ୟୁକ୍ରେନ୍ ଉପରେ ରୁଷିଆର ସାଇବର ଆଟାକ

ମସ୍କୋ,୨୮ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ପୂରଣ ହେଲାଣି । ହେଲେ ଏବେବି ଯୁଦ୍ଧ ଜାରି ରହିଛି । ଆରମ୍ଭରୁ ଅନୁମାନ କରାଯାଉଥିଲା କି ରୁଷିଆ ଆଗରେ ୟୁକ୍ରେନ୍ ବେଶୀଦିନ ତିଷ୍ଠି ପାରିବ ନାହିଁ । ହେଲେ କିଛି ଦେଶର ସହଯୋଗକୁ ନେଇ ଏପର୍ଯ୍ୟନ୍ତ ଛୋଟିଆ ଦେଶ ୟୁକ୍ରେନ୍ ରୁଷିଆ ଭଳି ଶକ୍ତିଶାଳୀ ଦେଶକୁ ସାମ୍ନା କରିବା ସହ ଏହାର କଡା ଜବାବ ଦେଇ ଚାଲିଛି । ଏବେ ରୁଷିଆ ୟୁକ୍ରେନ ଉପରେ ମିଶାଇଲ, ଗୁଳିଗୋଳା ସହ ସାଇବର ଆଟାକ କରିଥିବା ସୂଚନା ମିଳିଛି । ମାଇକ୍ରୋସପ୍ଟ କମ୍ପାନୀ ବୁଧବାର ଜାରି ଏକ ରିପୋର୍ଟରେ କହିଛି ରୁଷିଆ ସରକାରଙ୍କ ସମର୍ଥିତ ହ୍ୟାକର କିଛି ଦିନ ବେହ ୟୁକ୍ରେନର ଡଜନ ସଙ୍ଗଠନ ଉପରେ ସାଇବର ଆଟାକ କରି ଡାଟା ନଷ୍ଟ କରି ଦେଇଛନ୍ତି । ଏହାସହ ସୂଚନାର ଏକ ଅରାଜକ ପରିବେଶ ସୃଷ୍ଟି କରିଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି କି ଆକ୍ରମଣର ପ୍ରାୟ ଅର୍ଦ୍ଧେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମୀ ଉପରେ ଥିଲା ଏବଂ ବିସ୍ଫୋରଣ ସହିତ ଏକାସାଙ୍ଗରେ ଏହିପରି ଆକ୍ରମଣ କରାଯାଇଥିଲା । ମାଇକ୍ରୋସଫ୍ଟ କହିଛି, ରୁଷିଆ ସହିତ ଜଡିତ ଗୋଷ୍ଠୀ ମାର୍ଚ୍ଚ ୨୦୨୧ରୁ ଏହି ଆକ୍ରମଣ ପ୍ରସ୍ତୁତ କରୁଛନ୍ତି, ଯାହା ଫଳରେ ସେ ନେଟୱର୍କକୁ ହ୍ୟାକ କରି ରଣନୀତି ଓ ଯୁଦ୍ଧ କ୍ଷେତ୍ରର ଗୁପ୍ତ ସୂଚନା ଏକାଠି କରି ଭବିଷ୍ୟତରେ ଏହାର ବ୍ୟବହାର କରିପାରିବେ । ରିପୋର୍ଟ ଅନୁଯାୟୀ, ଯୁଦ୍ଧ ସମୟରେ ହ୍ୟାକରମାନେ ସାଧାରଣ ନାଗରିକଙ୍କ ନିର୍ଭରଯୋଗ୍ୟ ସୂଚନା ତଥା ଗୁରୁତ୍ୱପୂର୍ଣ୍ଣ ସେବାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri