Posted inଖେଳ

IND vs SA 1st: ଏଲ୍‌ଗାରଙ୍କ ଶତକରେ ଦକ୍ଷିଣ ଆଫ୍ରିକା ଅଗ୍ରଣୀ

ସେଞ୍ଚୁରିୟନ୍‌,୨୭ା୧୨: ଡିନ୍‌ ଏଲଗାରଙ୍କ ଶତକ ବଳରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୃଢ଼ ସ୍ଥିତିରେ ଦକ୍ଷିଣ ଆଫ୍ରିକା। ଭାରତର ପ୍ରଥମ ଇନିଂସ ସ୍କୋର ୨୪୫ ରନ୍‌ ଜବାବରେ ଦକ୍ଷିଣ ଆଫ୍ରିକା ଷ୍ଟମ୍ପ୍ସ ସୁଦ୍ଧା ୫ ଉଇକେଟ ୨୫୬ ରନ୍‌ ସଂଗ୍ରହ କରିଛି। ଖରାପ ଆଲୋକ କାରଣରୁ ଖେଳ ବନ୍ଦ ହେବା ବେଳେ ଦକ୍ଷିଣ ଆଫ୍ରିକା ୯ ରନ୍‌ରେ ଆଗୁଆ ରହିଛି।

ପ୍ରଥମ ଦିନର ଅସମାପ୍ତ ସ୍କୋର ୨୦୮/୮ରୁ ଖେଳ ଆରମ୍ଭ କରି ଭାରତ ଆଉ ୩୭ ରନ୍‌ ଯୋଡି ୨ ଉଇକେଟ ହରାଇଥିଲା। ପୂର୍ବଦିନ ୭୦ ରନ୍‌ରେ ଅପରାଜିତ ଥିବା ଲୋକେଶ ରାହୁଲ ଆଉ ୩୧ ରନ ଯୋଡିବା ସହ ଟେଷ୍ଟ କ୍ରିକେଟରେ ଅଷ୍ଟମ ଶତକ ପୂରଣ କରିଥିଲେ। ୧୩୭ ବଲ୍‌ ଖେଳି ସେ ୧୪ ଚୌକା ଓ ୪ ଛକା ମାରିଥିଲେ। ସିରାଜ (୫)ଙ୍କ ସହ ନବମ ଉଇକେଟରେ ୪୭ ରନ୍‌ ଯୋଡିଥିଲେ ରାହୁଲ। ଅନ୍ୟ ମାନଙ୍କ ମଧ୍ୟରେ ବିରାଟ କୋହଲି ୩୮, ଶ୍ରେୟସ୍‌ ଆୟର ୩୧ ଓ ଶାର୍ଦ୍ଦୂଳ ଠାକୁର ୨୪ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ୫ ଉଇକେଟ ନେଇଥିବା ବେଳେ ନାନ୍ଦ୍ରେ ବର୍ଜର ୩, ମାର୍କୋ ଜାନସେନ୍‌ ଓ ଜେରାଲ୍ଡ କୋଜି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭ କରିବା ସହିତ ଚତୁର୍ଥ ଓଭରରେ ଓପନର ଏଡେନ୍‌ ମାରକ୍ରମ(୫)ଙ୍କ ଉଇକେଟ ହରାଇଥିଲା। ଓପନର ଡିନ୍‌ ଏଲଗାର କିନ୍ତୁ ଚମତ୍କାର ବ୍ୟାଟିଂ କରି ୧୪୦ ରନ୍‌ରେ ଅପରାଜିତ ଅଛନ୍ତି। ଟୋନି ଡି ଜୋର୍ଜି(୨୮)ଙ୍କ ସହ ଏଲଗାର ୯୩ ରନ୍‌ ଯୋଡିଥିଲେ। ମାତ୍ର ଦୁଇ ଓଭର ମଧ୍ୟରେ ଡି ଜୋର୍ଜି ଓ କିଗାନ ପିଟରସନ୍‌(୨)ଙ୍କୁ ଆଉଟ କରିଥିଲେ ଯଶପ୍ରୀତ ବୁମରା। ତେବେ ପଦାର୍ପଣକାରୀ ଡେଭିଡ୍‌ ବେଣ୍ଡିଙ୍ଗହାମ(୫୬)ଙ୍କୁ ସାଥୀ କରି ଏଲଗାର ୧୩୧ ରନ୍‌ ଯୋଡିଥିଲେ। ଏଲ୍‌ଗାର ୧୬୮ ବଲ୍‌ ଖେଳି ୨୧ ଚୌକା ସହିତ ୧୧୫ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଚା ପାନ ବିରତି ପରେ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏ ଉଇକେଟ ନେଇ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଗୁରୁବାର ସକାଳୁ ଦକ୍ଷିଣ ଆଫ୍ରିକା ଟେଲ ଏଣ୍ଡରଙ୍କୁ ଶୀଘ୍ର ଆଉଟ କରିବାକୁ ଭାରତ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

IND vs NZ ଫାଇନାଲ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ମିଳିଲା ‘ଗୁରୁ ମନ୍ତ୍ର’: ଭାରତୀୟ କିମ୍ବଦନ୍ତୀଙ୍କ ପରାମର୍ଶ ପରେ ଏବେ ଚୌକା, ଛକା ବର୍ଷା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରର ସାମ୍ନା କରିବେ। ଉଭୟ ଦଳ ଟୁର୍ନାମେଣ୍ଟରେ ଅସାଧାରଣ…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାର୍ଯ୍ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri