କାଶତଣ୍ଡୀ ପାଇଁ ବିପଦରେ ଋଷିକୁଲ୍ୟା

ଧରାକୋଟ,୨୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଜୀବନ ରେଖା ଋଷିକୁଲ୍ୟା ନଦୀ ଏବେ କାଶତଣ୍ଡୀ ବା ଚଢ଼େୟା ଲତା ପାଇଁ ବିପଦରେ। ଋଷିମାଳ ପର୍ବତରୁ ବାହାରି ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି। ପୁରାଣ ବର୍ଣ୍ଣନା ଅନୁସାରେ ଏହି ନଦୀ ଗଙ୍ଗା ନଦୀଠାରୁ ପୁରାତନ। ଏହାର ଉତ୍ତର ପାର୍ଶ୍ୱରେ ପ୍ରଭୁ ରାମଚନ୍ଦ୍ର ଗମନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଶିବଲିଙ୍ଗ ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା କରିଥିଲେ। ସେଗୁଡିକ ଆଜି ପ୍ରସିଦ୍ଧ ଶିବାଳୟ ଭାବରେ ଖ୍ୟାତି ଲାଭ କରିଛି। ସେଥିମଧ୍ୟରୁ ପଞ୍ଚାନନ, ଧବଳେଶ୍ୱର,ମୁକ୍ତେଶର, ବୈଦ୍ୟେନଥେ ଶ୍ୱର, ଚନ୍ଦ୍ରକଳ୍ପେଶ୍ୱର, ପୁଡୁଗେଶ୍ୱର, ତୁମ୍ବେଶ୍ୱର ପୀଠ ସମେତ ଦକ୍ଷିଣ କାଳୀ ମନ୍ଦିର ସବୁ ପ୍ରସିଦ୍ଧି ଲାଭ କରିଛି। ଧାର୍ମିକ ଭାବନା ପାଇଁ ଏହା ଯେତିକି ପରିଚିତ ଜଳ ସେଚନ ସହ ପିଇବା ପାଣି ପାଇଁ ଏହାର ଗୁରୁତ୍ୱ ସେତିକି ଅଧିକ। ହେଲେ ଏହାର ଗର୍ଭରେ ଚଢ଼େୟା ଲତା ଆଚ୍ଛାଦିତ ହୋଇ ରହିଥିବାରୁ ବନ୍ୟା ସମ୍ଭାବନା ଅଧିକ ରହୁଥିବା ବେଳେ ଧାର୍ମିକ ପରମ୍ପରାର କାର୍ଯ୍ୟ ସମ୍ପନ୍ନରେ ମଧ୍ୟ ବାଧା ପହଞ୍ଚିଛି। ବର୍ଷା ଦିନେ ବନ୍ୟା ଜଳ ନଦୀ ଗର୍ଭରେ ପ୍ରବାହିତ ନ ହୋଇ ଚଢ଼େୟା ଲତା ଭର୍ତ୍ତି ହୋଇଥିବାରୁ ଦୁଇକୁଳରେ କ୍ଷତି ପହଞ୍ଚାଉଛି। ଅନ୍ୟ ପକ୍ଷରେ ଏହି ଲତା ଭିତରେ ବରହା, ବିଲୁଆ, ବିଷଧର ସାପ ବସକରି ରହିଥିବାରୁ ଲୋକେ ସ୍ନାନ, ତର୍ପଣ ଓ ଅସ୍ଥି ସଂସ୍କାର ସହ ସବ ସତ୍କାର ପାଇଁ ଭୟ କରୁଛନ୍ତି। ଏଣୁ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗ ତରଫରୁ ନଦୀ ଗର୍ଭରେ ଆଚ୍ଛାଦିତ ଚଢ଼େୟା ଲତା ବାହାର କରିବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ସଫଳତା: ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୧୧।୨: ଏସିଆ ପାସିଫିକ୍‌ ଡାଉନ ସିଣ୍ଡ୍ରୋମ୍‌ ଗେମ୍ସ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ପୁଅ ଜୟଜୀବନ ପାଣିି(୧୧)ଙ୍କୁ ମିଳିଛି ବଡ଼ ସଫଳତା। ଜୟଜୀବନ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

କ୍ରାଶ ହେଉଥିଲା ବିମାନ, ପତ୍ନୀଙ୍କ ପାଇଁ ଏମିତି ବାର୍ତ୍ତା ଦେଲେ ପାଇଲଟ, ଭିଡ଼ିଓ ହେଉଛି ଭାଇରାଲ

ଜର୍ଜିଆ,୧୧।୨: ଆମେରିକାର ଜର୍ଜିଆ ରାଜ୍ୟର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷତି ହୋଇନାହିଁ। ଏହି ଘଟଣା ଘଟିଥିଲା…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ଭାରତରେ ୪୦୦କୋଟିରୁ ଅଧିକ ଆୟ କରେ ପେଙ୍ଗୁଇନ, ପ୍ରତିବର୍ଷ ଛପାଯାଏ ମାତ୍ର ଏତିକି ବହି…

ନୂଆଦିଲ୍ଲୀ,୧୧।୨: ଗତ କିଛି ଦିନ ଧରି ପୂର୍ୱତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେଙ୍କ ପୁସ୍ତକ “ଫୋର୍‌ ଷ୍ଟାର୍‌ ଅଫ ଡେଷ୍ଟିନି” ସମ୍ପର୍କରେ ଜାତୀୟ ରାଜନୀତି…

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri