ଶୁଖିଲା ପଡ଼ିଛି ଋଷିକୁଲ୍ୟା

ଧରାକୋଟ,୧ା୪ (ବିଷ୍ଣୁକେଶରୀ ଆଚାର୍ଯ୍ୟ): ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲାର ଜୀବନ ରେଖା ଭାବେ ପରିଚିତ। ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ସହ ଏହି ନଦୀ ଯେତିକି ଜଡ଼ିତ, ପିଇବା ପାଣି ସହ ଜିଲାର ଜଳ ସେଚନ ବ୍ୟବସ୍ଥା ପାଇଁ ମଧ୍ୟ ଏହା ସେତିକି ଗୁରୁତ୍ୱପୂର୍ଣ୍ଣ। କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ବାହାରି ଏହା ଗଞ୍ଜାମ ଜିଲାରେ ପ୍ରବାହିତ ହୋଇ ବଙ୍ଗୋପ ସାଗରରେ ମିଶିଛି। ଏହା ଉପରେ ଧରାକୋଟ ନିକଟସ୍ଥ ଜାନବିଲିଠାରେ ବ୍ରିଟିଶମାନଙ୍କ ଅମଳରୁ ୧୮୯୧ ମସିହାରେ ନିର୍ମାଣ କରାଯାଇଥିବା ଆନ୍ନିକଟ ଦ୍ୱାରା ଜିଲାର ଶତାଧିକ ହେକ୍ଟର ଜମିରେ ଜଳସେଚନ ହେଉଥିବା ବେଳେ ବ୍ରହ୍ମପୁର ସହର ସମେତ ସଂଖ୍ୟାଧିକ ଗ୍ରାମର ଲୋକେ ଏହି ନଦୀ ଉପରେ ପିଇବା ପାଣି ପାଇଁ ନିର୍ଭର କରନ୍ତି। ଏପରିକି କେତେକ ଶିଳ୍ପ ସଂସ୍ଥା ମଧ୍ୟ ଏହି ନଦୀର ପାଣି ବ୍ୟବହାର କରୁଛନ୍ତି। ଚିରସ୍ରୋତା ରୁଷିକୂଲ୍ୟା ନଦୀ ଏବେ ଶୁଖିଲା ପଡ଼ିଛି। ଅଭାବୀ ବର୍ଷା ସାଙ୍ଗକୁ ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଯୋଗୁଁ ଖରାର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ଜଳସ୍ତର ନିମ୍ନଗାମୀ ହେଉଛି। ବିଭିନ୍ନ ଧାର୍ମିକ କାର୍ଯ୍ୟ ଓ ପରମ୍ପରା ସହ ମଧ୍ୟ ଏହି ନଦୀ ଜଡ଼ିତ। ମନ୍ଦିର ପ୍ରତିଷ୍ଠା, ଯଜ୍ଞ, ବାରୁଣୀ ସ୍ନାନ, ସକ୍ରାନ୍ତି ସ୍ନାନ ପାଇଁ ଏହି ନଦୀର ଜଳ ବ୍ୟବହାର ହୁଏ। ଆସନ୍ତା ୬ ତାରିଖ ଶନିବାର ପବିତ୍ର ବାରୁଣୀ ସ୍ନାନ। ଏହି ନଦୀ ତଟରେ ଥିବା ଆସିକା, ପୁରୁଷୋତ୍ତମପୁର ଓ ପ୍ରତାପୁରରେ ଥିବା ଘାଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ବାରୁଣୀ ସ୍ନାନ କରିଥାନ୍ତି। କିନ୍ତୁ ପାଣି ନଥିବା ଯୋଗୁଁ ଚଳିତ ବର୍ଷ ସ୍ନାନ ବାଧାପ୍ରାପ୍ତ ହେବା ନିଶ୍ଚିତ। ନଦୀ ଶୁଖିଲା ପଡ଼ିଥିବା ଯୋଗୁ ନଈକୂଳିଆ ଗାଁଗୁଡ଼ିକର ପିଇବା ପାଣି ସମସ୍ୟା ଦିନକୁ ଦିନ ବଢୁଥିବା ଦେଖାଯାଉଛି। ନଦୀରେ ମାତ୍ର ଗୋଟିଏ ଧାର ପାଣି ଯାଉଥିବା ଯୋଗୁଁ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ଇନ୍‌ଟେକ ଓ୍ବେଲରେ ପର୍ଯ୍ୟାପ୍ତ ପାଣି ଗଛିତ ହୋଇପାରୁନାହିଁ। ଅନ୍ୟପଟରେ ଗାଁ ଗାଁରେ କୂଅ, ପୋଖରୀ ଶୁଖିଲା ପଡ଼ିଛି। ଆସନ୍ତା ଦୁଇମାସ ଖରାର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଲାଣି। ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ସୋରଡ଼ା ନିକଟସ୍ଥ ପିପଳପଙ୍କା, ଧରାକୋଟ ନିକଟସ୍ଥ ଜାନବିଲି ଓ ଛତ୍ରପୁର ନିକଟସ୍ଥ କଂସାରୀଗଣ୍ଡଠାରେ ନୂତନ ବ୍ୟାରେଜ ନିର୍ମାଣ କରାଯାଇ ଜଳ ସଂରକ୍ଷଣ ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ବାରା ଋଷିକୁଲ୍ୟା ନଦୀର ଜଳକୁ ନିୟନ୍ତ୍ରଣରେ ରଖାଯାଇ ପିଇବା ପାଣି, ଜଳସେଚନ ଓ ଧାର୍ମିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ। ଏଣୁ ଭଞ୍ଜନଗର ଜଳସେଚନ ବିଭାଗ ତରଫରୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri