ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆରମ୍ଭ ହେଲା ‘କ୍ୟାଟ ୱାର’

ମସ୍କୋ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷିଆର ଆକ୍ରମଣକୁ ଦେଖି ବିଶ୍ୱର ଅଧିକାଂଶ ଦେଶ ରୁଷିଆ ଉପରେ କିଛି ନା କିଛି ପ୍ରତିବନ୍ଧକ ଲଗାଇଛନ୍ତି । ଆର୍ଥିକ, କ୍ରିଡା, ବ୍ୟବସାୟ ସମ୍ବନ୍ଧୀୟ ଅନେକ ପ୍ରତିବନ୍ଧକ ଲଗାଯାଇଛି ରୁଷିଆ ଉପରେ । ଏହାରି ଭିତରେ ରୁଷିଆ ଉପରେ ଏମିତି ଏକ ପ୍ରତିବନ୍ଧକ ଲଗାଯାଇଛି ଯାହା ଶୁଣିବା ପରେ ଯେ କେହି ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହା ଫେଡେରେଶନ ଇଣ୍ଟରନ୍ୟାଶନାଲ ଫେଲିନ ସଂସ୍ଥା ଦ୍ୱାରା ଲଗାଯାଇଛି । ଏହା ଏକ ଇଣ୍ଟରନ୍ୟାଶନାଲ କ୍ୟାଟ ଫ୍ୟାନସିୟର ସୋସାଇଟି ।
ଫେଡେରେଶନ ଇଣ୍ଟରନ୍ୟାଶନାଲ ଫେଲିନର ଏକଜ୍ୟୁକିଟଭ ବୋର୍ଡ ସମ୍ପର୍କରେ ଏକ ବୟାନ ଜାରି କରି କହିଛି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ସଭିଙ୍କୁ ଚମକାଇ ଦେଇଛି । ଏଥିରେ ଅଧିକାଂଶ ସାଧାରଣ ନାଗରିକଙ୍କ ଜୀବନ ଗଲାଣି । ଅନେକ ଆହତ ବି ହୋଇଛନ୍ତି । ହଜାର ହଜାର ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି । ଆଉ ଜୀବନ ବଞ୍ଚାଇବାକୁ ଏଣେତେଣେ ଚାଲିଯାଉଛନ୍ତି । ଏହାକୁ ଦେଖି ଆମେ ରୁଷିଆ ଉପରେ କିଛି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛୁ ।

ସଂସ୍ଥା ପକ୍ଷରୁ କୁହାଯାଇଛି କି ମାର୍ଚ୍ଚ ୧ରୁ ରୁଷିଆ ପ୍ରଜାତିର କୌଣସି ବିଲେଇଙ୍କୁ ଇମ୍ପୋର୍ଟ କରାଯିବ ନାହିଁ । କେବଳ ସେତିକି ନୁହେଁ ରୁଷିଆର ବିଲେଇ ଏବେ ରୁଷିଆ ବାହାରେ ଫେଡେରେଶନର ପେଡିଗ୍ରୀ ବୁକରେ ରେଜିଷ୍ଟର ହେବେ ନାହିଁ । ଏହାସହ ଫେଡେରେଶନର କୌଣସି ଶୋ’ରେ ରୁଷିଆ ବିଲେଇଙ୍କୁ ସାମିଲ କରାଯିବ ନାହିଁ । ଏହି ପ୍ରତିବନ୍ଧକ ୩୧ ମେ’ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ଏକ ବୈଠକ କରାଯିବ ପୁଣି ପ୍ରତିବନ୍ଧକ ବୃଦ୍ଧି ହେବ କି ନା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଏହାସହ ଫେଡେରେଶନ କହିଛି ୟୁକ୍ରେନରେ ବିଲେଇ ପାଳୁଥିବା ଲୋକଙ୍କ ପାଇଁ କିଛି ବଜେଟ ଜାରି କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri