ଅବଲୁପ୍ତ ଗ୍ରାମାଞ୍ଚଳ ପାଠାଗାର

ଯାଜପୁର ଅଫିସ,୧୮ା୭: ରାଜ୍ୟରେ ପାଠାଗାର ନିର୍ଦ୍ଦେଶାଳୟ ନ ଥିବାରୁ ସର୍ବସାଧାରଣ ପାଠାଗାରର ପ୍ରଚାର ପ୍ରସାରରେ ଅନ୍ତରାୟ ହୋଇଛି। ଯାଜପୁର ଜିଲା ବିଞ୍ଝାରପୁରଠାରେ ଏକ ପଠନ କେନ୍ଦ୍ର ଗଠନ ନିମନ୍ତେ ଦାବି ହୋଇଆସୁଥିବା ବେଳେ ସରକାର କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଦୁଃଖର ବିଷୟ। ବିଭିନ୍ନ ହାଇସ୍କୁଲରେ ଥିବା ପାଠାଗାରଗୁଡିକ ଅନେକ ହଜାର ପୁସ୍ତକ ତତ୍ତ୍ୱାବଧାନ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ପ୍ରତିବର୍ଷ ରାଜା ରାମମୋହନ ରାୟ ଫାଉଣ୍ଡେଶନ ପକ୍ଷରୁ ଦିଆଯାଉଥିବା ପୁସ୍ତକ ହାଇସ୍କୁଲଗୁଡ଼ିକରେ ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହୁଛି। ଠିକ୍‌ ପରିଚାଳନା ଅଭାବରୁ ପାଠାଗାରକୁ ଛାତ୍ରୀଛାତ୍ରମାନେ ଆସୁ ନ ଥିବା ଦେଖାଯାଉଛି। ହାଇସ୍କୁଲ ପାଠାଗାରରେ ପିଲାମାନେ ଜ୍ଞାନଗର୍ଭକ ପୁସ୍ତକ ପାଠ କରି ନିଜର ଦୃଷ୍ଟିଭଙ୍ଗୀକୁ ବଢ଼ାଇ ପାରିବା ନେଇ ଲକ୍ଷ୍ୟ ରହିଛି। କିନ୍ତୁ ସେଥିପ୍ରତି ସରକାରଙ୍କ ସୁଚିନ୍ତିତ ଯୋଜନା ଅଭାବରୁ ତାହା ଫସରଫାଟି ଯାଇଛି। ପୁସ୍ତକ ଚୟନ କ୍ଷେତ୍ରରେ ପ୍ରଶାସନର ପ୍ରିୟାପ୍ରୀତି ମନୋବୃତ୍ତି ଯୋଗୁ ଉପାଦେୟ ପୁସ୍ତକ ବଦଳରେ ଅଦରକାରୀ ପୁସ୍ତକ କିଣାଯାଇ ସ୍କୁଲ ଲାଇବ୍ରେରି ଉପରେ ଲଦି ଦିଆଯାଉଛି। ଏ ସମ୍ପର୍କରେ ୧୦ ବର୍ଷଧରି ହୋଇ ଆସୁଥିବା ଅଭିଯୋଗ ପ୍ରତି ସରକାର ଦୃଷ୍ଟି ଦେଉ ନ ଥିବା ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ଏବଂ ଶିକ୍ଷାବିତ୍‌ମାନେ ରାଜ୍ୟ ସଂସ୍କୃତି ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଭିଯୋଗ ଅନୁସାରେ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ୧୨ଟି ସାଧାରଣ ଲାଇବ୍ରେରି ଅତୀତରେ ଥିବାବେଳେ ଏବେ ତାହା ଅବଲୁପ୍ତ ଅବସ୍ଥାରେ। କେତେକ ସ୍ଥାନରେ ଘର ଥିବାବେଳେ ପାଠାଗାର ଆଉ ନାହିଁ। ଜିଲା ସଂସ୍କୃତି ଅଧିକାରୀଙ୍କ ପାଖରେ ଏହାର ତାଲିକା ମଧ୍ୟ ନାହିଁ। ଜିଲାରେ ଏବେ ମାତ୍ର ୫ଟି ସର୍ବସାଧାରଣ ପାଠାଗାର ଦେଖିବାକୁ ମିଳେ। ଶତାଧିକ ପାଠାଗାର ଅବଲୁପ୍ତ ଅବସ୍ଥାରେ। ଅର୍ଦ୍ଧ ଅବଲୁପ୍ତ ପାଠାଗାରଗୁଡିକର ପୁନରୁଦ୍ଧାର ପାଇଁ ସରକାର ଉଦ୍ୟମ କଲେ ତାହା ପୁଣି ଶିକ୍ଷାର ଆଲୋକବର୍ତ୍ତୀ ହୋଇପାରନ୍ତା। ତତ୍ତ୍ୱାବଧାରକ ଅଭାବରୁ ପାଠାଗାରଗୁଡ଼ିକ ନଷ୍ଟ ହୋଇଯାଉଛି। ଗ୍ରାମାଞ୍ଚଳରେ ଶିକ୍ଷାର ବୃଦ୍ଧି ନିମନ୍ତେ ପ୍ରଶାସନିକ ଆନ୍ତରିକତା ପ୍ରକାଶ ପାଉ ନ ଥିବା ଦୁଃଖର ବିଷୟ ବୋଲି ପଣ୍ଡା ପ୍ରକାଶ କରିଛନ୍ତି। ସେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି କହିଛନ୍ତି ଯେ ହାଇସ୍କୁଲ ଗୁଡ଼ିକରୁ ଲୋପ ପାଇଯାଉଥିବା ପାଠାଗାରଗୁଡିକୁ ମୋ ସ୍କୁଲ ଅଭିଯାନରେ ସାମିଲ କରି ପୁନରୁଦ୍ଧାର କରାଯାଉ। ପୁରାତନ ଛାତ୍ରମାନଙ୍କୁ ଲାଇବ୍ରେରି ବ୍ୟବହାର କରିବାକୁ ସୁଯୋଗ ଦିଆଯାଉ। ମାସିକ ସ୍ବଳ୍ପ ପାରିଶ୍ରମିକ ଦିଆଯାଇ ସବୁ ଲାଇବ୍ରେରିରେ ଲାଇବ୍ରେରିଆନ ନିଯୁକ୍ତି କରାଯାଉ। ଏକ ପରିଚାଳନା କମିଟି ମାଧ୍ୟମରେ ପୁସ୍ତକ କିଣା ଯିବା ପାଇଁ ଚୟନ କରାଯିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରତି ବ୍ଲକରେ ସରକାରଙ୍କ ପକ୍ଷରୁ ଏକ ସର୍ବସାଧାରଣ ପାଠାଗାର ଓ ପଠନ କେନ୍ଦ୍ର ପ୍ରତିଷ୍ଠା କରାଯିବା ପାଇଁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?