ଶାହରୁଖ ଖାନ୍‌ଙ୍କ ସହ ରୁଙ୍ଗ୍‌ଟା ଷ୍ଟିଲ୍‌ର ସହଭାଗିତା

ଭୁବନେଶ୍ୱର,୨।୧୦: ଦେଶର ଅଗ୍ରଣୀ ସମନ୍ବିତ ଇସ୍ପାତ ଓ ଟିଏମ୍‌ଟି ବାର୍‌ ନିର୍ମାତା ରୁଙ୍ଗଟା ଷ୍ଟିଲ୍‌ ପକ୍ଷରୁ ଏକ ନୂତନ ଟିଭି ବିଜ୍ଞାପନର ଶୁଭାରମ୍ଭ କରାଯାଉଛି। ବିଶେଷ କରି ଉକ୍ତ ବିଜ୍ଞାପନ ପାଇଁ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ସହ ରୁଙ୍ଗ୍‌ଟା ଷ୍ଟିଲ୍‌ର ସହଭାଗିତା ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହା ପୂର୍ବରୁ କମ୍ପାନୀ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ବ୍ରାଣ୍ଡ୍‌ର ଫେସ୍‌ (ଚେହେରା) ଭାବେ ପ୍ରଚାର କରୁଥିବା ବେଳେ ଉକ୍ତ ତାଲିକାରେ ଶାହରୁଖ ଖାନ୍‌ଙ୍କ ନାମ ଯୋଡ଼ି ହୋଇଛି।

ଅପରପକ୍ଷରେ ଶାହରୁଖ ଖାନ୍‌ଙ୍କ ଉପସ୍ଥିତି ବ୍ରାଣ୍ଡ୍‌କୁ ନୂତନ ଶିଖରରେ ପହଞ୍ଚାଇବ ବୋଲି କମ୍ପାନୀ ଆଶା କରିଛି, ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଓ ସବୁଠୁ ପ୍ରଭାବଶାଳୀ ସମନ୍ବିତ ଇସ୍ପାତ ବ୍ରାଣ୍ଡ୍‌ ଭାବେ ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ଉକ୍ତ ଟିଭି ବିଜ୍ଞାପନରେ ରୁଙ୍ଗଟା ଟିଏମ୍‌ଟି ବାର୍‌ ନିର୍ଦ୍ଧାରଣ କରୁଥିବା ଦୃଢ଼ତା ଓ ସ୍ବତନ୍ତ୍ର ଗୁଣକୁ ପ୍ରଦର୍ଶିତ କରାଯାଇଛି। ଯାହା ଶାହରୁଖଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସହ ସମାନ୍ତରାଳ ହୋଇପାରିଛି, ଅତୁଟ ସଂକଳ୍ପ, ମୂଲ୍ୟବୋଧ, ଅଭିଳାଷ ପାଇଁ ଶାହରୁଖ ବେଶ୍‌ ଜଣାଶୁଣା, ଯାହାକୁ ଉକ୍ତ ବିଜ୍ଞାପନର ମୂଳବାର୍ତ୍ତା ଭାବେ ପ୍ରଚାର କରାଯାଉଛି। ଉକ୍ତ ବିଜ୍ଞାପନ ପଛର ପରିକଳ୍ପନା ହେଉଛି ‘ଏକଦମ୍‌ ସଲିଡ୍‌ ଇଚ୍ଛାଶକ୍ତି’, ଯାହା ଶାହରୁଖଙ୍କ ଦୃଢ଼ତା ଓ ଉତ୍କର୍ଷ ପାଇଁ ନିରନ୍ତର ପ୍ରୟାସକୁ ଦର୍ଶାଉଛି।

ଏ ସମ୍ପର୍କରେ ରୁଙ୍ଗ୍‌ଟା ଷ୍ଟିଲ୍‌ର ମୁଖ୍ୟ ମହାପ୍ରବନ୍ଧକ (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ଅରବିନ୍ଦ କୁମାର କହିଛନ୍ତି, ବଲିଉଡର କିମ୍ବଦନ୍ତୀ ଅଭିନେତା ଶାହରୁଖ ଖାନ୍‌ଙ୍କ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଥିବାବେଳେ ଶାହରୁଖ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ଆମର ସଦ୍ୟତମ ବ୍ରାଣ୍ଡ୍‌ ଅଭିଯାନକୁ ଉପସ୍ଥାପନ କରି ଆମେ ବେଶ୍‌ ରୋମାଞ୍ଚତ୍ତ ଅଛୁ। ବିଶେଷକରି ବ୍ରାଣ୍ଡର ଗୁଣାତ୍ମକ ମାନ ଓ ବିଶ୍ୱାସ ପ୍ରତି ଆମ ସମର୍ପଣ ଭାବକୁ ଉକ୍ତ ସହଭାଗିତା ପ୍ରତିଫଳିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri