ଗ୍ରାମୀଣ ଜୀବନ

ବିପିନ ବିହାରୀ ମହାନ୍ତି

 

ଗ୍ରାମାଞ୍ଚଳର ବିଶାଳ କଇଁ ପୋଖରୀ କେଉଁଠି ପୋତିହୋଇ ଗଲାଣି ତ ଆଉ କେଉଁଠି କଇଁଫୁଲକୁ ସଫାକରି ମାଛଚାଷ କରାଗଲାଣି। କଦବା କ୍ୱଚିତ୍‌ ଯେଉଁଠି କଇଁଫୁଲ ପୋଖରୀଟିଏ ରହିଛି ତାହା ଧୀରେଧୀରେ ଗାଁ ଲୋକଙ୍କ ସଚେତନତା ଅଭାବରୁ ଅଳିଆଗଦାର ଭ୍ରମ ସୃଷ୍ଟି କଲାଣି। ନାଳ, ଖାଲ, ଖମା, ଯୋର ଗାଡ଼ିଆ ଯେଉଁଠି କଇଁଫୁଲ ଫୁଟୁଥିଲା ସେସବୁକୁ ଗ୍ରାମାଞ୍ଚଳରେ ସକ୍ରିୟ ଥିବା ଭୂ-ମାଫିଆ ମାନେ ନିଜ ଚାଷଜମିରେ ମିଶାଇ ସାରିଲେଣି ବା ପୋତି ପକାଇଲେଣି। ଗାଁ ମାଟିର କ୍ଷତାକ୍ତ ପରିବେଶକୁ ବର୍ଣ୍ଣନା କରିବା ପାଇଁ କଇଁଫୁଲର ଦୁର୍ଦ୍ଦଶା ଏଠାରେ ପ୍ରତିକାମତ୍କ ପ୍ରସଙ୍ଗଟିଏ।
ଗାଁ ଶେଷ ମୁଣ୍ଡରେ ଥିବା ବିସ୍ତୀର୍ଣ୍ଣ ପଡ଼ିଆର କଥା କୁହନ୍ତୁ କିମ୍ବା ଏହି ପଡ଼ିଆରେ ଥିବା ଘଞ୍ଚ କିଆବୁଦାର କଥା, ଗାଁଠାରୁ ଗହୀର ଆଡ଼କୁ ଲମ୍ବିଯାଇଥିବା ରାସ୍ତାର ମାଳ ମାଳ ତାଳଗଛର କଥା କୁହନ୍ତୁ କିମ୍ବା ଏଇ ତାଳଗଛରେ ଝୁଲୁଥିବା ବାଇଚଢ଼େଇର ବସାର କଥା; ସମସ୍ତେ ଯେମିତି ନିଜର ଅସ୍ତିତ୍ୱ ରକ୍ଷା କରିବା ପାଇଁ ସଂଘର୍ଷରତ। ଆଉ କିଛିଦିନ ଗଲେ ହେଟାବାଘ, ବିଲୁଆ, ଶାଳିଆପତନି, କୋକି, ନେଉଳ ଇତ୍ୟାଦିଙ୍କୁ ଆମେ କେବଳ ନନ୍ଦନକାନନରେ ହିଁ ଦେଖିବାକୁ ପାଇବା। କାରଣ ଏମାନେ ବଞ୍ଚତ୍ରହିବା ପାଇଁ ଯେଉଁ ପରିବେଶର ଆବଶ୍ୟକତା ରହିଛି ତାହା ପ୍ରାୟ ଉଜୁଡ଼ି ଗଲାଣି। ଗ୍ରାମାଞ୍ଚଳରେ ଦେଖାଯାଉଥିବା ଅନେକ ପକ୍ଷୀ ଉଚ୍ଚବୃକ୍ଷର ଅଭାବରୁ ଆଉ ବସାବାନ୍ଧି ପାରୁନାହାନ୍ତି। ଫଳରେ ସେମାନେ ମଧ୍ୟ ଧୀରେ ଧୀରେ ନିଶ୍ଚିହ୍ନ ହେବାକୁ ବସିଲେଣି।
ସାଧାରଣତଃ ଗ୍ରାମାଞ୍ଚଳରେ ନିଶା ରାତିକୁ ଭୟ ଲାଗିଥାଏ। କିନ୍ତୁ ଆଜି ନିଶାରାତି ଅପେକ୍ଷା ନିଶାଡ଼ିମାନେ ଗ୍ରାମାଞ୍ଚଳରେ ବେଶି ଭୟର ବାତାବରଣ ସୃ୍‌ଷ୍ଟି କରୁଛନ୍ତି। କଥା କଥାକେ ଗଣ୍ଡଗୋଳ ମାରପିଟ। ଦିନଥିଲା ଗାଁର ବଡ଼ ବଡ଼ ବିବାଦ ଭାଗବତ ଟୁଙ୍ଗିରେ ସମାଧାନ ହେଉଥିଲା। କିନ୍ତୁ ଆଜି ବାଡ଼ିରୁ ଭେଣ୍ଡି, ବାଇଗଣ ଚୋରି ହେଲେ ଲୋକେ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଗ୍ରାମୀଣ ନ୍ୟାୟିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି। ପ୍ରତ୍ୟେକ ଗ୍ରାମରେ ରାଜନୀତି ପ୍ରବେଶ କଲାଣି। ଲୋକେ ଆଉ ଆଗଭଳି ସତ୍ୟ ଏବଂ ନ୍ୟାୟର ସମର୍ଥନ କରୁ ନାହାନ୍ତି। ଫଳରେ ପ୍ରତିଟି ଗାଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରି ଗ୍ରାମୀଣ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଗାଁରେ ହେଉଥିତ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗଭଳି ଲୋକମାନଙ୍କ ମଧ୍ୟରେ ଏକତା କି ଆଗ୍ରହ ନାହିଁ। ପାଲା, ଦାସକାଠିଆ, ଧୁଡୁକି ନାଚ, ଘୋଡ଼ା ନାଚ, କଣ୍ଢେଇ ନାଚ ଭଳି ପ୍ରାଚୀନ ସାଂସ୍କୃତିକ କାର୍ଯ୍ୟକ୍ରମ କଥା ଶୁଣିଲେ ଗାଁ ଲୋକମାନେ ନାକ ଟେକୁଛନ୍ତି। ଆଗଭଳି ଗାଁର ପ୍ରତ୍ୟେକ ପରିବାରରେ ଗୋରୁ ପାଳୁ ନାହାନ୍ତି। ଏକଥା ସତ୍ୟ ଯେ, କୃଷି କ୍ଷେତ୍ରରେ ଟ୍ରାକ୍ଟରର ପ୍ରୟୋଗ ଫଳରେ ବଳଦଙ୍କର ଆଉ ଆବଶ୍ୟକତା ପଡୁ ନାହିଁ। କିନ୍ତୁ ଆମେ ଘରେ ଗାଈଟିଏ ତ ପାଳି ପାରିବା। ହେଲେ ଗାଁ ଲୋକମାନେ ଧୀରେ ଧୀରେ ଗୋପାଳନ ପ୍ରତି ବିମୁଖ ହେଲେଣି। ବାଡ଼ିରେ ହାଟ ବସାଇବା ଉକ୍ତିଟି ଆଜି ଗ୍ରାମାଞ୍ଚଳରେ ଅପ୍ରାସଙ୍ଗିକ ମନେହୁଏ। ଏକ ସମୟରେ ପ୍ରତ୍ୟେକ ପରିବାରର ବାଡ଼ିରେ ପନିପରିବା ଚାଷ ହେଉଥିଲା। କିନ୍ତୁ ଆଜି ତାହା ମଧ୍ୟ ଦେଖିବାକୁ ମିଳୁ ନାହିଁ। ଯେଉଁମାନେ ପରିବା ଚାଷ କରୁଛନ୍ତି ସେମାନେ ବ୍ୟବସାୟିକ ଦୃଷ୍ଟିରୁ କରୁଛନ୍ତି, ବାକି ଲୋକମାନେ ନିଜ ଆଳସ୍ୟଗୁଣ ତଥା କର୍ମ ବିମୁଖତା ପାଇଁ ହାଟରୁ ପନିପରିବା କିଣୁଛନ୍ତି। ଫଳରେ ବର୍ଷସାରା ପରିବା ମୂଲ୍ୟରେ ହାତ ମାରି ହେଉ ନାହିଁ। ଉପରୋକ୍ତ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଗ୍ରାମୀଣ ଜୀବନ ଆଜି ଅବକ୍ଷୟମୁଖୀ। ଏହାର କାରଣ ହେଲା ଭୌତିକ ସୁଖକୁ ଜୀବନର ସର୍ବୋଚ୍ଚ ସୁଖ ବୋଲି ଧରିନେବା ଏବଂ ଏହି ସୁଖ କେବଳ ସହରରେ ଉପଲବ୍‌ଧ ବୋଲି ଅନୁଭବ କରିବା। ଯେଉଁମାନେ ସହରକୁ ଚାଲିଗଲେ ସେମାନେ ସେହି ସୁଖର ଅଧିକାରୀ ବୋଲି ଗର୍ବ କଲେ ଆଉ ଯେଉଁମାନେ ନ ଯାଇପାରି ଗାଁରେ ରହିଗଲେ ସେମାନେ ସେହି ସୁଖକୁ ଅନୁକରଣ କଲେ। ଏହି ଦୁଇ ଗୋଷ୍ଠୀର ମଣିଷମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହିଁ ଗ୍ରାମ୍ୟ ପରିବେଶ ବା ଗ୍ରାମ୍ୟ ସଂସ୍କୃତିର ଧ୍ୱଂସର କାରଣ।
ସାହାଡ଼ା, ଜାନକାଦେଇପୁର, ବୋରିକିନା, ଜଗତ୍‌ସିଂହପୁର, ମୋ:୯୪୩୮୨୮୨୮୨୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri