ରୁଷିଆ ଦୁର୍ବଳ ହେବାରେ ଲାଗିଛି: ସ୍ବୀକାର କଲେ ପୁଟିନ…

ମସ୍କୋ,୩୧।୭ : ଦେଢ଼ ବର୍ଷରୁ ଅଧିକ ସମୟ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧର ଜାରି ରହିଛି। ଏହାର ପ୍ରଭାବ ଉଭୟ ଦେଶରେ ଧୀରେ ଧୀରେ ଦେଖାଯିବାକୁ ଲାଗିଛି। ବିଶେଷକରି ରୁଷିଆ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା କୁହାଯାଉଛି। ଅନ୍ତର୍ଜାତୀୟ ପ୍ରତିବନ୍ଧକ ଏବଂ ଯୁଦ୍ଧକ୍ଷେତ୍ରରେ ଅଧିକ ସଫଳତା ପାଇ ନ ଥିବାରୁ ରୁଷିଆ ଅସୁବିଧାର ସମ୍ମୁଖୀନ ହୋଇଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡିକର ସମର୍ଥନ ଯୋଗୁ ୟୁକ୍ରେନର ଅବସ୍ଥା ଅଧିକ ଖରାପ ହେବାରୁ ରକ୍ଷା ପାଇଛି।

ଏହି ସମୟରେ, ୟୁକ୍ରେନ ମଧ୍ୟ ରୁଷିଆ ବିରୋଧରେ ପ୍ରତିଶୋଧ ପରାୟଣ ଆକ୍ରମଣ ମଧ୍ୟ ବୃଦ୍ଧି କରିଛି। ବିଶେଷକରି ଗତ କିଛି ଦିନ ହେବ ରୁଷିଆ ସୀମା ନିକଟରେ ୟୁକ୍ରେନ ଆକ୍ରମଣ ହେଉଛି। ଏଥି ସହିତ ଗତ କିଛି ଦିନ ହେବ ରୁଷିଆର ରାଜଧାନୀ ମସ୍କୋରେ ଡ୍ରୋନ ଆକ୍ରମଣ ପଛରେ ୟୁକ୍ରେନ ରହିଥିବାର ଅଭିଯୋଗ ଆସିଛି।

ଏହି ପରିସ୍ଥିତି ମଧ୍ୟରେ, ଯେଉଁଠାରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷିଆକୁ ଧମକ ଦେଉଛନ୍ତି। ଅପରପକ୍ଷରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିବୃତ୍ତି ଚିନ୍ତାଜନକ ଅଟେ।
ସେଣ୍ଟ ପିଟର୍ସବର୍ଗରେ ରୁଷିଆ-ଆଫ୍ରିକା ଫୋରମ ସମୟରେ ପୁଟିନ ଆଫ୍ରିକୀୟ ଦେଶର ନେତାମାନଙ୍କୁ କହିଥିଲେ ସେମାନେ ୟୁକ୍ରେନ ସମ୍ବନ୍ଧରେ ଶାନ୍ତି ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରଚ ନାହାନ୍ତି । ଯୁଦ୍ଧ ଆରମ୍ଭରୁ ଏହା ପ୍ରଥମ ଥର ପାଇଁ ପୁଟିନ ୟୁକ୍ରେନ ସହ ଶାନ୍ତି କଥାବାର୍ତ୍ତା ସମ୍ପର୍କରେ ଏକ ସାଧାରଣ ଫୋରମରେ ଏପରି ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଚାଇନା ଦେଇଥିବା ପ୍ରସ୍ତାବ କିମ୍ବା ଆଫ୍ରିକା ଦ୍ୱାରା କରାଯାଇଥିବା ପ୍ରୟାସ ଶାନ୍ତି କଥାବାର୍ତ୍ତାର ଆଧାର ହୋଇପାରେ।

ଯେପର୍ଯ୍ୟନ୍ତ ୟୁକ୍ରେନ ସେନା ରୁଷିଆ ଉପରେ ଆକ୍ରମଣ ଜାରି ରଖିଛି ସେ ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଦ ହୋଇପାରିବ ନାହିଁ ବୋଲି ପୁଟିନ ସ୍ପଷ୍ଟ କରିଛନ୍ତି। ପୁଟିନ କହିଛନ୍ତି, ଯଦି ସେମାନେ ଆମ ଉପରେ ଆକ୍ରମଣ କରନ୍ତି, ତେବେ ଆମକୁ ପ୍ରତିଶୋଧ ନେବାକୁ ପଡ଼ିବ। କିଛି ଲୋକ ଚାହାଁନ୍ତି ଶାନ୍ତି ଆଲୋଚନା ହେବା ଉଚିତ। ଆମେ ଏହାକୁ ଅସ୍ବୀକାର କରି ନାହୁଁ।

ପୁଟିନ କହିଛନ୍ତି, ୟୁକ୍ରେନ ସେନା ଆକ୍ରମଣାତ୍ମକ, ଏହା ଆମ ଉପରେ ଆକ୍ରମଣ କରୁଛି। ସେମାନେ ଏକ ବଡ଼ ଧରଣର ଆକ୍ରମଣାତ୍ମକ ରଣନୀତିକ ଅପରେଶନ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ସହମତି ହେବା ଆବଶ୍ୟକ। ଏହା ସହିତ ଯୁଦ୍ଧ ଯୋଗୁ ଦୁଇପକ୍ଷ ଦୁର୍ବଳ ହେବାରେ ଲାଗିଥିବା ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପୁଣିଥରେ ଦେଶରେ ଲକଡାଉନ୍‌ ଲାଗୁ କରିପାରନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ଏମିତି କହିଲେ…

ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri