ସୁରକ୍ଷା ସମ୍ମିଳନୀକୁ ରୁଷିଆର ବର୍ଜନ

ମ୍ୟୁନିକ୍‌,୧୯।୨: ୟୁକ୍ରେନ୍‌ ସୀମାରେ ବିପୁଳ ସୈନ୍ୟ ମୁତୟନ କରି ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇ ଦେଇଥିବା ରୁଷିଆ ମୁନିକ୍‌ ସୁରକ୍ଷା ସମ୍ମିଳନୀ (ଏମ୍‌ଏସ୍‌ସି)କୁ ବର୍ଜନ କରିଛି। ଜର୍ମାନୀର ମ୍ୟୁନିକ୍‌ ସହରରେ ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀରେ ୟୁକ୍ରେନ୍‌ ସଙ୍କଟ ଉପରେ ସବୁ ଦେଶର ଫୋକସ୍‌ ରହିଛି। ଏଥିରେ ଶତାଧିକ ମନ୍ତ୍ରୀ ଓ ୩୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜର୍ମାନୀ ଚାନ୍ସଲର ଓଲାଫ ସ୍କୋଲ୍ଡ ଏବଂ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ସମ୍ମିଳନୀରେ ସାମିଲ ହୋଇଛନ୍ତି। ତେବେ ରୁଷିଆର ଅନୁପସ୍ଥିତି ସମସ୍ତଙ୍କୁ ଚକିତ କରିଛି। ଏମ୍‌ଏସ୍‌ସିରେ ୧୪ ବର୍ଷ ଧରି ଅଧ୍ୟକ୍ଷତା କରିଆସୁଥିବା ଉଲ୍ଫଗେଙ୍ଗ୍‌ ଇସ୍କିଙ୍ଗେର ଏହାକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିଛନ୍ତି।ୟୁକ୍ରେନ୍‌ ସେନାର ଜଣେ ଅଧିକାରୀଙ୍କ ମତରେ ରୁଷିଆ ସୈନ୍ୟଙ୍କ ଆକ୍ରମଣରେ ସୀମାନ୍ତ ଷ୍ଟାନିସିଆ ଲୁହାନ୍‌ସ୍କାସ୍ଥିତ ଏକ କିଣ୍ଡରଗାର୍ଟେନ୍‌ ସ୍କୁଲ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।

ବିପତ୍ତି ଆଣିବ ଯୁଦ୍ଧ: ଜାତିସଂଘ

ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିପତ୍ତି ଆସିବ ବୋଲି ଶୁକ୍ରବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସତର୍କ କରାଇଛନ୍ତି। ମ୍ୟୁନିକ୍‌ ସମ୍ମିଳନୀକୁ ସମ୍ବୋଧନ କରି ଗୁଟେରେସ୍‌ କହିଛନ୍ତି, ୟୁକ୍ରେନ୍‌କୁ ରୁଷିଆ ସୈନ୍ୟ ଘେରିରହିଥିବା ସ୍ଥିତିକୁ ନେଇ ସେ ଚିନ୍ତିତ। ଏହା ୟୁରୋପରେ ସାମରିକ ସଂଘର୍ଷକୁ ଜନ୍ମ ଦେବା ଆଶଙ୍କା ଦେଖାଦେଇଛି। ଯଦି ତାହା ହୁଏ ତେବେ ବିପତ୍ତି ଆସିବ। କୂଟନୀତିର କିଛି ବିକଳ୍ପ ନାହିଁ ବୋଲି ଗୁଟେରେସ୍‌ ଚେତାଇ ଦେଇଛନ୍ତି।

*ସୀମାରେ ରୁଷିଆ ପକ୍ଷରୁ ୧୯୦,୦୦୦ ସୈନ୍ୟ ମୁତୟନ କରାଯାଇଥିବା ଆମେରିକୀୟ ଅଧିକାରୀମାନେ କହିଛନ୍ତି। ସେମାନଙ୍କ ମତରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଏହା ହେଉଛି ସର୍ବାଧିକ ସାମରିକ ମୁତୟନ।
*ଇତିମଧ୍ୟରେ ୟୁକ୍ରେନ୍‌ ପକ୍ଷରୁ ପୂର୍ବାଞ୍ଚଳରେ ସ୍ଥିତି ଖରାପ ହେବାରେ ଲାଗିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ୨୦୧୪ ପରଠାରୁ ରୁଷିଆ ସମ୍ପୃକ୍ତ କ୍ଷେତ୍ରରେ ବିଚ୍ଛିନ୍ନତାବାଦୀମାନଙ୍କୁ ପ୍ରୋତ୍ସାହନ ଦେଇଆସୁଛି।
*ୟୁକ୍ରେନ୍‌ ଉପରେ ଆକ୍ରମଣ ଖବରକୁ ମସ୍କୋ ଲଗାତର ଖଣ୍ଡନ କରିବା ସହ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯୁଦ୍ଧ ଉନ୍ମାଦ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri