ୟୁକ୍ରେନ୍‌ରୁ ଶସ୍ୟ ପରିବହନ ଉପରେ ଆଲୋଚନା ପାଇଁ ରୁଷିଆ ରାଜି

  • ମସ୍କୋ, ୨୯ା୫: ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଖାଦ୍ୟସଙ୍କଟ ଦେଖାଦେଇଛି। କୃଷ୍ଣ ସାଗର ଓ ଆଜୋଭ ସାଗରକୁ ରୁଷିଆ ବ୍ଲକ୍‌ କରିଥିବାରୁ ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି। ଏ ନେଇ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଶନିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ପରିବହନ ଉପରେ ଆଲୋଚନା ପାଇଁ ପୁଟିନ୍‌ ରାଜି ଥିବା କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ଏଥିସହ ରୁଷିଆରୁ ସାର ଏବଂ କୃଷିଜାତ ସାମଗ୍ରୀ ରପ୍ତାନି ମଧ୍ୟ ବିଶ୍ୱ ଖାଦ୍ୟସଙ୍କଟକୁ ଦୂର କରିବାରେ ସହାୟକ ହେବ ବୋଲି ମସ୍କୋ କହିଛି। ତେବେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ ରୁଷିଆ ଏହି ଦୁଇ ୟୁରୋପୀୟ ଦେଶକୁ ଚେତାବନୀ ଦେଇଛି। ଏହା ଆଗକୁ ଆହୁରି ଅସ୍ଥିରତାକୁ ଡାକିଆଣିପାରେ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ରୁଷିଆ ବନ୍ଦୀ ରଖିଥିବା ଆଜଭଷ୍ଟିଲ୍‌ର ପ୍ରାୟ ୨,୫୦୦ ସୈନ୍ୟଙ୍କୁ ମୁକୁଳାଇବା ପାଇଁ ସ୍କୋଲଜ୍‌ ଏବଂ ମାକ୍‌ରଁ ପୁଟିନଙ୍କୁ ନିବେଦନ କରିବା ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ସିଧାସଳଖ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri