ବିଶ୍ୱକୁ ଠକୁଛି ରୁଷିଆ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୮ା୨:ବେଲାରୁଷ, କ୍ରିମିଆ ଓ ପଶ୍ଚିମ ରୁଷିଆରେ ବିପୁଳ ସୈନ୍ୟ ଠୁଳ ତଥା ଯୁଦ୍ଧାସ୍ତ୍ର ମୁତୟନର ଉପଗ୍ରହ ଚିତ୍ର ୟୁକ୍ରେନ୍‌ ସୀମାରୁ ସେନା ପ୍ରତ୍ୟାହାର ନେଇ ମସ୍କୋର ଦାବିକୁ ମିଛ ପ୍ରମାଣିତ କରିଛି। ସାମରିକ ବଳ ଅପସାରଣ କଥା କହି ସୀମାନ୍ତକୁ ଅତିରିକ୍ତ ୭,୦୦୦ ସୈନ୍ୟ ପଠାଇଛି। ଏହି ପ୍ରସଙ୍ଗରେ ରୁଷିଆ ବିଶ୍ୱ ସମୁଦାୟକୁ ବିଭ୍ରାନ୍ତ କରୁଥିବା ଗୁରୁବାର ନାଟୋ ଅଭିଯୋଗ ଆଣିଛି। ଆମେରିକା କହିଛି, ସୈନ୍ୟମାନେ ନିଜ ଛାଉଣିକୁ ଫେରୁଛନ୍ତି ବୋଲି ରୁଷିଆ କହି ଓଲଟା ସମ୍ପୃକ୍ତ କ୍ଷେତ୍ରରେ ସାମରିକ ଉପସ୍ଥିତି ବଢ଼ାଇ ଚାଲିଛି।

୨୦୧୪ରେ ୟୁକ୍ରେନ୍‌ରୁ କ୍ରିମିଆକୁ ରୁଷିଆ ଛଡ଼ାଇ ନେଇ ଦଖଲ କରିଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବେ ନିଜ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ଲାଗି ସେହି କ୍ରିମିଆ ଉପଦ୍ୱୀପକୁ ଅସ୍ତ୍ର କରିଛନ୍ତି। କ୍ରିମିଆରୁ ସମରାଭ୍ୟାସ ଶେଷକରି ସୈନ୍ୟ ଫେରିଯାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ସଦ୍ୟ ବିବୃତି ବୁଧବାର ଆସିଥିଲା। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ୟୁକ୍ରେନ୍‌ ସଙ୍କଟର କୂଟନୈତିକ ସମାଧାନ ପାଇଁ ରୁଷିଆ କେତେ ଆଗ୍ରହୀ ତା’ର ପ୍ରମାଣ ଦେଇଛି ଆମେରିକାର ଘରୋଇ କମ୍ପାନୀ ମାକ୍ସାର ପକ୍ଷରୁ ଉତ୍ତୋଳିତ ସାଟେଲାଇଟ୍‌ ଇମେଜ୍‌। ଉପଗ୍ରହ ଜରିଆରେ ୪୮ ଘଣ୍ଟା ଧରି ସଂଗୃହୀତ ହାଇ-ରିଜୋଲ୍ୟୁଶନ୍‌ ଫଟୋରେ ଏକ ନୂଆ ବ୍ରିଜ୍‌ ଦେଖିବାକୁ ମିଳିଛି। ବେଲାରୁଷରୁ ୟୁକ୍ରେନ୍‌ ବର୍ଡରକୁ ଯୋଡ଼ୁଥିବା ଏହି ସେତୁର ଲମ୍ବ ପ୍ରାୟ ୬ କି.ମି.। କ୍ରିମିଆ ଓ ପଶ୍ଚିମ ରୁଷିଆରେ ମଧ୍ୟ ସୈନ୍ୟ ମୁତୟନର ଦୃଶ୍ୟକୁ ସାଟେଲାଇଟ୍‌ କ୍ୟାମେରା କଏଦ୍‌ କରିଛି। ୟୁକ୍ରେନ୍‌ର ଦକ୍ଷିଣପୂର୍ବ ଏବଂ କ୍ରିମିଆରେ ବି ବୃହତ୍‌ ବାୟୁସେନା ଘାଟି ନିର୍ମାଣ କରିଛି। ସେହିପରି ୟୁକ୍ରେନ୍‌କୁ ଉତ୍ତର ଓ ଉତ୍ତର-ପୂର୍ବ ପଟୁ ଘେରିରହିଥିବା ରୁଷିଆ ସୈନ୍ୟ, ଆଟାକ୍‌ ହେଲିକପ୍ଟର ଏବଂ ଏକ ନୂଆ ହସ୍ପିଟାଲ ମଧ୍ୟ ଏଥିରେ ଦୃଶ୍ୟମାନ।
ପୁଟିନ୍‌ଙ୍କ ଦାବି ହେଉଛି ୟୁକ୍ରେନ୍‌ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବାର ଆଗ୍ରହ ତ୍ୟାଗ କରୁ। ସେ ସମ୍ପୃକ୍ତ କ୍ଷେତ୍ରକୁ ପାଶ୍ଚାତ୍ୟ ପ୍ରଭାବରୁ ମୁକ୍ତ କରି ପୂର୍ବ ୟୁରୋପର ସୁରକ୍ଷା ମାନଚିତ୍ରର ପୁନଃ ଅଙ୍କନ ଚାହୁଁଛନ୍ତି। ତେବେ ଆମେରିକା ଏବଂ ୟୁରୋପୀୟ ସଂଘ ପକ୍ଷରୁ ସମ୍ଭାବ୍ୟ ଆର୍ଥିକ କଟକଣା ଚେତାବନୀ ଦିଆଯାଇଥିବାବେଳେ ପାଶ୍ଚାତ୍ୟ ନେତାମାନେ ଆଲୋଚନା ଜରିଆରେ ଏହାର ସମାଧାନ ଚାହୁଁଛନ୍ତି। ଏସବୁ ଭିତରେ ମସ୍କୋ ସେନା ପ୍ରତ୍ୟାହାର ପାଇଁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛି ସିନା, ହେଲେ ଓଲଟା କାମ କରୁଛି। ୟୁକ୍ରେନ୍‌ ସାମ୍ପ୍ରତିକ ସ୍ଥିତିକୁ ଶୀତଳଯୁଦ୍ଧ ପରେ ୟୁରୋପ ନିରାପତ୍ତା ଲାଗି ସବୁଠୁ ବିପଜ୍ଜନକ ଭାବେ ଅଭିହିତ କରିଛି। ସାଟେଲାଇଟ୍‌ ଚିତ୍ର ଦେଖିବା ପରେ ୟୁକ୍ରେନ୍‌ ସୀମାରୁ ବିପଦ ଟଳିଥିବା ବିଷୟକୁ ନାଟୋ ଖଣ୍ଡନ କରିଛି। ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି, ଦଶନ୍ଧି ଧରି ଆମର ନିରାପତ୍ତାକୁ ରେଖାଙ୍କିତ କରିଆସିଥିବା ମୌଳିକ ସିଦ୍ଧାନ୍ତଗୁଡ଼ିକୁ ନେଇ ଲଢ଼େଇ କରିବାକୁ ମସ୍କୋ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri