ଜେଲ ଗଲେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନୀହାର ରଞ୍ଜନ ଦାସଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି। ଏନେଇ ଭିଜିଲାନ୍ସ ଏକ ମାମଲା (ନଂ.୩୫/୨୨) ରୁଜୁ କରି ନିହାରଙ୍କୁ କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହୋଇଯିବାରୁ ନୀହାରଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ନିହାରରଞ୍ଜନ ଗିରଫ ହେବା ପରେ ତାଙ୍କର ୩.୯୬ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଯାହାକି ତାଙ୍କ ଆୟଠାରୁ ୨୭୫ ପ୍ରତିଶତ ଅଧିକ। ସବୁଠୁ ମୁଖ୍ୟ କଥା ହେଲା ନିହାରରଞ୍ଜନ ୧.୭୫କୋଟି ଟଙ୍କା କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି, ଯାହାକି ସମସ୍ତଙ୍କୁ ଚକିତ କରି ଦେଇଛି। ବ୍ରିଟେନ୍‌ସ୍ଥିତ ୩୮ ଟି ପିଏଲ୍‌ସି ୱାଲେଟରୁ ୧.୭୫ କୋଟି ଟଙ୍କାର କାରବାରର ସନ୍ଧାନ ମିଳିଛି । ନୀହାରରଞ୍ଜନ ତାଙ୍କ ନିଜ ନାମ ଏବଂ ପରିବାର ଲୋକଙ୍କ ନାମରେ ଜାଲ୍‌ କାଗଜାଦି ଦେଇ ଆୟ ବହିର୍ଭୂତ ସମ୍ପତ୍ତି ଉପରୁ ନଜର ହଟାଇବା ପାଇଁ ଏଭଳି କରିଥିବା ଜଣାପଡ଼ିଛି। ଯେତିକି କ୍ରିପ୍ଟୋ କରେନ୍ସି ତଥ୍ୟ ହସ୍ତଗତ ହୋଇଛି ସେଗୁଡ଼ିକୁ ଅଚଳ କରିବା ସହ ଆଉ କେତେ ଟଙ୍କା କାରବାର ହୋଇଛି ସେନେଇ ତଥ୍ୟ ପ୍ରଦାନ କରିବାକୁ ବ୍ରିଟେନ୍‌ସ୍ଥିତ ଓ୍ବାଲେଟ ସେବା ପ୍ରଦାନକାରୀ ପିଏଲ୍‌ସିକୁ ଭିଜିଲାନ୍ସ ପକ୍ଷରୁ ଚିଠି ଲେଖାଯାଇଛି। କେଉଁମାନଙ୍କ ପାଖକୁ କେତେ ଲକ୍ଷ ଟଙ୍କା ପଠାଇଛନ୍ତି, ତାଙ୍କ ଆକାଉଣ୍ଟକୁ କେଉଁମାନେ ଟଙ୍କା ପଠାଇଛନ୍ତି ସବୁ ଦିଗକୁ ନେଇ ତଦନ୍ତ କରିବ ଭିଜିଲାନ୍ସ ଟିମ୍‌। ଅନ୍ୟପଟେ ନିହାର ରଞ୍ଜନଙ୍କୁ ଜେରା କରିବାପରେ ବହୁ ଗୁମର ଖୋଲିବ ବୋଲି ଏସ୍‌ପି ଅନୁପମା ଜେମ୍ସ ଆଶା ରଖିଛନ୍ତି।
ନୀହାରରଞ୍ଜନଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭୁବନେଶ୍ୱର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍‌ ଶୁକ୍ରବାର ୩ ଜିଲାର ୬ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଭୁବନେଶ୍ୱର ଖାରବେଳନଗରସ୍ଥିତ ଶ୍ରୀରାମ ମାନ୍‌ଶନ୍‌ ଆପାର୍ଟମେଣ୍ଟର ଫ୍ଲାଟ୍‌ରେ ଚଢ଼ାଉ ସମୟରେ ନିହାର କ୍ରିପ୍ଟୋ କରେନ୍ସି ସମ୍ବନ୍ଧିତ ୩୮ଟି ଦସ୍ତାବିଜ୍‌ ଓ ମୋବାଇଲକୁ ଝରକା ବାଟେ ଫୋପାଡ଼ି ଦେଇଥିଲେ। ଉକ୍ତ ଦସ୍ତାବିଜ ଅନୁସାରେ ସେ କ୍ରିପ୍ଟୋ କରେନ୍ସିରେ ୧.୭୫ କୋଟି ବିନିଯୋଗ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଶ୍ରୀରାମ୍‌ ମାନ୍‌ଶନ୍‌ ଆପାର୍ଟମେଣ୍ଟରେ ୩୨.୫ ଲକ୍ଷ ଟଙ୍କାର ଗୋଟିଏ ୩ ବିଏଚ୍‌କେ ଫ୍ଲାଟ୍‌ ଓ ସମ୍ବଲପୁର ମୋଦିପଡ଼ାଠାରେ ଥିବା ୩ମହଲା କୋଠା ସହ ସମ୍ବଲପୁର ଜିଲାର ମୁଖ୍ୟ ଅଞ୍ଚଳରେ ୧.୨୭ କୋଟି ଟଙ୍କା ମୂଲ୍ୟର ୮ ପ୍ଲଟ୍‌ ଠାବ ହୋଇଛି। କବଲା ସମୟରେ ଏହାର ପ୍ରକୃତ ମୂଲ୍ୟ ଲୁଚାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ତାଙ୍କ ଘରୁ ନଗଦ ୧ ଲକ୍ଷ ୭ ହଜାର ୭୮୫ ଟଙ୍କା, ୩୯ ଲକ୍ଷ ଟଙ୍କାର ୨ଟି ଚାରିଚକିଆ ଯାନ, ୩ ଲକ୍ଷ ଟଙ୍କାର ୨ଟି ବାଇକ, ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୧୫.୫୫ ଲକ୍ଷ ଟଙ୍କାର ଘରୋଇ ଉପକରଣ ଓ ୬୨.୪୨ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା ରହିଛି। ତେବେ ନିହାରରଞ୍ଜନଙ୍କୁ ପଚରାଉଚରା ସହ ଚଢ଼ାଉ ଓ ଯାଞ୍ଚ ଜାରି ରହିଥିବାରୁ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ୧୧ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri