କୃଷ୍ଣସାଗର ଉପରେ ରୁଷିଆ ନଜର

କ୍ୱିଭ୍‌, ୭ା୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ରବିବାର ୧୧ ଦିନ ପୂରିଥିବାବେଳେ ଦକ୍ଷିଣ-ପୂର୍ବ ବନ୍ଦର ସହର ମାରିୟୁପୋଲରେ ଦ୍ୱିତୀୟ ଥର ସାମୟିକ ଭାବେ ଅସ୍ତ୍ରବିରତି ଘୋଷଣା କରାଯାଇଛି। ସାଧାରଣ ନାଗରିକ ସେଠାରୁ ସୁରକ୍ଷିତ ଭାବେ ବାହାରିବା ନିମନ୍ତେ ମାନବୀୟ କରିଡର ନିର୍ମାଣ ପାଇଁ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଉଭୟ ପକ୍ଷ ସହମତ ହୋଇଥିଲେ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଶନିବାର ପ୍ରଥମ ଥର ରୁଷିଆ ସେଠାରେ ଅସ୍ତ୍ରବିରତି ଘୋଷଣା କରିଥିଲେ ହେଁ ଏହାର ଉଲ୍ଲଂଘନ କରାଯାଇଥିବା ଉଭୟ ୟୁକ୍ରେନ୍‌ ଓ ରୁଷିଆ ଅଭିଯୋଗ ଆଣିଥିଲେ। ପରେ ପୁଣି ରୁଷିଆ ପକ୍ଷରୁ ଆକ୍ରମଣ ଜାରି ରହିଥିଲା। ବନ୍ଦର ସହର ମାରିୟୁପୋଲରୁ ନାଗରିକଙ୍କୁ ବାହାର କରାଯିବା ନିମନ୍ତେ ରୁଷିଆ ସୈନ୍ୟ ଓ ୟୁକ୍ରେନ୍‌ ସୁରକ୍ଷାବଳ ପୁନଃ ଏକ ନୂଆ କରିଡର ନିର୍ମାଣ ନିମନ୍ତେ ରାଜି ହୋଇଥିଲେ। ତେବେ ଅସ୍ତ୍ରବିରତି ପୁଣି ଉଲ୍ଲଂଘନ କରି ରୁଷିଆ ଆକ୍ରମଣ ଜାରି ରଖିଥିବା ୟୁକ୍ରେନ୍‌ ଅଭିଯୋଗ ଆଣିଥିବା ବେଳେ ୟୁକ୍ରେନ୍‌ ପୁନର୍ବାର ସର୍ତ୍ତ ଖିଲାପ କରିଥିବା ମସ୍କୋ ପକ୍ଷରୁ କୁହାଯାଇଛି।
ବନ୍ଦର ସହର ମାରିୟୁପୋଲକୁ ରୁଷିଆ କବ୍‌ଜା କରିନେଲେ ୟୁକ୍ରେନ୍‌ ବ୍ଲାକ ସି’ ବା କୃଷ୍ଣସାଗରରୁ ଅଲଗା ହୋଇଯିବ। ସେଥିପାଇଁ ରୁଷିଆ ୟୁକ୍ରେନ୍‌ର ଦକ୍ଷିଣ ଭାଗକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଥିବା କ୍ୱିଭ୍‌ ପକ୍ଷରୁ କୁହାଯାଇଛି। ଏଥିସହ ଅନ୍ୟତମ ବନ୍ଦର ସହର ଓଡ଼େଶାକୁ ମଧ୍ୟ ରୁଷୀୟ ସୈନ୍ୟ ବୋମା ମାଡ଼ କରିବାକୁ ଚକ୍ରାନ୍ତ କରିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସତର୍କ କରାଇଛନ୍ତି। ୟୁକ୍ରେନ୍‌ର ଅନ୍ୟ ସହରଗୁଡ଼ିକରେ ମସ୍କୋର ଆକ୍ରମଣ ଜାରି ରହିଛି। ଉତ୍ତର-ପଶ୍ଚିମ କ୍ୱିଭ୍‌ରେ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି। ଇରପିନ୍‌ ସହରରେ ଭୟଙ୍କର ଆର୍ଟିଲାରି ଫାୟାରିଂ ଏବଂ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ୟୁକ୍ରେନ୍‌ର ପୂର୍ବ ଭାଗରେ ଖର୍କିଭ ଏବଂ ସୁମିରେ ମଧ୍ୟ ୟୁକ୍ରେନ୍‌ ସୈନ୍ୟ ରୁଷିଆକୁ ପ୍ରତିରୋଧ କରିବାକୁ ଉଦ୍ୟମ କରୁଥିବାରୁ ସେଠାରେ ବୋମାମାଡ଼ ଜାରି ରହିଛି।

ୟୁକ୍ରେନ୍‌କୁ ପଠାଯିବ ରୁଷିଆ ନିର୍ମିତ ଯୁଦ୍ଧବିମାନ

ଆମେରିକା ୟୁକ୍ରେନ୍‌କୁ ସୋଭିଏଟ୍‌ ଫାଇଟର ଜେଟ୍‌ ବା ଯୁଦ୍ଧବିମାନ ପଠାଇବା ଦିଗରେ ପୋଲାଣ୍ଡ ସହ ମିଶି କାମ କରୁଛି। ପୋଲାଣ୍ଡରୁ ୟୁକ୍ରେନ୍‌କୁ ଏହି ବିମାନ ଯୋଗାଣ କରାଯିବା ପାଇଁ ଓ୍ବାଶିଂଟନ୍‌ ବେଶ୍‌ ସକ୍ରିୟ ଭାବେ ଚିନ୍ତା କରୁଛି ବୋଲି ମୋଲଡୋଭା ଗସ୍ତରେ ଥବା ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲ୍‌ିଙ୍କେନ୍‌ ରବିବାର କହିଛନ୍ତି। କେବେ ସୁଦ୍ଧା ଏବଂ କେତେ ଜେଟ୍‌ ପଠାଯିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏହି ଡିଲ୍‌ରେ ରୁଷିଆ ନିର୍ମିତ ମିଗ୍‌ ବିମାନ ଯୋଗାଯିବ ବୋଲି ଜଣାଯାଇଛି। ୟୁକ୍ରେନ୍‌ ସୈନ୍ୟ ରୁଷିଆ ନିର୍ମିତ ଯୁଦ୍ଧବିମାନ ଚଳାଇବା ନିମନ୍ତେ ତାଲିମ ନେଇଥିବାରୁ ସେହି ଜେଟ୍‌ ପଠାଇବା ପାଇଁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ପୂର୍ବ ୟୁରୋପୀୟ ଦେଶଗୁଡ଼ିକୁ ଅନୁରୋଧ କରିଥିଲେ।

‘ଚେର୍ନୋବିଲ୍‌ରେ ନିର୍ମାଣ
ହେଉଛି ନ୍ୟୁକ୍ଲିୟର ଅସ୍ତ୍ର’

ରୁଷିଆ ବିରୋଧରେ ୟୁକ୍ରେନ୍‌ ଚେର୍ନୋବିଲ୍‌ଠାରେ ନ୍ୟୁକ୍ଲିୟର ବୋମା ନିର୍ମାଣ କରୁଥିବା ରୁଷିଆର ପ୍ରମୁଖ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ୨୦୦୦ ମସିହାରେ ବନ୍ଦ ହୋଇଯାଇଥିବା ଚେର୍ନୋବିଲ୍‌ ପାଓ୍ବାର ପ୍ଲାଣ୍ଟ୍‌ରେ ୟୁକ୍ରେନ ନ୍ୟୁକ୍ଲିୟର ଅସ୍ତ୍ର ବିକଶିତ କରୁଥିବା କୁହାଯାଇଛି। ସୋଭିଏଟ ୟୁନିୟନରୁ ଅଲଗା ହେବା ପରେ ୧୯୯୪ରେ ୟୁକ୍ରେନ୍‌ ନ୍ୟୁକ୍ଲିୟର କ୍ଲବ୍‌ରୁ ଦୂରେଇ ରହିବ ବୋଲି କହିଥିଲା।

ରୁଷିଆ ମହାଶକ୍ତି: ବୋରିସ୍‌

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ରୁଷିଆକୁ ଏକ ମହାନ ରାଷ୍ଟ୍ର ଏବଂ ମହାଶକ୍ତି ଭାବେ ଅଭିହିତ କରିଛନ୍ତି। ଏ ନେଇ ନ୍ୟୁୟର୍କ ଟାଇମ୍ସରେ ଜନ୍‌ସନ୍‌ଙ୍କ ଏକ ଆଲେଖ୍ୟ ପ୍ରକାଶ ପାଇଛି। ରୁଷିଆ ଲୋକଙ୍କ ସହ କୌଣସି ଶତ୍ରୁତା ନାହିଁ କିମ୍ବା ଏକ ମହାଶକ୍ତି ସହ ବିବାଦ ସୃଷ୍ଟି କରିବାକୁ ଇଚ୍ଛା ନ ଥିବା ବୋରିସ୍‌ ଲେଖିଛନ୍ତି। ନିକଟ ଭବିଷ୍ୟତରେ ୟୁକ୍ରେନ୍‌ ନାଟୋରେ ସାମିଲ ହେବା ନିମନ୍ତେ କୌଣସି ଗମ୍ଭୀର ପଦକ୍ଷେପ ନେଇ ନ ଥିଲା। ତେଣୁ ସମ୍ପ୍ରତି ୟୁକ୍ରେନ୍‌ ସଙ୍କଟରେ ନାଟୋ ବିବାଦ ନୁହେଁ ଏବଂ କେବେ ବି ଏହା ନାଟୋ ଦ୍ୱାରା ସୃଷ୍ଟି ଏକ ସମସ୍ୟା ହେବ ନାହିଁ ବୋଲି ବୋରିସ୍‌ କହିଛନ୍ତି। ତେବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ବିଫଳ ହେବା ଜରୁରୀ ବୋଲି କହିବା ସହ ଯୁଦ୍ଧ ରୋକିବାକୁ ସେ ୬ ଉପାୟ ଦେଇଛନ୍ତି। ସେଗୁଡ଼ିକ ହେଲା, ୟୁକ୍ରେନ୍‌ ପାଇଁ ବିଶ୍ୱ ନେତାମାନେ ଅନ୍ତର୍ଜାତୀୟ ମାନବୀୟ ସହାୟତା ପାଇଁ ଆଗେଇ ଆସନ୍ତୁ। ୟୁକ୍ରେନ୍‌ ଯେପରି ନିଜ ରକ୍ଷା ନିଜେ କରିପାରିବ ସେ ଦିଗରେ ବିଶ୍ୱ ନେତା ସହଯୋଗ କରନ୍ତୁ। ରୁଷିଆ ଉପରେ ଆର୍ଥତ୍କ କଟକଣା କଠୋର କରାଯାଉ। ୟୁକ୍ରେନ୍‌ରେ ରୁଷିଆର ଆତଙ୍କକୁ ପ୍ରତିରୋଧ କରିବା ଦିଗରେ ବିଶ୍ୱ ସମୁଦାୟ ଯତ୍ନବାନ ହେଉ। ଯୁଦ୍ଧ ରୋକିବାକୁ କୂଟନୈତିକ ରାସ୍ତା ବଛାଯାଉ, କିନ୍ତୁ ଏଥିରେ ୟୁକ୍ରେନ ସରକାରଙ୍କ ଇଚ୍ଛାକୁ ସାମିଲ କରାଯିବା ଆବଶ୍ୟକ। ଏଥିସହ ନାଟୋ ଦେଶଗୁଡ଼ିକ ନିଜର ସୁରକ୍ଷା ଓ ପ୍ରତିରୋଧ ଦକ୍ଷତା ବଢ଼ାଇବା ନିମନ୍ତେ ବ୍ୟାପକ ଅଭିଯାନ ଆରମ୍ଭ କରିବା ଉଚିତ ବୋଲି ବୋରିସ୍‌ କହିଛନ୍ତି।

ବାଇଡେନ୍‌ଙ୍କୁ ଅଧିକ ସହାୟତା ମାଗିଲେ ଜେଲେନ୍‌ସ୍କି

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରବିବାର ଆମେରିକା ପ୍ରତିପକ୍ଷ ଜୋ ବାଇଡେନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନ୍‌ ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଥିବାବେଳେ ଜେଲେନ୍‌ସ୍କି ଆମେରିକାକୁ ଆର୍ଥିକ ସହାୟତା ମାଗିବା ସହ ରୁଷିଆ ଉପରେ ଅଧିକ କଟକଣା ଦାବି କରିଛନ୍ତି। ଏ ନେଇ ଜେଲେନ୍‌ସ୍କି ଏକ ଟୁଇଟ୍‌ କରିଛନ୍ତି। ଉଭୟେ ଅଧଘଣ୍ଟା ଧରି ଫୋନରେ କଥା ହେବା ବାବଦରେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏକ ବିବୃତି ଜାରି ହୋଇଛି। ୟୁକ୍ରେନ୍‌ ଉପରେ ଆକ୍ରମଣର ମୂଲ୍ୟ ରୁଷିଆକୁ ଦେବାକୁ ପଡ଼ିବ ବୋଲି ଏଥିରେ ଦୋହରାଯାଇଥିବାବେଳେ ଏ ଦିଗରେ ଆମେରିକା ନେଇଥିବା ପଦକ୍ଷେପକୁ ଦର୍ଶାଯାଇଛି। ଏଥିସହ ବିଭିନ୍ନ ଆମେରିକୀୟ କମ୍ପାନୀ ରୁଷିଆ ବିରୋଧରେ ନେଇଥିବା ପଦକ୍ଷେପକୁ ମଧ୍ୟ ହ୍ବାଇଟହାଉସ୍‌ ପକ୍ଷରୁ ପ୍ରଶଂସା କରାଯାଇଛି।

ୟୁକ୍ରେନ୍‌ରେ ଲୁହ, ଲହୁର ନଈ: ପୋପ୍‌

ୟୁକ୍ରେନ୍‌ରେ ରୁଷିଆ କୌଣସି ମିଲିଟାରି ଅପରେଶନ କରୁନାହିଁ। ଯୁଦ୍ଧରେ ୟୁକ୍ରେନ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସେଠାରେ ଲୁହ ଓ ରକ୍ତର ନଦୀ ବୋହୁଛି ବୋଲି କ୍ୟାଥୋଲିକ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ କହିଛନ୍ତି। ଯୁଦ୍ଧ ଯୋଗୁ ବହୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି, ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି ବୋଲି ରବିବାର ସେଣ୍ଟ ପିଟର୍ସ ସ୍କୋୟାରରେ ତାଙ୍କ ସାପ୍ତାହିକ ସମ୍ବୋଧନ କାର୍ଯ୍ୟକ୍ରମରେ କହିଛନ୍ତି। ସେଠାରୁ ନାଗରିକଙ୍କୁ ଉଦ୍ଧାର ନିମନ୍ତେ ତୁରନ୍ତ ମାନବୀୟ କରିଡର୍‌ କରାଯିବାକୁ ପୋପ୍‌ ଦାବି କରିଛନ୍ତି।

ୟୁକ୍ରେନ୍‌ ଛାଡ଼ିବାକୁ ଚାହୁନାହାନ୍ତି ଚିତାବାଘ ରଖିଥିବା ଆନ୍ଧ୍ର ଡାକ୍ତର

ୟୁକ୍ରେନ୍‌ର ଯୁଦ୍ଧ ବିଭୀଷିକା ମଧ୍ୟରୁ ବାହାରି ଆସିବାକୁ ସେଠାରେ ରହିଯାଇଥିବା ଭାରତୀୟମାନେ ଆକୁଳ ନିବେଦନ କରୁଥିବା ବେଳେ କେତେଜଣ ଛାତ୍ରୀଛାତ୍ର ସେମାନଙ୍କ ପୋଷା କୁକୁର ବିରାଡ଼ି ସହ ଫେରୁଥିବା ଦେଖାଯାଇଥିଲା। ତେବେ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ଠାରୁ ୮୫୦ କିଲୋମିଟର ଦୂର ଡୋନବାସ୍‌ରେ ରହୁଥିବା ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲାର ଜଣେ ଡାକ୍ତର ୟୁକ୍ରେନ ଛାଡ଼ିବାକୁ ରାଜି ନୁହନ୍ତି। ଡ. କୁମାର ବନ୍ଦି ନିଜ ଘରେ ଏକ ବଙ୍କର ମଧ୍ୟରେ ରହିବାକୁ ପସନ୍ଦ କରିଛନ୍ତି। ଏହାର କାରଣ ହେଲା ସେ ଘରେ ଗୋଟିଏ ଚିତାବାଘ ଓ ଗୋଟିଏ କଳା ପାନ୍ଥର ପାଳିଛନ୍ତି। ସେମାନଙ୍କୁ ଅନ୍ୟମାନଙ୍କ ଦୟାରେ ଛାଡ଼ିଦେଇ ଚାଲିଆସିବାକୁ ସେ ଚାହାନ୍ତି ନାହିଁ। ଯୁଦ୍ଧ ଆରମ୍ଭ ହେବା ପରେ ସେ ତାଙ୍କ ପୋଷା ଚିତାବାଘ ସହ ବଙ୍କର ମଧ୍ୟରେ ଆଶ୍ରୟ ନେଇଥିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri