ଅବଲୁପ୍ତ ଗ୍ରାମାଞ୍ଚଳ ପାଠାଗାର

ଯାଜପୁର ଅଫିସ,୧୮ା୭: ରାଜ୍ୟରେ ପାଠାଗାର ନିର୍ଦ୍ଦେଶାଳୟ ନ ଥିବାରୁ ସର୍ବସାଧାରଣ ପାଠାଗାରର ପ୍ରଚାର ପ୍ରସାରରେ ଅନ୍ତରାୟ ହୋଇଛି। ଯାଜପୁର ଜିଲା ବିଞ୍ଝାରପୁରଠାରେ ଏକ ପଠନ କେନ୍ଦ୍ର ଗଠନ ନିମନ୍ତେ ଦାବି ହୋଇଆସୁଥିବା ବେଳେ ସରକାର କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଦୁଃଖର ବିଷୟ। ବିଭିନ୍ନ ହାଇସ୍କୁଲରେ ଥିବା ପାଠାଗାରଗୁଡିକ ଅନେକ ହଜାର ପୁସ୍ତକ ତତ୍ତ୍ୱାବଧାନ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ପ୍ରତିବର୍ଷ ରାଜା ରାମମୋହନ ରାୟ ଫାଉଣ୍ଡେଶନ ପକ୍ଷରୁ ଦିଆଯାଉଥିବା ପୁସ୍ତକ ହାଇସ୍କୁଲଗୁଡ଼ିକରେ ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହୁଛି। ଠିକ୍‌ ପରିଚାଳନା ଅଭାବରୁ ପାଠାଗାରକୁ ଛାତ୍ରୀଛାତ୍ରମାନେ ଆସୁ ନ ଥିବା ଦେଖାଯାଉଛି। ହାଇସ୍କୁଲ ପାଠାଗାରରେ ପିଲାମାନେ ଜ୍ଞାନଗର୍ଭକ ପୁସ୍ତକ ପାଠ କରି ନିଜର ଦୃଷ୍ଟିଭଙ୍ଗୀକୁ ବଢ଼ାଇ ପାରିବା ନେଇ ଲକ୍ଷ୍ୟ ରହିଛି। କିନ୍ତୁ ସେଥିପ୍ରତି ସରକାରଙ୍କ ସୁଚିନ୍ତିତ ଯୋଜନା ଅଭାବରୁ ତାହା ଫସରଫାଟି ଯାଇଛି। ପୁସ୍ତକ ଚୟନ କ୍ଷେତ୍ରରେ ପ୍ରଶାସନର ପ୍ରିୟାପ୍ରୀତି ମନୋବୃତ୍ତି ଯୋଗୁ ଉପାଦେୟ ପୁସ୍ତକ ବଦଳରେ ଅଦରକାରୀ ପୁସ୍ତକ କିଣାଯାଇ ସ୍କୁଲ ଲାଇବ୍ରେରି ଉପରେ ଲଦି ଦିଆଯାଉଛି। ଏ ସମ୍ପର୍କରେ ୧୦ ବର୍ଷଧରି ହୋଇ ଆସୁଥିବା ଅଭିଯୋଗ ପ୍ରତି ସରକାର ଦୃଷ୍ଟି ଦେଉ ନ ଥିବା ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ଏବଂ ଶିକ୍ଷାବିତ୍‌ମାନେ ରାଜ୍ୟ ସଂସ୍କୃତି ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଭିଯୋଗ ଅନୁସାରେ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ୧୨ଟି ସାଧାରଣ ଲାଇବ୍ରେରି ଅତୀତରେ ଥିବାବେଳେ ଏବେ ତାହା ଅବଲୁପ୍ତ ଅବସ୍ଥାରେ। କେତେକ ସ୍ଥାନରେ ଘର ଥିବାବେଳେ ପାଠାଗାର ଆଉ ନାହିଁ। ଜିଲା ସଂସ୍କୃତି ଅଧିକାରୀଙ୍କ ପାଖରେ ଏହାର ତାଲିକା ମଧ୍ୟ ନାହିଁ। ଜିଲାରେ ଏବେ ମାତ୍ର ୫ଟି ସର୍ବସାଧାରଣ ପାଠାଗାର ଦେଖିବାକୁ ମିଳେ। ଶତାଧିକ ପାଠାଗାର ଅବଲୁପ୍ତ ଅବସ୍ଥାରେ। ଅର୍ଦ୍ଧ ଅବଲୁପ୍ତ ପାଠାଗାରଗୁଡିକର ପୁନରୁଦ୍ଧାର ପାଇଁ ସରକାର ଉଦ୍ୟମ କଲେ ତାହା ପୁଣି ଶିକ୍ଷାର ଆଲୋକବର୍ତ୍ତୀ ହୋଇପାରନ୍ତା। ତତ୍ତ୍ୱାବଧାରକ ଅଭାବରୁ ପାଠାଗାରଗୁଡ଼ିକ ନଷ୍ଟ ହୋଇଯାଉଛି। ଗ୍ରାମାଞ୍ଚଳରେ ଶିକ୍ଷାର ବୃଦ୍ଧି ନିମନ୍ତେ ପ୍ରଶାସନିକ ଆନ୍ତରିକତା ପ୍ରକାଶ ପାଉ ନ ଥିବା ଦୁଃଖର ବିଷୟ ବୋଲି ପଣ୍ଡା ପ୍ରକାଶ କରିଛନ୍ତି। ସେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି କହିଛନ୍ତି ଯେ ହାଇସ୍କୁଲ ଗୁଡ଼ିକରୁ ଲୋପ ପାଇଯାଉଥିବା ପାଠାଗାରଗୁଡିକୁ ମୋ ସ୍କୁଲ ଅଭିଯାନରେ ସାମିଲ କରି ପୁନରୁଦ୍ଧାର କରାଯାଉ। ପୁରାତନ ଛାତ୍ରମାନଙ୍କୁ ଲାଇବ୍ରେରି ବ୍ୟବହାର କରିବାକୁ ସୁଯୋଗ ଦିଆଯାଉ। ମାସିକ ସ୍ବଳ୍ପ ପାରିଶ୍ରମିକ ଦିଆଯାଇ ସବୁ ଲାଇବ୍ରେରିରେ ଲାଇବ୍ରେରିଆନ ନିଯୁକ୍ତି କରାଯାଉ। ଏକ ପରିଚାଳନା କମିଟି ମାଧ୍ୟମରେ ପୁସ୍ତକ କିଣା ଯିବା ପାଇଁ ଚୟନ କରାଯିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରତି ବ୍ଲକରେ ସରକାରଙ୍କ ପକ୍ଷରୁ ଏକ ସର୍ବସାଧାରଣ ପାଠାଗାର ଓ ପଠନ କେନ୍ଦ୍ର ପ୍ରତିଷ୍ଠା କରାଯିବା ପାଇଁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri