ୟୁକ୍ରେନ୍‌ର ମାଇକୋଲିଭ ଉପରେ ରୁଷିଆର ମିଶାଇଲ ବର୍ଷା, ଇରାନୀ ଡ୍ରୋନରୁ କ୍ୱିଭ ଉପରେ ଆକ୍ରମଣ

କ୍ୱିଭ,୧୪ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ବେଳକୁ ବେଳ ଚିନ୍ତା ବଢିବାରେ ଲାଗିଛି । ଗୁରୁବାର ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ କରିଥିବା ଆକ୍ରମଣକୁ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ନିନ୍ଦା କରାଯାଉଥିବା ବେଳେ ଅନ୍ୟପଟେ ରୁଷିଆ ସେନା ୟୁକ୍ରେନର ମାଇକୋଲିଭ ସହର ଉପରେ ମିଶାଇଲ ବର୍ଷା କରି ଚାଲିଥାଆନ୍ତି । ରୁଷିଆ ସେନା ଗୁରୁବାର ଭୋର ସମୟରେ ୟୁକ୍ରେନର ରାଜଧାନୀ କ୍ୱିଭର ଆଖପାଖରେ ଇରାନୀ ଡ୍ରୋନ୍ କମିକେଜରୁ ବି ଆକ୍ରମଣ କରିଥିବା ଖବର ମିଳିଛି । କ୍ୱିଭର କ୍ଷେତ୍ରୀୟ ଗଭର୍ନର ଓଲେକ୍ସି କୁଲେବା କହିଛନ୍ତି ଆକ୍ରମଣ କ୍ୱିଭର ଆଖପାଖ ଅଞ୍ଚଳରେ ହୋଇଛି । ହେଲେ ଏଥିରେ କେହି ହତାହତ ହୋଇଛନ୍ତି କି ନା ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ସୋମବାର ସମ୍ପୂର୍ଣ୍ଣ ଦେଶରେ ରୁଷିଆ ବଡ ଧରଣର ଆକ୍ରମଣ କରିବା ପରେ ଗୁରୁବାର ଲଗାତାର ଚତୁର୍ଥ ଦିନରେ ସକାଳୁ ଆକାଶ ମାର୍ଗରୁ ଆକ୍ରମଣ କରିବାର ସଙ୍କେତ ଦେଉଥିବା ସାଇରନର ଶବ୍ଦ ଶୁଣିବାକୁ ମିଳିଥିଲା । ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପମୁଖ୍ୟ କିରିଲୋ ତିମୋଶେଂକୋ ‘ଟେଲିଗ୍ରାମ’ ଯୋଗେ କହିଛନ୍ତି, କ୍ୱିଭର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରିଛି ରୁଷିଆ । ଅନ୍ୟପଟେ ୟୁକ୍ରେନର ଦକ୍ଷିଣ ମୋର୍ଚ୍ଚାରେ ଜାରି ରହିଥିବା ଆକ୍ରମଣ ମଧ୍ୟରେ ମାଇକୋଲିଭ ସହରରେ ସାରାରାତି ଚାଲିଥିବା ଗୁଳି ବିନିମୟରେ ୫ ମହଲା କୋଠା ନଷ୍ଟ ହୋଇଥିବା ଜଣାପଡିଛି । ମେୟର ଆଲେକଜାଣ୍ଡର ସିଏନକୋଭିଚ କହିଛନ୍ତି, କୋଠାର ଉପର ଦୁଇଟି ଯାକ ମହଲା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାପରେ ଅବଶିଷ୍ଟ ଅଂଶ ମାଟିରେ ମିଶିଯାଇଛି । ଏପଟେ ରୁଷିଆ ଦଖଲ କରିନେଇଥିବା ଅଞ୍ଚଳକୁ ଫେରାଇ ଆଣିବାକୁ ୟୁକ୍ରେନ୍ ସେନାବି ଆକ୍ରମଣ ଜାରି ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri