ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରୁଥିବା ଦେଶ ଋଷିଆ

ନୂଆଦିଲ୍ଲୀ,୨୦।୧୦: ଅଶୋଧିତ ତୈଳ ରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟ ଅଫ ପର୍ସିଆନ ଗଲ୍ଫ ଦେଶଗୁଡିକର ଦବ୍‌ଦବ୍‌ା ରହି ଆସିଛି। ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁ ତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକ ଦେଶ କଟକଣା ଲଗାଇଥିବାବେଳେ ଆରବ ଦେଶଗୁଡିକ ଏହି ସମୟରେ ପ୍ରଚୁର ଲାଭ ମିଳୁଥିଲା। କିନ୍ତୁ ନିକଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଋଷିଆ ଭାରତକ୍‌ୁ ତୈଳ ଯୋଗାଇବାରେ ଟପ୍‌ ସପ୍ଲାଏର ବା ରପ୍ତାନକାରୀ ଭାବେ ଉଭା ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଋଷିଆ ଭାରତକୁ ଅଶୋଧିତ ତୈଳ ରପ୍ତାନୀ କରି ୪୦ ପ୍ରତିଶତ ଅଂଶଧନ ହାସଲ କରିଛି।

ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ। ଭାରତକୁ ଅଧିକରୁ ଅଧିକ ଅଶୋଧିତ ତୈଳ ଋଷିଆ ଦ୍ୱାରା ହିଁ ଆସିଥାଏ। ବର୍ତ୍ତମାନ ଋଷିଆର ତୈଳ ଦର ପାଖାପାଖି ୮୦ ଡଲାରରେ ପହଞ୍ଚିଛି। ୨୦୨୩-୨୪ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତ ଦିନକୁ ହାରାହାରି ୧.୭୬ମିଲିୟନ ବ୍ୟାରେଲ (ବିପିଡି) ଋଷିଆ ତେଲ ଆମଦାନୀ କରିଥିଲା। ଗତ ବର୍ଷ ସମାନ ଅବଧିରେ ଏହି ଆମଦାନୀ ଦିନକୁ ପ୍ରାୟ ୭୮୦,୦୦୦ ବ୍ୟାରେଲ ଥିଲା। ଗତ ମାସରେ ଜୁଲାଇ ଏବଂ ଅଗଷ୍ଟରେ ଋଷିଆରୁ ଭାରତର ଆମଦାନୀ ୧.୫୪ନିୟୁତ ବିପିଡିଏକୁ ବୃଦ୍ଧି ପାଇ ଅଗଷ୍ଟ ତୁଳନାରେ ୧୧.୮ ପ୍ରତିଶତ ଅର୍ଥାତ ପୂର୍ବ ବର୍ଷ ତୁଳନାରେ ୭୧.୭ ପ୍ରତିଶତ ବୃଦ୍ଧି ପାଇଥିଲା।

ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛ। ତେବେ, ଗଲ୍ଫ ଦେଶ ତୁଳନାରେ ଋଷିଆର ତୈଳ ବର୍ତ୍ତମାନ ବ୍ୟାରେଲ ପିଛା ୧୦ ରୁ ୧୫ ଡଲାର ଶସ୍ତା ରହିଛି। ସେପ୍ଟେମ୍ବର ମାସରେ, ଏକ ରିପୋର୍ଟ ଅନୁସାରେ ଭାରତ ରୁଷରୁ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୦ ଡଲାରରେ ପାଉଛି। ଯାହା ପାଶ୍ଚାତ୍ୟ ଦେଶଗୁଡିକ ଲଗାଇଥିବା କ୍ୟାପ ତୁଳନାରେ ବ୍ୟାରେଲ ପିଛା ୨୦ ଡଲାର ଅଧିକ ରହିଛି। ଯଦି ଭାରତ ବର୍ତ୍ତମାନ ସୁଦ୍ଧା ଋଷିଆରୁ ଅଶୋଧିତ ତୈଳ ୮୦ ଡଲାରରେ ନେଉଛି, ତେବେ ବ୍ରେଣ୍ଟ ଅଶୋଧିତ ତେଲ ତୁଳନାରେ ଏହା ୧୩ ରୁ ୧୪ ଡଲାର ଶସ୍ତା ଅଟେ। ବର୍ତ୍ତମାନ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପାଖାପାଖି ୯୪ ଡଲାରରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri