ଭାରତକୁ ନେଇ ବଡ଼ କଥା କହିଦେଲା ରୁଷିଆ: ଆମେରିକାକୁ ଲାଗିଲା ଝଟ୍‌କା

ମସ୍କୋ,୧୬।୧୦: ଭାରତ ଆଉ ରୁଷିଆଠାରୁ ତେଲ କିଣିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ମସ୍କୋ ଏହି ମାମଲାରେ ପ୍ରତିକ୍ରିୟା ଦେଇଛି। ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି, ଭାରତର ଅର୍ଥନୀତିକୁ ରୁଷିଆ ତେଲ ଆବଶ୍ୟକ। ଭାରତ ରୁଷିଆର ଏକ ନିର୍ଭରଯୋଗ୍ୟ ଅଂଶୀଦାର। କିନ୍ତୁ ଟ୍ରମ୍ପ ଚାହାଁନ୍ତି ନାହିଁ ଯେ ଭାରତ ରୁଷିଆଠାରୁ ତେଲ କିଣୁ। ଏହି କାରଣରୁ ସେ ରାଗିଯାଇ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି।
ରୁଷିଆ ରାଷ୍ଟ୍ରଦୂତ ଆଲିପୋଭ କହିଛନ୍ତି, ଭାରତର ମୋଟ ଅଶୋଧିତ ତୈଳ ଆମଦାନୀର ଏକ ତୃତୀୟାଂଶ ରୁଷିଆରୁ ଆସିଥାଏ। ଆମେ ଭାରତ ପାଇଁ ଏକ ସୁଲଭ ବିକଳ୍ପ ହୋଇଛୁ। ରୁଷିଆ ଏବଂ ଭାରତ ମଧ୍ୟରେ ରଣନୈତିକ ସହଭାଗୀତାକୁ ବିଶ୍ୱ ସ୍ଥିରତା ପାଇଁ ଏକ ଶକ୍ତି ଭାବରେ ଦେଖାଯାଏ। ଏହି ସମ୍ପର୍କ ବିଶ୍ୱାସ ଉପରେ ନିର୍ମିତ। ଆମେ ଭାରତର ପ୍ରମୁଖ ବାଣିଜି୍ୟକ ଅଂଶୀଦାର ଏବଂ ଶକ୍ତି କ୍ଷେତ୍ରରେ ଭାରତର ସବୁଠାରୁ ନିର୍ଭରଯୋଗ୍ୟ ଅଂଶୀଦାର।
ରୁଷିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପଠାଇଛି। ରୁଷିଆ ରାଷ୍ଟ୍ରଦୂତ କହିଛନ୍ତି, ଏବେ ପର୍ଯ୍ୟନ୍ତ ଗ୍ଲୋବାଲ ନର୍ଥ ଟ୍ୟାରିଫ ଏବଂ ବିଭିନ୍ନ କଟକଣା ଲାଗୁ କରିଆସୁଛି। ଏହା ଦର୍ଶାଉଛି ଯେ, ସେମାନେ ଏକ ବହୁଧ୍ରୁବୀୟ ବିଶ୍ୱକୁ ଗ୍ରହଣ କରିବାକୁ ଅନିଚ୍ଛୁକ। ଏହା ବିଶ୍ୱ ଶାସନ ବ୍ୟବସ୍ଥାରେ ସଂସ୍କାରକୁ ବିଳମ୍ବିତ କରିବ। ଏହି ସଂସ୍କାରଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ।

ଟ୍ରମ୍ପଙ୍କ ଦାବି ପରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଭାରତ ତେଲ ଏବଂ ଗ୍ୟାସର ଏକ ଗୁରୁତ୍ୱପୂର୍ଣ୍ଣ ଆମଦାନୀକାରୀ। ଏକ ଅସ୍ଥିର ଶକ୍ତି ପରିସ୍ଥିତିରେ ଭାରତୀୟ ଗ୍ରାହକଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଆମର ନିରନ୍ତର ପ୍ରାଥମିକତା। ଭାରତ ଏହାର ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଇଥାଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

Budgetରେ ଜନଗଣନା ପାଇଁ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri