ରୁଷିଆକୁ ଯୁଦ୍ଧବିରତି ଚାପ

ବ୍ରସେଲ୍ସ,୨୫ା୩:ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ମାସେ ପୂରିଥିବାବେଳେ ମସ୍କୋକୁ କଡ଼ା ଜବାବ ଦେବା ପାଇଁ କିଭ୍‌କୁ ଯଥାସମ୍ଭବ ସହଯୋଗ କରିବା ନେଇ ଗୁରୁବାର ପାଶ୍ଚାତ୍ୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ), ୟୁରୋପୀୟ ସଂଘ (ଇୟୁ) ଏବଂ ଜି-୭ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବେଲ୍‌ଜିୟମ୍‌ର ବ୍ରସେଲ୍ସରେ ଏକାଠି ହୋଇଛନ୍ତି। ତୁରନ୍ତ ଯୁଦ୍ଧ ବନ୍ଦ ପୂର୍ବକ ୟୁକ୍ରେନ୍‌ରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଉପରେ ନାଟୋ ନେତାମାନେ ଚାପ ପକାଇଛନ୍ତି। ଆକ୍ରମଣରେ ସହଯୋଗ ବନ୍ଦ କରିବାକୁ ବେଲାରୁଷକୁ କୁହାଯାଇଛି।
ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ ବ୍ରସେଲ୍ସରେ ରୁଦ୍ଧଦ୍ୱାର ସମ୍ମିଳନୀକୁ ଉଦ୍‌ଘାଟନ କରି କହିଛନ୍ତି, ଆମ ସୁରକ୍ଷା ଉପରେ ସଙ୍କଟ ସୃଷ୍ଟି ହୋଇଥିବା ସମୟରେ ଆମେ ଏକାଠି ହୋଇଛେ। ୟୁକ୍ରେନ୍‌ର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ରୁଷିଆର ଆକ୍ରମଣକୁ ନିନ୍ଦା କରିବା ପାଇଁ ଆମେ ଏକତ୍ରିତ। ଏହି ଆକ୍ରମଣ ହେଉଛି ସାମ୍ପ୍ରତିକ ପିଢ଼ିରେ ସର୍ବବୃହତ୍‌ ସୁରକ୍ଷା ସଙ୍କଟ। ଆମେ ନିଜ ସହଯୋଗୀ ରାଷ୍ଟ୍ରର ଲୋକଙ୍କ ସୁରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ ଜାରି ରଖିବୁ। ପୁଟିନ୍‌ଙ୍କ ୟୁକ୍ରେନ୍‌ ଆକ୍ରମଣ ଆମ ସୁରକ୍ଷା ପରିବେଶକୁ ବଦଳାଇଦେଇଛି। ନାଟୋ ମଧ୍ୟ ଦୀର୍ଘସୂତ୍ରୀ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛି। ରୁଷିଆକୁ ଜବାବ ଦେବା ପାଇଁ ସ୍ଲୋଭାକିଆ, ହଙ୍ଗେରି, ବୁଲଗେରିଆ ଓ ରୋମାନିଆକୁ ୪୦,୦୦୦ ସୈନ୍ୟଙ୍କୁ ପଠାଇବାକୁ ନାଟୋରେ ସହମତି ପ୍ରକାଶ ପାଇଛି। ରାସାୟନିକ ଅସ୍ତ୍ର ଏହି ସଂଘର୍ଷର ପରିଭାଷା ବଦଳାଇଦେଇପାରେ। ଏହା ଅନ୍ତର୍ଜାତୀୟ ଆଇନର ଖୋଲା ଉଲ୍ଲଂଘନ। ତେଣୁ ଜୈବିକ, ରାସାୟନିକ, ରେଡିଓଲୋଜିକାଲ ଏବଂ ଆଣବିକ ବିପଦରୁ ୟୁକ୍ରେନ୍‌କୁ ଆମତ୍ରକ୍ଷା ପାଇଁ ସହଯୋଗ ଦିଗରେ ସାଇବର ପ୍ରତିରକ୍ଷାକୁ ମଜଭୁତ କରାଯିବ ବୋଲି ନାଟୋ ମହାସଚିବ କହିଛନ୍ତି। ନାଟୋ ସମ୍ମିଳନୀକୁ ବାଦ୍‌ଦେଇ ବ୍ରସେଲ୍ସରେ ପୃଥକ୍‌ ଭାବେ ସାତ ଶିଳ୍ପବିକଶିତ ରାଷ୍ଟ୍ର ଜି-୭ ଏବଂ ଇୟୁର ସ୍ବତନ୍ତ୍ର ସମ୍ମିଳନୀ ହେଉଛି। ବାଇଡେନ୍‌ ଏହି ୩ ସମ୍ମିଳନୀରେ ଯୋଗଦେଇଛନ୍ତି। ଜି-୭ ନେତାମାନେ ରୁଷିଆ ସେଣ୍ଟ୍ରାଲ ବ୍ୟାଙ୍କର ସୁନା କାରବାର ଉପରେ କଟକଣା ଜାରି କରିଛନ୍ତି। ଫେବୃୟାରୀ ୨୪ରେ ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଯେଉଁ କଟକଣା ଜାରି କରାଯାଇଛି ମସ୍କୋ ତାକୁ ଫାଙ୍କିବାକୁ ଉଦ୍ୟମ ଚଳାଇଛି। ମସ୍କୋର ଏଭଳି ଚାଲାକି ବନ୍ଦ କରିବା ଲାଗି ଜି-୭ ଏବଂ ଇୟୁ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ ନିମନ୍ତେ ଏକ ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri