ଇସ୍ତଫା ଦେଲେ ଋଷି ସୁନକ

ଲଣ୍ଡନ, ୬ା୭: ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ତଥା ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ମଙ୍ଗଳବାର ବୋରିସ୍‌ ଜନ୍‌ସନ୍‌ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଋଷିଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ ମଧ୍ୟ ପଦ ଛାଡ଼ିଛନ୍ତି। ଫଳରେ ଲକ୍‌ଡାଉନ ପାର୍ଟି ପାଇଁ ଚାପରେ ଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ଙ୍କ ମୁଣ୍ଡବ୍ୟଥା ବଢ଼ିଛି। ଜନ୍ମିତ କଞ୍ଜରଭେଟିଭ୍‌ ପାର୍ଟିର ୪୨ ବର୍ଷୀୟ ଏମ୍‌ପି ଋଷି ସୁନକ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି କହିଛନ୍ତି, ଆମ ଦେଶ ଅନେକ ବଡ଼ ଚ୍ୟାଲେଞ୍ଜକୁ ସାମ୍‌ନା କରୁଛି। ସରକାର ଠିକ୍‌ ଭାବେ ନିଜ କ୍ଷମତାକୁ ନେଇ ସମ୍ବେଦନଶୀଳ ହୋଇ ଚାଲୁ ବୋଲି ଲୋକେ ଆଶା କରିବା ଯଥାର୍ଥ। ଲୋକଙ୍କ ଆଶା ପୂରଣ ପାଇଁ ଆମେ ଲଢ଼ିବା ଉଚିତ ବୋଲି ମୁଁ ମନେକରେ। ତେଣୁ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ପଦ ଛାଡ଼ି ମୁଁ ଦୁଃଖିତ। କିନ୍ତୁ ଆମେ ଏମିତି ସରକାର ଚଳାଇପାରିବା ନାହିଁ। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ପାକିସ୍ତାନ ବଂଶୋଦ୍ଭବ ସାଜିଦ ଜାଭେଦ କହିଛନ୍ତି, ବୋରିସ୍‌ ଜନ୍‌ସନଙ୍କଠାରେ ଦେଶହିତରେ ସରକାର ଚଳାଇବା କ୍ଷମତା ନାହିଁ। ଏବେ ସେ ସେହି ସରକାରରେ କାମ କରିପାରିବେନି। ଦେଶସ୍ବାର୍ଥରେ ସରକାର ଚଳାଇବା ନେଇ ବୋରିସ୍‌ ଜନସନ୍‌ଙ୍କ ଉପରୁ ଅନେକ ଏମ୍‌ପି ଏବଂ ଜନତାଙ୍କ ଭରସା ତୁଟିଗଲାଣି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବର୍ତ୍ତମାନର ସ୍ଥିତି ବଦଳିବ ନାହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ତାଙ୍କ ଉପରେ ମୋର ବି ଆଉ ଆସ୍ଥା ନାହିଁ।
ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ଫଳରେ ବୋରିସ୍‌ଙ୍କ ନେତୃତ୍ୱକୁ ବଡ଼ ଝଟକା ଲାଗିଛି। ପ୍ରକାଶ ଯେ, ନିକଟରେ ନିଲମ୍ବିତ ଏମ୍‌ପି କ୍ରିଶ୍‌ ପିଞ୍ଚର ଆଣିଥିବା ଅଭିଯୋଗଗୁଡ଼ିକୁ ନେଇ ଡାଉନିଂ ଷ୍ଟ୍ରିଟ୍‌ର ଆଭିମୁଖ୍ୟ ସମ୍ପର୍କରେ ଜଣେ ପୂର୍ବତନ ଅମଲାତନ୍ତ୍ରୀ ମନ୍ତବ୍ୟ ଦେବାର ଦିନକ ପରେ ଏହି ଘଟଣାକ୍ରମ ଦେଖିବାକୁ ମିଳିଛି। ଆଇନ ପ୍ରଣେତା କ୍ରିସ୍‌ ପିଞ୍ଚରଙ୍କ ବିରୋଧରେ ପୂର୍ବରୁ କେତେକ ଅଭିଯୋଗ ଆସିଥିଲା। ଏହା ପରେ ସେ ଡେପୁଟି ଚିଫ୍‌ ହୁଇପ୍‌ ପଦରୁ ଇସ୍ତଫା ଦେଇଥିଲେ। ପିଞ୍ଚରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ କ’ଣ ଜାଣିଛନ୍ତି ସେନେଇ ସ୍ପଷ୍ଟୀକରଣ ଦେବା ଲାଗି ବୋରିସ୍‌ଙ୍କ ଉପରେ ଚାପ ରହିଥିଲା। ସୋମବାର ହାଇପଲିଟିକାଲ ଡ୍ରାମାକୁ ନେଇ ବୋରିସ୍‌ କହିଥିଲେ ପ୍ରିଞ୍ଚରଙ୍କ ବିରୋଧରେ ଥିବା ଅଭିଯୋଗ ନେଇ ସେ ଅବଗତ ଥାଇ ସୁଦ୍ଧା ତାଙ୍କୁ ଉପମୁଖ୍ୟ ସଚେତକ ପଦ ଦିଆଯାଇଥିବାରୁ ସେ ଦୁଃଖିତ ନୁହନ୍ତି। ପିଞ୍ଚରଙ୍କୁ ୨୦୧୯ ଘଟଣା ପରେ ସରକାରୀ ପଦରୁ ବିଦା କରିବା ଦରକାର ଥିଲା। ତାଙ୍କ ନିଯୁକ୍ତି ପାଇଁ ମୁଁ କ୍ଷମା ମାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri