ବିଦେଶୀ ନାଗରିକଙ୍କୁ ଗଞ୍ଜେଇ ଦେଲା କିଏ

ରାୟଗଡ଼ା,୨ା୧(ସ୍ବ.ପ୍ର.):ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ଆଣ୍ଟୋଭ ପାଭେଲ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଗୋଟିଏ ପରେ ଗୋଟିଏ କଥା ଜଣାପଡ଼ୁଛି। ରବିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଡିଏସ୍‌ପି ସରୋଜକାନ୍ତ ମହାନ୍ତ ଏବଂ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ରୁଷୀୟ ପର୍ଯ୍ୟଯକ ରହୁଥିବା ହୋଟେଲ ‘ସାଇ ଇଣ୍ଟରନ୍ୟାଶନାଲ’ର ମାଲିକ ଏବଂ କର୍ମଚାରୀଙ୍କୁ ପୃଥକ୍‌ ଭାବେ ଡକାଇ ଜେରା କରିଛନ୍ତି। ସେମାନଙ୍କ ବୟାନର ଭିଡିଓଗ୍ରାଫି କରାଯାଇଛି। ହୋଟେଲର ପ୍ରାୟ ୨୦ କର୍ମଚାରୀଙ୍କୁ ଜେରା କରାଯାଇଛି। ଏଥିସହ ଡିସେମ୍ବର ୧ରୁ ୨୭ ପର୍ଯ୍ୟନ୍ତ ହୋଟେଲକୁ ଆସିଥିବା ସମସ୍ତ ଅତିଥିଙ୍କ ରେକର୍ଡ ମଧ୍ୟ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଛି। ଅନ୍ୟପକ୍ଷରେ ଭ୍ଲାଡିମିରଙ୍କ ବ୍ୟବଚ୍ଛେଦ ରିପୋର୍ଟ ଗଣମାଧ୍ୟମର ହସ୍ତଗତ ହୋଇଛି। ଏହି ରିପୋର୍ଟ ଅନୁଯାୟୀ ବିଦାନୋଭଙ୍କ ମୃତ୍ୟୁ ହୃଦ୍‌ଘାତ କାରଣରୁ ହୋଇଥିବା ଡାକ୍ତରୀ ଟିମ୍‌ ଅନୁମାନ କରୁଛନ୍ତି। ଏଥିସହ ତାଙ୍କ ଶରୀରରୁ ଅଫିମ କିମ୍ବା ଗଞ୍ଜେଇର ଦୁର୍ଗନ୍ଧ ବାହାରୁଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ପ୍ରାୟ ୧ଶହ ମି.ଲି. ପରିମାଣର ଜଳୀୟ ଅଂଶ ଶରୀରରେ ରହିଥିବା ଜଣାପଡ଼ିଛି। ତେବେ ଡାକ୍ତରୀ ଦଳ ଭିସେରା ଟେଷ୍ଟ ପାଇଁ ସୁପାରିସ କରିବାକୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଭିସେରା ପରୀକ୍ଷଣ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏଥିରେ କୁହାଯାଇଛି। ଏବେ ବିଦାନୋଭଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ସେମାନଙ୍କୁ ଗଞ୍ଜେଇ କେମିତି ମିଳିଲା ଏବଂ କିଏ ସେମାନଙ୍କୁ ଯୋଗାଇଥିଲେ ସେ ନେଇ ମଧ୍ୟ ତଦନ୍ତ ଚାଲିଛି।
ପାଭେଲ ଏବଂ ବିଦାନୋଭଙ୍କ ସମେତ ୪ ପର୍ଯ୍ୟଟକ ଭୁବନେଶ୍ୱରରେ ପହଞ୍ଚି ପ୍ରଥମେ ଦାରିଙ୍ଗବାଡ଼ି ଏବଂ ସେଠାରୁ ରାୟଗଡ଼ା ଆସିଥିଲେ। ତେଣୁ ସେମାନେ ଗଞ୍ଜେଇ କେମିତି ପାଇଲେ ସେନେଇ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ଼ କରୁଛି। ଅପରପକ୍ଷେ ଜିଲାରେ ଗଞ୍ଜେଇ ଚାଷକୁ ରୋକିବା ନିମନ୍ତେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରି ଗଞ୍ଜେଇ ଜବତ କରାଯାଉଥିବା ଏବଂ ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା କୁହାଯାଉଥିବାବେଳେ ଏବେ ଉଭୟ ଅବକାରୀ ବିଭାଗ ଏବଂ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।
ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁକୁ ଦେଖିଲେ ବିଭିନ୍ନ ଦିଗରୁ ସନ୍ଦେହ ସୃଷ୍ଟି ହେଉଛି। ଏହାମଧ୍ୟରେ ମୃତ୍ୟୁକୁ ୧୦ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା ରହିଛି। ଅପରପକ୍ଷେ ପାଭେଲ ରୁଷିଆର ରାଷ୍ଟ୍ରପତି ପୁଟିନ୍‌ଙ୍କ କଡ଼ା ସମାଲୋଚକ ରହିଥିବାରୁ ଏହି ମୃତ୍ୟୁ ପଛରେ ଅନ୍ୟ କିଛି ରହସ୍ୟ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ଏମିତିକି ପାଭେଲ ପଡ଼ିଥିବା ସ୍ଥାନରେ ତାଙ୍କ ଶରୀର ପୋଜିସନକୁ ଅନୁଧ୍ୟାନ କଲେ ଅନେକ ରହସ୍ୟ ଖୋଲିଯିବ ବୋଲି ସହରବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ା
କ୍ରାଇମ୍‌ବ୍ରାଞ୍ଚର ଅଧିକାରୀମାନେ ବିଭିନ୍ନ ଦିଗକୁ ନେଇ ହୋଟେଲ ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାହୁ, ମ୍ୟାନେଜର କୌଶିକ୍‌ ଠାକେରଙ୍କ ସମେତ ୩ ରିସେପ୍ସନିଷ୍ଟ, ସୁପରଭାଇଜର, ରେସ୍ତୋରାଁ କ୍ୟାପ୍‌ଟେନ, ହୋଟେଲ ବୟ, ରୁମ୍‌ ଆଟେଣ୍ଡାଣ୍ଟ ଏବଂ ହୋଟେଲର ଅନ୍ୟ କର୍ମଚାରୀଙ୍କୁ ପ୍ରଶ୍ନ କରିଛନ୍ତି। କ୍ରାଇମବ୍ରାଞ୍ଚ ଟିମ୍‌ ସକାଳେ ରାୟଗଡ଼ା ଟାଉନ ଥାନାକୁ ଯାଇ ପୋଲିସ ସହ ଆଲୋଚନା କରି ବିଭିନ୍ନ ତଥ୍ୟ ମାଗିଥିଲା। ସେଠାରୁ ଡିଏସ୍‌ପି ମହାନ୍ତ, ଇନ୍ସପେକ୍ଟର ପଣ୍ଡା ଏବଂ ୩ ଅଫିସର ହୋଟେଲକୁ ଆସିଥିଲେ। ଫରେନ୍‌ସିକ ଟିମ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଅଧିକ ପ୍ରମାଣ ଖୋଜିବା ପାଇଁ ଅନ୍ୟତ୍ର ଯାଇଥିବା ଅନୁମାନ କରାଯାଉଛି। ତୃତୀୟ ଦିନର ଜେରା ପରେ ହୋଟେଲ ପରିଚାଳନା ନିର୍ଦ୍ଦେଶକ ସାହୁ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତଦନ୍ତରେ ସେ ଏବଂ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ଯାହାକୁ ଯାହା ପଚରାଯାଇଛି ତାହାର ଠିକ୍‌ ଉତ୍ତର ଦେଇଥିବା ସେ କହିଛନ୍ତି। ତେବେ ଜେରା ସମୟରେ ଅଧିକାରୀମାନେ କ’ଣ ପଚାରିଥିଲେ ସେ ବିଷୟରେ ସେ ସୂଚନା ଦେଇନାହାନ୍ତି।
ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ଡିଜି ସୁନୀଲ ବଂଶଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବଛା ବଛା ଅଧିକାରୀ ତଦନ୍ତ ଦାୟିତ୍ୱରେ ଅଛନ୍ତି। ଆଗକୁ ଯେକୌଣସି ତଦନ୍ତର ଆବଶ୍ୟକ ପଡ଼ିବ ତାହା କରାଯିବ ବୋଲି ସେ କହିଛନ୍ତି। ଏ ପର୍ଯ୍ୟନ୍ତ ତଦନ୍ତରେ କୌଣସି ତ୍ରୁଟି ଦେଖାଯାଇନାହିଁ। ଦରକାର ପଡ଼ିଲେ ଇଣ୍ଟରପୋଲ୍‌ର ସହାୟତା ମଧ୍ୟ ନିଆଯିବ ବୋଲି ଡିଜିପି ବଂଶଲ କହିଛନ୍ତି।
ଅପରପକ୍ଷରେ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟଣାରେ ବ୍ରହ୍ମପୁରର ଜଣେ ମାନବାଧିକାର କର୍ମୀଙ୍କ ଅଭିଯୋଗକୁ ଜାତୀୟ ମାନବଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତର ସହ ନେଇଛନ୍ତି। ଅଭିଯୋଗକୁ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନିକଟକୁ ପଠାଇବା ସହ ଏହି ଘଟଣାରେ ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହାର ରିପୋର୍ଟ ୪ ସପ୍ତାହ ମଧ୍ୟରେ କମିଶନ ନିକଟରେ ଦାଖଲ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri