Posted inଜାତୀୟ

‘ମୋଦି ଭାରତର ସଙ୍କଟମୋଚକ’

ନୂଆଦିଲ୍ଲୀ,୯।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନରେ ଫସିଥିବା ଲୋକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର ଲଗାତର ଉଦ୍ୟମ କରୁଛନ୍ତି। ତେବେ ବୁଧବାର ଭାରତର ପ୍ରୟାସ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନରୁ ଭାରତୀୟ ଛାତ୍ର ଆଣିବା ସହଜ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଏହି କଷ୍ଟସାଧ୍ୟ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହୋଇଛି।
ଗୋଏଲ ଆହୁରି ମଧ୍ୟ କହିଛନ୍ତି, ତିନି ସପ୍ତାହ ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ନାଗରିକ ସେଠାରୁ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀଛାତ୍ର। ଏତେ ସଂଖ୍ୟକ ଲୋକଙ୍କୁ ସେଠାରୁ ଆଣିିବା ନିହାତି ଗର୍ବର ବିଷୟ। ଆଜି ସମଗ୍ର ଦେଶରେ ଏକ ବିଶ୍ୱାସ ରହିଛି ଯେ କୌଣସି ସଙ୍କଟ ସମୟରେ ଭାରତ ସରକାର ଏବଂ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଆମକୁ ସଙ୍କଟରୁ ବାହାର କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ୧୧ ଥର ବିଶ୍ୱର ବଡ ନେତାଙ୍କ ସହ କଥା ହୋଇଥିଲେ। ୟୁକ୍ରେନରେ ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ କୂଟନୈତିକ ସ୍ତରରେ ଜୋରଦାର ଉଦ୍ୟମ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ବିଷୟକୁ ଗମ୍ଭୀରତାର ସହ ନେଇଥିଲେ। ସେ ୮ଟି ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ପ୍ରତ୍ୟେକ ବୈଠକ ପରେ ନାଗରିକଙ୍କୁ କିପରି ଭାରତକୁ ଫେରାଇ ନିଆଯିବ ସେନେଇ କଠୋର ପଦକ୍ଷେପ ନିଆଯାଇଥିଲା। ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଏହି ଅଭିଯାନର ନେତୃତ୍ୱ ନେଇଛନ୍ତି। ଅନ୍ୟ କୌଣସି ଦେଶର ଏପରି ଉଦାହରଣ  ନାହିଁ, ଯାହା ନାଗରିକମାନଙ୍କୁ ଏତେ ଗମ୍ଭୀରତାର ସହିତ ଫେରାଇ ଆଣିବା କାର୍ଯ୍ୟକୁ ନେଇଥିଲା। ଆଜି ଆମେ ଗର୍ବିତ ଯେ ସେଠାରେ ଥିବା ଛାତ୍ରମାନଙ୍କର ଶେଷ ବ୍ୟାଚ ଏବେ ଯୁଦ୍ଧ କ୍ଷେତ୍ରରୁ ବାହାରି ନିକଟ ଦେଶ ଦେଇ ଆସୁଛନ୍ତି। ଏହାସହ ଏହି କାର୍ଯ୍ୟରେ ଜଡିତ ସମସ୍ତ ସଂଗଠନ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ସେ କହିଛନ୍ତି।
ସେହିପରି ଗୋଏଲ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଦୁର୍ଭାଗ୍ୟବଶତଃ, କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ଏବଂ କିଛି ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ରାଜନୀତି କରିବାକୁ ଚେଷ୍ଟା କରିଥିଲେ। ସଙ୍କଟ ସମୟରେ ସମସ୍ତ ଲୋକ ଏକଜୁଟ ହୋଇଥିଲେ ମଧ୍ୟ ଏହି ସଙ୍କଟରେ ଲୋକଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ବିରୋଧୀ ଦଳର ନେତାମାନେ ମିଥ୍ୟା ପ୍ରଚାରରେ ଲିପ୍ତ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri