ୟୁକ୍ରେନ ସୀମାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ: ରୁଷିଆନ୍ ଟିଭି ସାମ୍ବାଦିକାଙ୍କ ମୃତ୍ୟୁ

ମସ୍କୋ,୨୬।୩: ରୁଷିଆର ମୁଖ୍ୟ ସରକାରୀ ଟିଭି ଚ୍ୟାନେଲ, ‘ଚ୍ୟାନେଲ ୱାନ’ର ଜଣେ ସାମରିକ ସମ୍ବାଦିକା ୟୁକ୍ରେନ ସୀମାରେ ମାଇନ୍ ବିସ୍ଫୋରଣରେ ଜୀବନ ହରାଇଛନ୍ତି। ଏହି ଘଟଣା ସୀମାର ରୁଷ ପାର୍ଶ୍ୱରେ, ବେଲଗୋରୋଡ ଅଞ୍ଚଳରେ ଘଟିଥିବା ଚ୍ୟାନେଲ କହିଛି।

“ଚ୍ୟାନେଲ ୱାନ’ର ଯୁଦ୍ଧ ସମ୍ବାଦଦାତା ଆନ୍ନା ପ୍ରୋକୋଫିଭା ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା ଟିଭି ଚ୍ୟାନେଲ ଏକ ବିବୃତ୍ତିରେ କହିଛି। “ଚ୍ୟାନେଲ ୱାନର ଫିଲ୍ମ କୄରଥିବା ସମୟରେ ମାଇନ୍ ଉପରେ ସେମାନଙ୍କ ଗୋଡ଼ ରହିଯାଇଥିଲା।” ଏଥିରେ ସେ ଜୀବନ ହରାଇଥିବା ବେଳେ ତାଙ୍କ ସହକର୍ମୀ କ୍ୟାମେରାମ୍ୟାନ୍ ଦିମିତ୍ରୀ ଭୋଲକୋଭ ମଧ୍ୟ ଆହତ ହୋଇଛନ୍ତି।

ଏଥିରେ କୁହାଯାଇଛି ଯେ ପ୍ରୋକୋଫିଭା ୩୫ ବର୍ଷ ବୟସ୍କା ଥିଲେ ଏବଂ ୨୦୨୩ ମସିହାରୁ ଚ୍ୟାନେଲ ସହିତ ୟୁକ୍ରେନ୍ ବିବାଦକୁ କଭର କରୁଥିଲେ। ଟେଲିଗ୍ରାମରେ ତାଙ୍କର ଶେଷ ପୋଷ୍ଟ ମଙ୍ଗଳବାର ଦିନ ହୋଇଥିଲା ଏବଂ ସେ ଏକ ଜଙ୍ଗଲରେ ସାମରିକ ପୋଷାକରେ ଚେୟାରରେ ବସି ଏବଂ ମୁଣ୍ଡରେ ମାଉଣ୍ଟେଡ୍ କ୍ୟାମେରା ପିନ୍ଧିଥିବା ଦେଖାଯାଉଥିଲା।

ତିନି ବର୍ଷର ସଂଘର୍ଷରେ ଅନେକ ରୁଷୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ସୋମବାର ୟୁକ୍ରେନର ଖାରକିଭ୍ ଅଞ୍ଚଳରେ ରୁଷର ମୁଖ୍ୟ କ୍ରେମଲିନ୍ ସମର୍ଥକ ଖବରକାଗଜ ଇଜଭେଷ୍ଟିଆର ଜଣେ ଯୁଦ୍ଧ ସମ୍ବାଦଦାତାଙ୍କ ମୃତ୍ୟୁ ମଧ୍ୟ ସାମିଲ ଅଛି।

ଅନ୍ତର୍ଜାତୀୟ ସାମ୍ବାଦିକ ମହାସଂଘ ଅନୁଯାୟୀ, ଫେବୃଆରୀ ୨୦୨୨ ରେ ମସ୍କୋର ଆକ୍ରମଣ ଆରମ୍ଭ ହେବା ପରଠାରୁ ଅତି କମରେ ୨୧ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ପରେ ବି ସଜାଡ଼ି ହେଲାନି ଲେଡବନ୍ଧ ରାସ୍ତା: ବିପଦସଂକୁଳ ଅବସ୍ଥାରେ ଚାଲିଛି ଯାନବାହନ ଚଳାଚଳ

ମୋହନା, ୩।୧୧।୨୬: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଧୋଇ ହୋଇଯାଇଥିଲା ଲେଡବନ୍ଧ ରାସ୍ତା। ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ପ୍ରଶାସନ ପକ୍ଷରୁ ଯାତାୟାତ ବନ୍ଦ…

ବିସିସିଆଇର ସିଡ୍ୟୁଲକୁ ନେଇ ଏ କ’ଣ କହିଦେଲେ ଶୁଭମନ ଗିଲ, ଦିନିକିଆ ସିରିଜ ପୂର୍ବରୁ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ନଭେମ୍ବର ୪ ତାରିଖରେ…

ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା, ପ୍ରଶାସନ ଦେଲା ଏଭଳି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୩।୧୧: ଲଦାଖ ପ୍ରଶାସନ ଶିକ୍ଷା ଓ ପରିବେଶ କ୍ଷେତ୍ରରେ କାମ କରୁଥିବା ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା ଦେଇଛି। ୱାଙ୍ଗଚୁକଙ୍କ ଦ୍ୱାରା ପ୍ରତିଷ୍ଠିତ ହିମାଳୟନ ଇନଷ୍ଟିଚ୍ୟୁଟ…

ମହିଳାଙ୍କଠାରୁ ମୋବାଇଲ୍‌ ଛଡ଼ାଇବାକୁ ନେଇ ଯୁବକଙ୍କୁ ହତ୍ୟା

ବାରିପଦା, ୩।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡି ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ମୋବାଇଲ୍‌ ଛଡ଼ାଇବା ଘଟଣାକୁ କେନ୍ଦ୍ର…

ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯିବା ନିଶ୍ଚିତ! ମୁମ୍ବାଇ ଇଣ୍ଡିଆନ୍ସ (MI) ପାଇଁ ଖେଳିବେ ଅର୍ଶଦୀପ; ଆସିଲା ଅଦଳବଦଳ ଚୁକ୍ତି ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ,୩।୧୧: ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯାଇପାରନ୍ତି। ହଁ, ଆପଣ ଠିକ ଶୁଣିଛନ୍ତି, ହାର୍ଦ୍ଦିକଙ୍କୁ ଅନ୍ୟ ଦଳକୁ ପଠାଇବା (ଟ୍ରେଡ) ପ୍ରକ୍ରିୟାରେ ହଠାf ପଞ୍ଜାବ ଫ୍ରାଞ୍ଚାଇଜ ସାମିଲ…

ଭଞ୍ଜପୁର ପୋଲିସକୁ ବଡ଼ ସଫଳତା: କାର୍‌ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ବାରିପଦା, ୩/୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ…

ଶିକ୍ଷକ ଅଭାବରେ ଚାଲିଛି ବିଦ୍ୟାଳୟ: ୧୫୩ ଛାତ୍ରୀଛାତ୍ରଙ୍କୁ ମାତ୍ର ୪ ଶିକ୍ଷକ

କର୍ଲାମୁଣ୍ଡା,୩।୧୧(ପ୍ରଦୀପ କୁମାର ସାହୁ): ଶିକ୍ଷାର ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଅନେକ ବିଦ୍ୟାଳୟରେ ଏବେ ବି ଶିକ୍ଷକ ଅଭାବ…

‘ରାହୁଲ ଗାନ୍ଧୀଙ୍କ ଥାର୍ଡ କ୍ଲାସ ମିଛ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଦେଶୀ ସହାୟତା ପାଇଥିବା ନେଇ ଅଭିଯୋଗ ଉପରେ ଭାଜପାର ପାଲଟା ଜବାବ

ନୂଆଦିଲ୍ଲୀ,୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିଦେଶୀ ସହାୟତା’ ଯୋଗୁ କ୍ଷମତାକୁ ଆସିଥିଲେ ଏବଂ ଏବେ ମଧ୍ୟ କ୍ଷମତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?