ବିଦେଶୀ ନାଗରିକଙ୍କୁ ଗଞ୍ଜେଇ ଦେଲା କିଏ

ରାୟଗଡ଼ା,୨ା୧(ସ୍ବ.ପ୍ର.):ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ଆଣ୍ଟୋଭ ପାଭେଲ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଗୋଟିଏ ପରେ ଗୋଟିଏ କଥା ଜଣାପଡ଼ୁଛି। ରବିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଡିଏସ୍‌ପି ସରୋଜକାନ୍ତ ମହାନ୍ତ ଏବଂ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ରୁଷୀୟ ପର୍ଯ୍ୟଯକ ରହୁଥିବା ହୋଟେଲ ‘ସାଇ ଇଣ୍ଟରନ୍ୟାଶନାଲ’ର ମାଲିକ ଏବଂ କର୍ମଚାରୀଙ୍କୁ ପୃଥକ୍‌ ଭାବେ ଡକାଇ ଜେରା କରିଛନ୍ତି। ସେମାନଙ୍କ ବୟାନର ଭିଡିଓଗ୍ରାଫି କରାଯାଇଛି। ହୋଟେଲର ପ୍ରାୟ ୨୦ କର୍ମଚାରୀଙ୍କୁ ଜେରା କରାଯାଇଛି। ଏଥିସହ ଡିସେମ୍ବର ୧ରୁ ୨୭ ପର୍ଯ୍ୟନ୍ତ ହୋଟେଲକୁ ଆସିଥିବା ସମସ୍ତ ଅତିଥିଙ୍କ ରେକର୍ଡ ମଧ୍ୟ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଛି। ଅନ୍ୟପକ୍ଷରେ ଭ୍ଲାଡିମିରଙ୍କ ବ୍ୟବଚ୍ଛେଦ ରିପୋର୍ଟ ଗଣମାଧ୍ୟମର ହସ୍ତଗତ ହୋଇଛି। ଏହି ରିପୋର୍ଟ ଅନୁଯାୟୀ ବିଦାନୋଭଙ୍କ ମୃତ୍ୟୁ ହୃଦ୍‌ଘାତ କାରଣରୁ ହୋଇଥିବା ଡାକ୍ତରୀ ଟିମ୍‌ ଅନୁମାନ କରୁଛନ୍ତି। ଏଥିସହ ତାଙ୍କ ଶରୀରରୁ ଅଫିମ କିମ୍ବା ଗଞ୍ଜେଇର ଦୁର୍ଗନ୍ଧ ବାହାରୁଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ପ୍ରାୟ ୧ଶହ ମି.ଲି. ପରିମାଣର ଜଳୀୟ ଅଂଶ ଶରୀରରେ ରହିଥିବା ଜଣାପଡ଼ିଛି। ତେବେ ଡାକ୍ତରୀ ଦଳ ଭିସେରା ଟେଷ୍ଟ ପାଇଁ ସୁପାରିସ କରିବାକୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଭିସେରା ପରୀକ୍ଷଣ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏଥିରେ କୁହାଯାଇଛି। ଏବେ ବିଦାନୋଭଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ସେମାନଙ୍କୁ ଗଞ୍ଜେଇ କେମିତି ମିଳିଲା ଏବଂ କିଏ ସେମାନଙ୍କୁ ଯୋଗାଇଥିଲେ ସେ ନେଇ ମଧ୍ୟ ତଦନ୍ତ ଚାଲିଛି।
ପାଭେଲ ଏବଂ ବିଦାନୋଭଙ୍କ ସମେତ ୪ ପର୍ଯ୍ୟଟକ ଭୁବନେଶ୍ୱରରେ ପହଞ୍ଚି ପ୍ରଥମେ ଦାରିଙ୍ଗବାଡ଼ି ଏବଂ ସେଠାରୁ ରାୟଗଡ଼ା ଆସିଥିଲେ। ତେଣୁ ସେମାନେ ଗଞ୍ଜେଇ କେମିତି ପାଇଲେ ସେନେଇ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ଼ କରୁଛି। ଅପରପକ୍ଷେ ଜିଲାରେ ଗଞ୍ଜେଇ ଚାଷକୁ ରୋକିବା ନିମନ୍ତେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରି ଗଞ୍ଜେଇ ଜବତ କରାଯାଉଥିବା ଏବଂ ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା କୁହାଯାଉଥିବାବେଳେ ଏବେ ଉଭୟ ଅବକାରୀ ବିଭାଗ ଏବଂ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।
ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁକୁ ଦେଖିଲେ ବିଭିନ୍ନ ଦିଗରୁ ସନ୍ଦେହ ସୃଷ୍ଟି ହେଉଛି। ଏହାମଧ୍ୟରେ ମୃତ୍ୟୁକୁ ୧୦ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା ରହିଛି। ଅପରପକ୍ଷେ ପାଭେଲ ରୁଷିଆର ରାଷ୍ଟ୍ରପତି ପୁଟିନ୍‌ଙ୍କ କଡ଼ା ସମାଲୋଚକ ରହିଥିବାରୁ ଏହି ମୃତ୍ୟୁ ପଛରେ ଅନ୍ୟ କିଛି ରହସ୍ୟ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ଏମିତିକି ପାଭେଲ ପଡ଼ିଥିବା ସ୍ଥାନରେ ତାଙ୍କ ଶରୀର ପୋଜିସନକୁ ଅନୁଧ୍ୟାନ କଲେ ଅନେକ ରହସ୍ୟ ଖୋଲିଯିବ ବୋଲି ସହରବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ା
କ୍ରାଇମ୍‌ବ୍ରାଞ୍ଚର ଅଧିକାରୀମାନେ ବିଭିନ୍ନ ଦିଗକୁ ନେଇ ହୋଟେଲ ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାହୁ, ମ୍ୟାନେଜର କୌଶିକ୍‌ ଠାକେରଙ୍କ ସମେତ ୩ ରିସେପ୍ସନିଷ୍ଟ, ସୁପରଭାଇଜର, ରେସ୍ତୋରାଁ କ୍ୟାପ୍‌ଟେନ, ହୋଟେଲ ବୟ, ରୁମ୍‌ ଆଟେଣ୍ଡାଣ୍ଟ ଏବଂ ହୋଟେଲର ଅନ୍ୟ କର୍ମଚାରୀଙ୍କୁ ପ୍ରଶ୍ନ କରିଛନ୍ତି। କ୍ରାଇମବ୍ରାଞ୍ଚ ଟିମ୍‌ ସକାଳେ ରାୟଗଡ଼ା ଟାଉନ ଥାନାକୁ ଯାଇ ପୋଲିସ ସହ ଆଲୋଚନା କରି ବିଭିନ୍ନ ତଥ୍ୟ ମାଗିଥିଲା। ସେଠାରୁ ଡିଏସ୍‌ପି ମହାନ୍ତ, ଇନ୍ସପେକ୍ଟର ପଣ୍ଡା ଏବଂ ୩ ଅଫିସର ହୋଟେଲକୁ ଆସିଥିଲେ। ଫରେନ୍‌ସିକ ଟିମ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଅଧିକ ପ୍ରମାଣ ଖୋଜିବା ପାଇଁ ଅନ୍ୟତ୍ର ଯାଇଥିବା ଅନୁମାନ କରାଯାଉଛି। ତୃତୀୟ ଦିନର ଜେରା ପରେ ହୋଟେଲ ପରିଚାଳନା ନିର୍ଦ୍ଦେଶକ ସାହୁ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତଦନ୍ତରେ ସେ ଏବଂ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ଯାହାକୁ ଯାହା ପଚରାଯାଇଛି ତାହାର ଠିକ୍‌ ଉତ୍ତର ଦେଇଥିବା ସେ କହିଛନ୍ତି। ତେବେ ଜେରା ସମୟରେ ଅଧିକାରୀମାନେ କ’ଣ ପଚାରିଥିଲେ ସେ ବିଷୟରେ ସେ ସୂଚନା ଦେଇନାହାନ୍ତି।
ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ଡିଜି ସୁନୀଲ ବଂଶଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବଛା ବଛା ଅଧିକାରୀ ତଦନ୍ତ ଦାୟିତ୍ୱରେ ଅଛନ୍ତି। ଆଗକୁ ଯେକୌଣସି ତଦନ୍ତର ଆବଶ୍ୟକ ପଡ଼ିବ ତାହା କରାଯିବ ବୋଲି ସେ କହିଛନ୍ତି। ଏ ପର୍ଯ୍ୟନ୍ତ ତଦନ୍ତରେ କୌଣସି ତ୍ରୁଟି ଦେଖାଯାଇନାହିଁ। ଦରକାର ପଡ଼ିଲେ ଇଣ୍ଟରପୋଲ୍‌ର ସହାୟତା ମଧ୍ୟ ନିଆଯିବ ବୋଲି ଡିଜିପି ବଂଶଲ କହିଛନ୍ତି।
ଅପରପକ୍ଷରେ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟଣାରେ ବ୍ରହ୍ମପୁରର ଜଣେ ମାନବାଧିକାର କର୍ମୀଙ୍କ ଅଭିଯୋଗକୁ ଜାତୀୟ ମାନବଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତର ସହ ନେଇଛନ୍ତି। ଅଭିଯୋଗକୁ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନିକଟକୁ ପଠାଇବା ସହ ଏହି ଘଟଣାରେ ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହାର ରିପୋର୍ଟ ୪ ସପ୍ତାହ ମଧ୍ୟରେ କମିଶନ ନିକଟରେ ଦାଖଲ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri