Posted inଜାତୀୟ

ସାର୍କ ବୈଠକ ବାତିଲ

ନୂଆଦିଲ୍ଲୀ, ୨୨ା୯: ପାକିସ୍ତାନର ତାଲିବାନ୍‌ ପ୍ରେମ ଯୋଗୁ ଆସନ୍ତା ୨୫ରେ ହେବାକୁ ଥିବା ସାଉଥ୍‌ ଏସିଆନ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ସାର୍କ) ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ ବାତିଲ ହୋଇଛି। ଏହି ବୈଠକରେ ତାଲିବାନ୍‌ ପ୍ରତିନିଧିଙ୍କୁ ସାମିଲ କରିବାକୁ ପାକିସ୍ତାନ ଜିଦ୍‌ ଧରିଥିଲା। ଏହାକୁ ନେଇ ମତଭେଦ ହେବାରୁ ନ୍ୟୁୟର୍କରେ ହେବାକୁ ଥିବା ଏହି ବୈଠକକୁ ରଦ୍ଦ କରାଯାଇଛି। ସଦସ୍ୟ ଦେଶଗୁଡ଼ିକର ସହମତି ଅଭାବରୁ ସାର୍କ ମିଟିଂ ଅନୁଷ୍ଠିତ ହେବ ନାହିଁ ବୋଲି ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁସାରେ ଅଧିକାଂଶ ଦେଶ ତାଲିବାନ୍‌କୁ ସାମିଲ କରାଯିବାକୁ ପାକିସ୍ତାନର ପ୍ରସ୍ତାବ ଉପରେ ଆଲୋଚନା ପାଇଁ ମନା କରିଦେଇଥିଲେ। ଏଥିସହ ଆଫଗାନିସ୍ତାନର କ୍ଷମତାଚ୍ୟୁତ ରାଷ୍ଟ୍ରପତି ଅଶ୍ରଫ ଗନି ସରକାରଙ୍କ କୌଣସି ପ୍ରତିନିଧିଙ୍କୁ କୌଣସି ମୂଲ୍ୟରେ ସାର୍କ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ଅନୁମତି ଦିଆ ନ ଯିବାକୁ ପାକିସ୍ତାନ ଜୋର ଦେଇଥିଲା। ସାର୍କର ଅଧିକାଂଶ ସଦସ୍ୟ ଦେଶ ଏହାର ମଧ୍ୟ ବିରୋଧ କରିଥିଲେ। ଆଫଗାନିସ୍ତାନରେ ପାକିସ୍ତାନ ସମର୍ଥତ୍ତ ହକ୍କାନି ନେଟଓ୍ବର୍କର ଅମିର ଖାନ୍‌ ମୁତ୍ତାକି କାମଚଳା ବହିର୍ବ୍ୟାପାର ମନ୍ତ୍ରୀ ହୋଇଥିବାରୁ ତାଙ୍କୁ ସାର୍କ ବୈଠକରେ ସାମିଲ କରିବାକୁ ପାକିସ୍ତାନ ଚାହୁଁଥିଲା। ଦକ୍ଷିଣ ଏସିଆର ୮ ଦେଶ ଭାରତ, ବାଂଲାଦେଶ, ଭୁଟାନ, ନେପାଳ, ମାଳଦ୍ୱୀପ, ଶ୍ରୀଲଙ୍କା, ପାକିସ୍ତାନ ଏବଂ ଆଫଗାନିସ୍ତାନକୁ ନେଇ ସାର୍କ ଗଠିତ। ଆଫଗାନିସ୍ତାନରେ ଏହାର ସବୁଠୁ ନୂଆ ସଦସ୍ୟ। କରୋନା ସଂକ୍ରମଣ ଯୋଗୁ ଗତ ବର୍ଷ ଭର୍ଚୁଆଲ ମାଧ୍ୟମରେ ସାର୍କ ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri