ପିତା ରୁଷିଆ ସେନା, ପୁଅ ୟୁକ୍ରେନ୍ ସିପାହୀ, ଫାୟରିଂ କମିଲେ ପରସ୍ପରକୁ ପଠାନ୍ତି ଏମିତି ମେସେଜ

ମସ୍କୋ/କ୍ୱିଭ,୧୭ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । ଏହି ଯୁଦ୍ଧ ଯେ କେବଳ ଦେଶର ଚିନ୍ତା ବଢାଇ ଥାଏ ତା’ନୁହେଁ ବେଳେ ବେଳେ ଏହି ଯୁଦ୍ଧର ନିଆଁରେ ରକ୍ତର ସମ୍ପର୍କ ବି ଜଳିଯାଇଥାଏ । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ପିତା ରୁଷିଆ ସେନାରେ ଥିବା ବେଳେ ପୁତ୍ର ୟୁକ୍ରେନ୍ ସେନାରେ । ଉଭୟ ପରସ୍ପର ଉପରକୁ ସବୁବେଳେ ବନ୍ଧୁକ ଉଠାଇ ପ୍ରସ୍ତୁତ ରହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ ୨୪ରେ ଯେତେବେଳେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା , ସେତେବେଳେ ସମସ୍ତ ୟୁକ୍ରେନବାସୀ ସେମାନଙ୍କ ପରିବାର ଓ ସମ୍ପର୍କୀୟଙ୍କ ସମ୍ପର୍କରେ ଜାଣିବା ପାଇଁ ମୋବାଇଲ ନମ୍ବର ଡାଏଲ କରିବା ଆରମ୍ଭ କରିଥିଲେ । ଏହି ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଆର୍ତୁର ନାମକ ଜଣେ ଯୁବକ ବି ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ ଉପରେ ପ୍ରଥମ ଥର ଲାଗି ଏଭଳି ଆକ୍ରମଣ ହୋଇଥିଲା ।
ଯେତେବେଳେ ସମସ୍ତେ ସମସ୍ତଙ୍କ ପ୍ରିୟଜନଙ୍କ ଖବର ନେଉଥିଲେ ସେତେବେଳେ ୨୭ ବର୍ଷୀୟ ଆର୍ତୁର ତାଙ୍କ ପିତା ଓଲେଗଙ୍କ ପାଇଁ ଭିନ୍ନ ଏକ ବାର୍ତ୍ତା ପଠାଇଥିଲେ । ତାଙ୍କ ପିତା ପୂର୍ବ ୟୁକ୍ରେନରେ ରୁଷିଆ ପାଇଁ ଲଢୁଥିବା ବିଚ୍ଛିନ୍ନତାବାଦୀ ସେନାର ଜଣେ କର୍ନେଲ ।
ଏହି ସମୟରେ ଅର୍ତୁର ତାଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଯେଉଁ ମେସେଜ ପଠାଇଥିଲେ ସେଥିରେ ରୁଷିଆକୁ ଗାଳି ଦିଆଯାଇଥିଲା । ଏହାର ଜବାବରେ ତାଙ୍କ ପିତା ଲେଖିଥିଲେ ତୁମେ ବନ୍ଧୁକ ଉଠାଅ ନାହିଁ, କ୍ୱିଭ ଖୁବଶୀଘ୍ର ଭୁଷୁଡିଯିବ ।
ହେଲେ ଅର୍ତୁର ତାଙ୍କ ପିତାଙ୍କ କଥା ନ ଶୁଣି ୟୁକେନ୍‌୍ର ସେନାରେ ସାମିଲ ହେବା ସହ କ୍ୱିଭକୁ ସୁରକ୍ଷା ଦେବାକୁ ଶହ ଶହ ସେନାଙ୍କ ଭଳି ନିଜେ ବି ବନ୍ଧୁକ ଉଠାଇଥିଲେ । ଦ ଗାର୍ଡିୟାନର ରିପୋର୍ଟ ଅନୁଯାୟୀ, ଏହି ପିତା ପୁତ୍ର ଯୁଦ୍ଧ ସାମାନ୍ୟ ଥମିଲେ ପରସ୍ପର ସହ କଥା ହୋଇଥାଆନ୍ତି । ଏମାନେ କଥା ହୋଇଥିବା ଏକ ଭିଡିଓ କଲକୁ ନେଇ ଗାର୍ଡିୟାନ କହିଛି, ଭିଡିଓ କଲରେ ଅର୍ତୁର ତାଙ୍କ ପିତାଙ୍କୁ କହୁଛନ୍ତି ଆମେ ସାମ୍ନାରେ ପରସ୍ପର ବିରୋଧରେ ଲଢୁଛେ । କିନ୍ତୁ ଆମ ମଧ୍ୟରୁ କେହି ଜଣେ ସଠିକ ଉଦ୍ଦେଶ୍ୟ ପାଇଁ ଲଢୁଛୁ ।
ଆଉ ଏକ ମେସେଜରେ ଏମାନେ ଅନ୍ୟକୁ ଭାବୁକ କରିଦେଇଛନ୍ତି । ଉକ୍ତ ମେସେଜରେ ପିତା ଲେଖିଛନ୍ତି, ଅର୍ତୁର ଏବେବି ମୋର ପୁଅ, ମୁଁ ତୁମର ଭଲ ଚାହୁଁଛି, ସବୁବେଳେ ସୁଖି ଓ ସୁସ୍ଥ ରୁହ । ହେଲେ ଅର୍ତୁର କହିଛନ୍ତି କୋର୍ଟ ତାଙ୍କୁ କୌଣସ ଦଣ୍ଡ ଦେବା ଦରକାର ।
ଅନ୍ୟପଟେ ଅର୍ତୁର ତାଙ୍କର ଏକ ବାର୍ତ୍ତାରେ ଲେଖିଛନ୍ତି, ‘ମୁଁ ତାଙ୍କୁ ତାଙ୍କ ବିଜୟ ଏବଂ ତାଙ୍କର ମୃତ୍ୟୁ ଜଗତର ସାକ୍ଷୀ ହେବାକୁ ଦେଖିବାକୁ ଚାହେଁ । ମୋ ପିତା ପରିବାର ଓ ଦେଶପ୍ରତି ବିଶ୍ୱାସଘାତକତା କରିଛନ୍ତି ମୁଁ ମୋ ଦେଶ ପାଇଁ ଲଢୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?