ଜାହାଜରୁ ଖସିପଡ଼ିଲେ ଋଷୀୟ ନାବିକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପାରାଦୀପ,୧ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ଏସ୍‌କ୍ୟୁ ବର୍ଥରେ ସୋମବାର ପୂର୍ବାହ୍ନରେ ଲାଗିଥିବା ଏକ ପଣ୍ୟବାହୀ ଜାହାଜରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଋଷୀୟ ନାବିକ ଗୁରୁତର ହୋଇଛନ୍ତି। ତାଙ୍କୁ ବନ୍ଦର ବିଭାଗୀୟ କର୍ମଚାରୀମାନେ ଉଦ୍ଧାର କରି ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି।

ନାବିକ ହେଲେ ଦିମିତ୍ରୀ ମିଲିଶେକୋ (୩୨)। ଏମଭି ଭିଟସ ବେରିଙ୍ଗ ନାମକ ଜାହାଜ ବର୍ଥିଂ କରିବା ବେଳେ ଅସାବଧାନତା ବଶତଃ ସେ ପଡ଼ିଯାଇଥିଲେ। ତାଙ୍କର ପଛପଟ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।