ଭିଜିଲାନ୍ସ ଦେଖି ଛାନିଆ ମୁଖ୍ୟଯନ୍ତ୍ରୀ: ଝରକା ପଟେ ଫିଙ୍ଗିଦେଲେ ୫୦୦ ଟଙ୍କିଆ ବଣ୍ଡଲ, ୨ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର,୩୦ା୫: ଓଡ଼ିଶା ଗ୍ରାମୀଣ ଉନ୍ନୟନ (ଆରଡବ୍ଲୁ) ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗିଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଚାଲିଥିବା ଚଢ଼ାଉରେ ପ୍ରାୟ ୨.୧ କୋଟି ଟଙ୍କା ଜବତ ହୋଇଛି। ଏହି ଚଢ଼ାଉ ଶୁକ୍ରବାର ସକାଳୁ ଭୁବନେଶ୍ୱର ଏବଂ ଅନୁଗୁଳରେ ଏକକାଳୀନ ଭାବେ ଆରମ୍ଭ ହୋଇଛି।

ଭିଜିଲାନ୍ସ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରସ୍ଥିତ ଷଡଙ୍ଗିଙ୍କ ପିଡିଏନ ଏକ୍ସୋଟିକା ଫ୍ଲାଟରୁ ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଛି। ଏହା ସହିତ ଅନୁଗୁଳ ଜିଲାର କରଡ଼ଗଡ଼ିଆସ୍ଥିତ ତାଙ୍କ ବାସଭବନରୁ ଆହୁରି ୧.୧ କୋଟି ଟଙ୍କା ଉଦ୍ଧାର କରାଯାଇଛି। ଜବତ ହୋଇଥିବା ଟଙ୍କାର ଗଣତି ମେସିନ ଦ୍ୱାରା ଚାଲିଛି। ମୋଟ ଜବତ ହୋଇଥିବା ଅର୍ଥର ପରିମାଣ ପ୍ରାୟ ୨.୧ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି।

ଚଢ଼ାଉ ସମୟରେ ଏକ ନାଟକୀୟ ଘଟଣା ଘଟିଥିଲା। ଭିଜିଲାନ୍ସ ଅଧିକାରୀମାନଙ୍କୁ ଦେଖି ଷଡ଼ଙ୍ଗୀ ଭୁବନେଶ୍ୱରସ୍ଥିତ ତାଙ୍କ ଫ୍ଲାଟର ଝରକା ଦେଇ ୫୦୦ ଟଙ୍କାର ନୋଟର ବଣ୍ଡଲ ଫିଙ୍ଗି ଦେଇଥିଲେ। ତେବେ, ଭିଜିଲାନ୍ସ ଟିମ୍ ଏହି ଟଙ୍କା ଉଦ୍ଧାର କରିଛି।

ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି) ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଏହି ଚଢ଼ାଉ ଅନୁଗୁଳ ଜିଲାର ଲେକେଇପାସୀ, ମାଟିୟାସାହି ଏବଂ ଶିକ୍ଷାକପଡ଼ା ଅଞ୍ଚଳରେ ମଧ୍ୟ ଜାରି ରହିଛି। ଅନୁଗୁଳ, ଢେଙ୍କାନାଳ ଏବଂ କଟକରୁ ଆସିଥିବା ଅଧିକାରୀମାନେ ଏହି ଅପରେସନରେ ଅଂଶଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର: ଏତିକି ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ବଢ଼ିଯିବ ଦରମା

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଓ ପେନନସନଭୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଜୁଲାଇ ୨୦୨୬ରୁ ସେମାନଙ୍କ ମହଙ୍ଗା ଭତ୍ତା (DA)…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri