ରଶ୍‌ଡିଙ୍କ ଆକ୍ରମଣକାରୀ ପୁରସ୍କୃତ

ଦୁବାଇ,୨୨।୨: ଖ୍ୟାତନାମା ଔପନ୍ୟାସିକ ସଲ୍‌ମାନ ରଶ୍‌ଡିଙ୍କ ଆକ୍ରମଣକାରୀଙ୍କୁ ଇରାନର ଏକ ଫାଉଣ୍ଡେଶନ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ୧,୦୦୦ ବର୍ଗମିଟର ଚାଷଜମି ପୁରସ୍କାର ଦେଇଛି। ଗତବର୍ଷ ଅଗଷ୍ଟ ୧୨ରେ ନ୍ୟୁୟର୍କର ଲେକ୍‌ ଏରି ନିକଟରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ଚାଲିଥିବାବେଳେ ୭୫ ବର୍ଷୀୟ ରଶ୍‌ଡିଙ୍କୁ ନ୍ୟୁଜର୍ସିର ଜଣେ ୨୪ ବର୍ଷୀୟ ଶିୟା ମୁସଲମାନ ଆକ୍ରମଣ କରିଥିଲେ। ଏଥିରେ ଔପନ୍ୟାସିକ ଗୋଟିଏ ଆଖି ହରାଇବା ସହ ତାଙ୍କର ଗୋଟିଏ ହାତ ଅଚଳ ହୋଇଯାଇଥିଲା। ରଶ୍‌ଡିଙ୍କୁ ଆକ୍ରମଣ କରି ମୁସଲମାନମାନଙ୍କୁ ଖୁସି କରିଥିବା ଆମେରିକୀୟ ଯୁବକଙ୍କ ଦୁଃସାହସିକ କାର୍ଯ୍ୟକୁ ଇମାମ ଖୋମେଇନିଙ୍କ ଫତଓ୍ବା କାର୍ଯ୍ୟକାରୀ କରିବାକୁ ଥିବା ଫାଉଣ୍ଡେଶନ୍‌ର ସମ୍ପାଦକ ମହମ୍ମଦ ଇସ୍‌ମାଇଲ ଜରାଇ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ରଶ୍‌ଡି ଏବେ ଜଣେ ଜିଇଥିବା ମୃତବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କିଛି ନୁହନ୍ତି ବୋଲି ସେ କହିଛନ୍ତି। ‘ଦି ସାଟାନିକ୍‌ ଭର୍ସସ’ ପ୍ରକାଶନର କିଛି ମାସ ପରେ ଇରାନର ତତ୍କାଳୀନ ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମନେଇ ଏକ ଫତଓ୍ବା ଜରି କରି ରଶ୍‌ଡିଙ୍କୁ ହତ୍ୟା କରିବା ଲାଗି ମୁସଲମାନମାନଙ୍କୁ ଆହ୍ବାନ ଦେଇଥିଲେ। ଏହାର ୩୩ ବର୍ଷ ପରେ ଉକ୍ତ ବିବାଦୀୟ ଔପନ୍ୟାସିକଙ୍କ ଉପରେ ଆକ୍ରମଣ ହୋଇଥିଲା। ରଶ୍‌ଡିଙ୍କ ଉକ୍ତ ଉପନ୍ୟାସର କେତେକ ପାରାଗ୍ରାଫ୍‌ରେ ପ୍ରଫେଟ୍‌ ମହମ୍ମଦଙ୍କ ନିନ୍ଦା କରାଯାଇଥିବା କେତେଜଣ ମୁସଲମାନ କହିଥାନ୍ତି। ଭାରତରେ ଏକ କଶ୍ମୀରୀ ମୁସଲମାନ ପରିବାରରେ ଜନ୍ମିତ ରଶ୍‌ଡିଙ୍କୁ ଧରାଇଦେଲେ ବହୁ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଫଳରେ ୯ ବର୍ଷ ଯାଏ ଔପନ୍ୟାସିକ ବ୍ରିଟିଶ ପୋଲିସ ସୁରକ୍ଷାରେ ଲୁଚି ରହିଥିଲେ। ୯୦ ଦଶକ ଶେଷ ଭାଗରେ ଇରାନ ରାଷ୍ଟ୍ରପତି ମହମ୍ମଦ ଖାତମି ଫତଓ୍ବାଠାରୁ ନିଜକୁ ଦୂରେଇ ରଖିଥିଲେ। ତେବେ ଫତଓ୍ବାକୁ ପ୍ରତ୍ୟାହାର କରାଯାଇ ନାହିଁ ବୋଲି ପରବର୍ତ୍ତୀ ସୁପ୍ରିମ ଲିଡର ଆୟାତୋଲା ଅଲି ଖୋମନେଇ କହିବା ପରେ ୨୦୧୯ରେ ତାଙ୍କୁ ଟୁଇଟରରୁ ସସ୍ପେଣ୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri