ଲକ୍‌ଡାଉନରେ ରାଖୀ ବିକ୍ରି କରୁଛନ୍ତି ‘ସାଥ୍‌ ନିଭାନା ସାଥିଆ’ ଫେମ୍‌ ଅଭିନେତ୍ରୀ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଲାଗୁ ହୋଇଥିବାରୁ ଲକ୍ଷ ଲକ୍ଷ ଲୋକଙ୍କ ଆୟ ପ୍ରଭାବିତ ହୋଇଛି। ଏଥିରୁ ଫିଲ୍ମ ଇଣ୍ଡଷ୍ଟ୍ରି କି ଟିଭି ସିରିୟଲ୍‌ ଜଗତ ମଧ୍ୟ ବାଦ୍‌ ପଡ଼ିନାହିଁ। ଯେଉଁଥିରେ କଳାକାରମାନଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି। ପ୍ରତିଦିନ କୌଣସି ନା କୌଣସି କଳାକାରଙ୍କ ଦୁଃଖ କାହାଣୀ ଶୁଣିବାକୁ ମିଳୁଛି। ଇତିମଧ୍ୟରେ ଲୋକପ୍ରିୟ ଟିଭି ସିରିୟଲ୍‌ ‘ସାଥ ନିଭାନା ସାଥିଆ’ରେ ଗୋପୀ ବୋହୁଙ୍କ ‘ଉର୍ମିଲା ମାମି’ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ବନ୍ଦନା ବିଠ୍‌ଲାନିଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ନିକଟରେ ବନ୍ଦନା ୱେବ ପୋର୍ଟାଲ ସ୍ପଟ ବଏ ସହ ଆଲୋଚନା କରୁଥିବା ବେଳେ ପ୍ରକାଶ କରିଛନ୍ତି ଯେ, ଲକ୍‌ଡାଉନ ସମୟରେ ତାଙ୍କୁ ଅନେକ ଅସୁବିଧା ସହ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇଥିଲା। ଲକ୍‌ଡାଉନ ଯୋଗୁ ସମସ୍ତଙ୍କ କାମ ବନ୍ଦ ହୋଇଯାଇଥିଲା। ଫଳରେ ଆୟ ବନ୍ଦ ହୋଇଯାଇଥିଲା କିନ୍ତୁ ଖର୍ଚ୍ଚ କମି ନ ଥିଲା। ତେଣୁ ଘର ଚଳାଇବା ପାଇଁ ବନ୍ଦନା ଅନ୍ୟ କାମ ଖୋଜିବାକୁ ଆରମ୍ଭ କରିଥିଲେ। ଶେଷରେ ସେ ନିଜେ ହାତରେ ରାଖୀ ତିଆରି କରି ଅନ୍‌ଲାଇନ୍‌ରେ ବିକ୍ରି କରିଥିଲେ। ଏହାପରେ ବନ୍ଦନାଙ୍କ ନିକଟକୁ ରାଖୀ ଅର୍ଡର ଆସିବା ଆରମ୍ଭ ହୋଇଯାଇଛି। ଏତଦ୍‌ ବ୍ୟତୀତ ଜୁଏଲାରୀ ଡିଜାଇନ ମଧ୍ୟ ଶିଖିଛନ୍ତି ବୋଲି ବନ୍ଦନା କହିଛନ୍ତି। ଯଦିଓ ତାଙ୍କୁ ଏବେ ଅଭିନୟରେ କାମ ମିଳିଯାଇଛି, କିନ୍ତୁ ବର୍ତ୍ତମାନ ବି ବନ୍ଦନା ରାଖୀ କାମ ଜାରି ରଖିଛନ୍ତି। ଶୁଟିଂ ସେଟରେ ଟିକେ ସମୟ ମିଳିଲେ ସେ ରାଖୀ ତିଆରି କରନ୍ତି। ବର୍ତ୍ତମାନ ତାଙ୍କ ପାଖରେ ୨୦ଟି ରାଖୀର ଅର୍ଡର ରହିଛି ବୋଲି ବନ୍ଦନା କହିଛନ୍ତି। ସୂଚନା ମୁତାବକ ଷ୍ଟାରପ୍ଲସର ଲୋକପ୍ରିୟ ଶୋ’ ‘ସାଥ ନିଭାନା ସାଥିଆ’ ପୁଣି ଥରେ ‘ତେରା ମେରା ସାଥ ରହେ’ ନାମରେ ଲୋକଙ୍କ ସାମ୍ନାକୁ ଆସିବାକୁ ଯାଉଛି। ଏଥିରେ ପୁଣି ଥରେ ବନ୍ଦନାଙ୍କ ଅଭିନୟ ଦେଖିବାକୁ ମିଳିବ। ତେବେ ଖୁବ୍‌ଶୀଘ୍ର ଏହି ସିରିୟଲ୍‌ ଅଗଷ୍ଟ ୧୬ରୁ ଷ୍ଟାରପ୍ଲସ୍‌ରେ ଆରମ୍ଭ ହେବା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri