଶୋ’ ‘ସାଥ ନିଭାନା ସାଥିଆ’ ପୁଣି ଥରେ ‘ତେରା ମେରା ସାଥ ରହେ’ ନାମରେ ଲୋକଙ୍କ ସାମ୍ନାକୁ ଆସିବାକୁ ଯାଉଛି। ଏଥିରେ ପୁଣି ଥରେ ବନ୍ଦନାଙ୍କ ଅଭିନୟ ଦେଖିବାକୁ ମିଳିବ। ତେବେ ଖୁବ୍‌ଶୀଘ୍ର ଏହି ସିରିୟଲ୍‌ ଅଗଷ୍ଟ ୧୬ରୁ ଷ୍ଟାରପ୍ଲସ୍‌ରେ ଆରମ୍ଭ ହେବା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?