ରୁଷିଆକୁ ବଡ଼ ଝଟ୍‌କା: ଖାର୍କିଭ୍‌ରୁ ସୀମା ପର୍ଯ୍ୟନ୍ତ ସୈନ୍ୟଙ୍କୁ ତଡ଼ିଲା ୟୁକ୍ରେନ

କିଭ୍‌,୧୭।୫: ୟୁକ୍ରେନ ସହିତ ଯୁଦ୍ଧ କରୁଥିବା ରୁଷୀୟ ସୈନ୍ୟଙ୍କୁ ପୁଣି ଥରେ ମୁହଁତୋଡ ଜବାବ ମିଳିଛି। କିଭ୍‌କୁ କବ୍‌ଜା କରିବାକୁ କରାଯାଇଥିବା ଉଦ୍ୟମ ବିଫଳ ହେବା ପରେ ବର୍ତ୍ତମାନ ରୁଷିଆ ସୈନ୍ୟଙ୍କୁ ଖାର୍କିଭରୁ ମଧ୍ୟ ତଡ଼ି ଦିଆଯାଇଛି। ଖାର୍କିଭ ଯୁଦ୍ଧରେ ସେମାନେ ଜିତିଛନ୍ତି ବୋଲି ୟୁକ୍ରେନ ଦାବି କରିଛି। ଏହି ଯୁଦ୍ଧ ରୁଷିଆ ପାଇଁ ସବୁଠାରୁ ବଡ଼ ଝଟ୍‌କା ବୋଲି କୁହାଯାଉଛି। ୟୁକ୍ରେନ ଦାବି କରିଛି ଯେ, ଗତ କିଛି ଦିନରୁ ଖାର୍କିଭରେ କୌଣସି ଆକ୍ରମଣ ହେଉନାହିଁ। ସୂଚନାଯୋଗ୍ୟ, ୟୁକ୍ରେନ ଓ ରିଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୮୨ଦିନ ବିତିଗଲାଣି। ହେଲେ ଏବେ ବି ୟୁକ୍ରେନର ଅନେକ ସହର ଉପରେ ରୁଷିଆ ନିଜର ଆକ୍ରମଣ ଜାରି ରହିଛି। କିନ୍ତୁ ୟୁକ୍ରେନବାସୀ ଓ ସୈନ୍ୟମାନେ ପୁଟିନ୍‌ଙ୍କ ସୈନ୍ୟଙ୍କ ସହ ଦୃଢ଼ତାର ସାମ୍ନାକୁ କରୁଛନ୍ତି। ସୂଚନା ମୁତାବକ, ଖାର୍କିଭ ହେଉଛି ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର। ଏହି ସହର ରୁଷିଆ ସୀମାଠାରୁ ମାତ୍ର ୮୦କିଲୋମିଟର ଦୂରରେ ଅବସ୍ଥିତ। ଏହାର ଦକ୍ଷିଣ-ପଶ୍ଚିମ ଦିଗରେ ରୁଷିଆର ବେଲଗୋରୋଡ ସହର ଅବସ୍ଥିତ। ଖାର୍କିଭରେ ୧୦ଲକ୍ଷରୁ ଅଧିକ ଲୋକ ବାସ କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୁଷିଆର ଆକ୍ରମଣ ଯୋଗୁ ସହର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏଥିମଧ୍ୟରୁ କିଛି ୟୁକ୍ରେନର ଅନ୍ୟ ସହରରେ ଏବଂ କିଛି ପଡୋଶୀ ଦେଶରେ ବାସ କରୁଛନ୍ତି। ଅନ୍ୟପଟେ ଖାର୍କିଭର ଆଖପାଖ ଅଞ୍ଚଳରେ ରୁଷୀଆ ସୈନ୍ୟଙ୍କୁ ତଡ଼ିବା କାର୍ଯ୍ୟ ଜାରି ରହିଛି ବୋଲି ଉକ୍ତ ଅଞ୍ଚଳର ରାଜ୍ୟପାଳ ଓଲେହ ସିନେଗୁବୋଭ କହିଛନ୍ତି। ଏଥିସହ ସେ କହିଛନ୍ତି, ଇଜ୍ୟୁମ ସହରରେ ୟୁକ୍ରେନ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ ଆରମ୍ଭ କରିଛି। ଏପ୍ରିଲ ଆରମ୍ଭରୁ ରୁଷିଆ ସେନା ଏଠାରେ କବଜା କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?