ଛୋଟ ସହର ଦଖଲ କରୁଛି ରୁଷିଆ

 

କିଭ୍‌, ୨୯ା୫: ପୂର୍ବ ୟୁକ୍ରେନ୍‌ରେ ଆକ୍ରମଣ ତୀବ୍ର କରିଥିବା ରୁଷିଆ ଏବେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ଛୋଟ ଛୋଟ ସହର ଦଖଲ ଉଦ୍ୟମ ଜାରି ରଖିଛି। ଶନିବାର ରୁଷିଆ ଲିମ୍ୟାନ ସହରକୁ କବ୍‌ଜା କରିଥିବା ଦାବି କରିଛି। ଡୋନ୍‌ବାସ ଅଞ୍ଚଳରେ ଡୋନେସ୍କ ପିପୁଲ୍ସ ରିପବ୍ଲିକ୍‌ ବିଦ୍ରୋହୀ ଏବଂ ରୁଷୀୟ ସୈନ୍ୟ ମିଳିତ ଭାବେ କ୍ରାସନି ଲିମ୍ୟାନ୍‌କୁ ନିୟନ୍ତ୍ରଣକୁ ନେଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଆଇଗୋର କୋନାଶେନ୍‌କୋଭ୍‌ କହିଛନ୍ତି। ଏଥିସହ ପୂର୍ବ ୟୁକ୍ରେନ୍‌ର ଏକ ପ୍ରମୁଖ ରେଲଓ୍ବେ ଜଙ୍କସନ୍‌ ମଧ୍ୟ ରୁଷିଆ ସୈନ୍ୟଙ୍କ ନିୟନ୍ତ୍ରଣକୁ ଯାଇଛି। ଡୋନ୍‌ବାସରେ ରୁଷୀୟ ସୈନ୍ୟଙ୍କୁ ୟୁକ୍ରେନ୍‌ ସୁରକ୍ଷାବାହିନୀ ପ୍ରତିରୋଧ ଜାରି ରଖିଥିବାରୁ ଏବେ ମସ୍କୋ ଛୋଟ ଛୋଟ ସହରକୁ କବ୍‌ଜା କରି ସେଠାରୁ ଅନ୍ୟ ଅଞ୍ଚଳରେ ସହଜରେ ଆକ୍ରମଣ କରିବାର ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି।
ରୁଷିଆ ଆକ୍ରମଣ କରିବା ପୂର୍ବରୁ ଲିମ୍ୟାନ୍‌ରେ ପ୍ରାୟ ୨୦ ହଜାର ଲୋକ ବାସ କରୁଥିଲେ। ଲିମ୍ୟାନରେ ଥିବା ଆଞ୍ଚଳିକ ରେଳ ହବ୍‌ ଯୋଗେ ୟୁକ୍ରେନ୍‌ର ମୁଖ୍ୟ ଭାଗରୁ ବିଚ୍ଛିନ୍ନତାବାଦୀ ଅଞ୍ଚଳ ଡୋନ୍‌ବାସ୍‌କୁ ଅସ୍ତ୍ରଶସ୍ତ୍ର ପଠାଯାଇଥାଏ। ଏଥିସହ ରୁଷିଆ ଆକ୍ରମଣବେଳେ ଏହି ରେଳଷ୍ଟେଶନ ଦେଇ ବହୁ ସଂଖ୍ୟାରେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଲିମ୍ୟାନ୍‌ ଦଖଲ ଦ୍ୱାରା ରୁଷିଆକୁ ଏହାର ଫାଇଦା ମିଳିବ। ବିଚ୍ଛିନ୍ନତାବାଦୀଙ୍କ ଅକ୍ତିଆରରେ ଥିବା ଡୋନେସ୍କ ଓ ଲୁହାନ୍‌ସ୍କ ସହ ୟୁକ୍ରେନ୍‌ ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ଡୋନ୍‌ବାସର ଅନ୍ୟ ବଡ଼ ସହରକୁ ମଧ୍ୟ ଦଖଲ କରିବ ପାଇଁ ଲିମ୍ୟାନ୍‌ ଭଳି ଅଞ୍ଚଳ ରୁଷିଆ ପାଇଁ ସହାୟକ ହେବ। ରାଜଧାନୀ କିଭ୍‌କୁ ଦଖଲରେ ବିଫଳ ହେବା ପରେ ମସ୍କୋ ଏବେ ପୂର୍ବ ୟୁକ୍ରେନ୍‌ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ୟୁକ୍ରେନ୍‌ ସରକାରଙ୍କ ନିୟନ୍ତ୍ରଣରେ ଥିବା ଲୁହାନ୍‌ସ୍କର ପ୍ରମୁଖ ଟ୍ବିନ ସିଟି ସିଭିଏରୋଡୋନେସ୍କ ଓ ଲିସିଚାନ୍‌ସ୍କକୁ ଦଖଲ ପାଇଁ ରୁଷିଆ ଶନିବାର ଜୋର୍‌ଦାର ଆକ୍ରମଣ କରିଛି। ଡୋନ୍‌ବାସରେ ସ୍ଥିତି ଗମ୍ଭୀର ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ତେବେ ସବୁପ୍ରକାର ପରିସ୍ଥିତିରେ ଡୋନ୍‌ବାସ ୟୁକ୍ରେନ୍‌ର ହୋଇ ରହିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ମଙ୍ଗଳବାର ରୁଷୀୟ ସୈନ୍ୟ ସିଭିଏରୋଡୋନେସ୍କର ଦକ୍ଷିଣରେ ଥିବା ଏକ ଛୋଟ ମ୍ୟୁନିସିପାଲିଟି ଭିତ୍‌ଲୋଡାର୍ସ୍କକୁ ଅକ୍ତିଆର କରିଛି। ରୁଷିଆ ଆକ୍ରମଣ ସହ ଚିକିତ୍ସା ସୁବିଧା ନ ପାଇ ସେଠାରେ ପ୍ରାୟ ୧୫ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସିଭିଏରୋଡୋନେସ୍କର ମେୟର ଆଲେକଜାଣ୍ଡର ଷ୍ଟ୍ରିଉକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୩: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟଟାଇମ୍‌ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି…

ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…

ଇରାନର ପରମାଣୁ ଶକ୍ତି ଶେଷ…ମୃତ୍ୟୁର କଳ୍ପନାଜଳ୍ପନା ମଧ୍ୟରେ ନେତାନ୍ୟାହୁ କହିଲେ ‘ମୁଁ ଏବେ ବି ଜୀବିତ ଅଛି’

ନୂଆଦିଲ୍ଲୀ,୨୦।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ…

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri