ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରୁଥିବା ଦେଶ ଋଷିଆ

ନୂଆଦିଲ୍ଲୀ,୨୦।୧୦: ଅଶୋଧିତ ତୈଳ ରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟ ଅଫ ପର୍ସିଆନ ଗଲ୍ଫ ଦେଶଗୁଡିକର ଦବ୍‌ଦବ୍‌ା ରହି ଆସିଛି। ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁ ତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକ ଦେଶ କଟକଣା ଲଗାଇଥିବାବେଳେ ଆରବ ଦେଶଗୁଡିକ ଏହି ସମୟରେ ପ୍ରଚୁର ଲାଭ ମିଳୁଥିଲା। କିନ୍ତୁ ନିକଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଋଷିଆ ଭାରତକ୍‌ୁ ତୈଳ ଯୋଗାଇବାରେ ଟପ୍‌ ସପ୍ଲାଏର ବା ରପ୍ତାନକାରୀ ଭାବେ ଉଭା ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଋଷିଆ ଭାରତକୁ ଅଶୋଧିତ ତୈଳ ରପ୍ତାନୀ କରି ୪୦ ପ୍ରତିଶତ ଅଂଶଧନ ହାସଲ କରିଛି।

ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ। ଭାରତକୁ ଅଧିକରୁ ଅଧିକ ଅଶୋଧିତ ତୈଳ ଋଷିଆ ଦ୍ୱାରା ହିଁ ଆସିଥାଏ। ବର୍ତ୍ତମାନ ଋଷିଆର ତୈଳ ଦର ପାଖାପାଖି ୮୦ ଡଲାରରେ ପହଞ୍ଚିଛି। ୨୦୨୩-୨୪ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତ ଦିନକୁ ହାରାହାରି ୧.୭୬ମିଲିୟନ ବ୍ୟାରେଲ (ବିପିଡି) ଋଷିଆ ତେଲ ଆମଦାନୀ କରିଥିଲା। ଗତ ବର୍ଷ ସମାନ ଅବଧିରେ ଏହି ଆମଦାନୀ ଦିନକୁ ପ୍ରାୟ ୭୮୦,୦୦୦ ବ୍ୟାରେଲ ଥିଲା। ଗତ ମାସରେ ଜୁଲାଇ ଏବଂ ଅଗଷ୍ଟରେ ଋଷିଆରୁ ଭାରତର ଆମଦାନୀ ୧.୫୪ନିୟୁତ ବିପିଡିଏକୁ ବୃଦ୍ଧି ପାଇ ଅଗଷ୍ଟ ତୁଳନାରେ ୧୧.୮ ପ୍ରତିଶତ ଅର୍ଥାତ ପୂର୍ବ ବର୍ଷ ତୁଳନାରେ ୭୧.୭ ପ୍ରତିଶତ ବୃଦ୍ଧି ପାଇଥିଲା।

ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛ। ତେବେ, ଗଲ୍ଫ ଦେଶ ତୁଳନାରେ ଋଷିଆର ତୈଳ ବର୍ତ୍ତମାନ ବ୍ୟାରେଲ ପିଛା ୧୦ ରୁ ୧୫ ଡଲାର ଶସ୍ତା ରହିଛି। ସେପ୍ଟେମ୍ବର ମାସରେ, ଏକ ରିପୋର୍ଟ ଅନୁସାରେ ଭାରତ ରୁଷରୁ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୦ ଡଲାରରେ ପାଉଛି। ଯାହା ପାଶ୍ଚାତ୍ୟ ଦେଶଗୁଡିକ ଲଗାଇଥିବା କ୍ୟାପ ତୁଳନାରେ ବ୍ୟାରେଲ ପିଛା ୨୦ ଡଲାର ଅଧିକ ରହିଛି। ଯଦି ଭାରତ ବର୍ତ୍ତମାନ ସୁଦ୍ଧା ଋଷିଆରୁ ଅଶୋଧିତ ତୈଳ ୮୦ ଡଲାରରେ ନେଉଛି, ତେବେ ବ୍ରେଣ୍ଟ ଅଶୋଧିତ ତେଲ ତୁଳନାରେ ଏହା ୧୩ ରୁ ୧୪ ଡଲାର ଶସ୍ତା ଅଟେ। ବର୍ତ୍ତମାନ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପାଖାପାଖି ୯୪ ଡଲାରରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri