ରନ୍‌ ଚେଜ୍‌ ଦିଲ୍ଲୀ ପାଇଁ ଚିନ୍ତାଜନକ

ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରନ୍‌ ଚେଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତାଜନକ ହୋଇଛି ବୋଲି କୋଚ୍‌ ରିକି ପଣ୍ଟିଂ ସ୍ବିକାର କରିଛନ୍ତି। ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବା ପାଇଁ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। କ୍ରମାଗତ ୩ଟି ମ୍ୟାଚ ହାରିବାପରେ ଦିଲ୍ଲୀ ଏବେ ପ୍ଲେ-ଅଫ୍‌ ପାଇଁ ଚାପରେ ରହିଛି। ଏହା ମଧ୍ୟରେ ୨ଟି ମ୍ୟାଚ ରନ୍‌ ଚେଜ୍‌ କରି ହାରିଛି। ” ଆମେ ଯେତେବେଳେ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଉଛୁ ସେତେବେଳେ ପ୍ରତିପକ୍ଷ ଦଳ ଯେପରି ବଡ଼ ସ୍କୋର ନ କରିବ ସେଥିପ୍ରତି ନଜର ରଖିବାକୁ ହେବ। ସେଥିପାଇଁ ଆମକୁ ଭଲ ବୋଲିଂ କରିବାକୁ ପଡ଼ିବ, ଯାହାକି ଆମେ ଗତ କିଛି ମ୍ୟାଚରେ କରି ପାରିନାହୁଁ“ ବୋଲି ପଣ୍ଟିଂ କହିଛନ୍ତି। ଦିଲ୍ଲୀ ଏହାର ପରବର୍ତ୍ତୀ ୨ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଆମେ ଶୀଘ୍ର ୭ଟି ମ୍ୟାଚ ଜିତିବାପରେ ଲଗାତର ୩ଟିରେ ପରାଜିତ ହୋଇଛୁ। ଏବେ ଆମେ ଯୋଜନାବଦ୍ଧଭାବେ ଅବଶିଷ୍ଟ ୨ଟି ମ୍ୟାଚ ଖେଳିବୁ ବୋଲି ସେ ପ୍ରକାଶ କରିଛନ୍ତି। ଥରେ ବ୍ୟାକ୍‌ଫୁଟ୍‌କୁ ଚାଲି ଯିବାପରେ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିପାରିନାହିଁ ବୋଲି ପଣ୍ଟିଂ ସ୍ବିକାର କରିଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୨୦ ରନ ଚେଜ୍‌ କରିବାବେଳେ ଦିଲ୍ଲୀ ମାର୍କୁସ ଷ୍ଟୋଇନିସ ଓ ଶିମରନ ହେଟମେରଙ୍କୁ ବ୍ୟାଟିଂ ଅର୍ଡରରେ ଉପରେ ପଠାଇ ଅଧିନାୟକ ଶ୍ରେୟାସ ଆୟାରଙ୍କୁ ପଛରେ ରଖିଥିଲା। ପାଓ୍ବାର ପ୍ଲେରେ ସନ୍‌ରାଇଜର୍ସ ସମକକ୍ଷ ୭୭ ରନ ସଂଗ୍ରହ ଆମର ଲକ୍ଷ୍ୟ ଥିଲା। ଆମେ ଶୀଘ୍ର ଉଇକେଟ ହରାଇଲେ ମଧ୍ୟ ୬୫ରୁ ୭୦ ରନ ସ୍କୋର କରିବା ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନେଇଥିଲୁ। ଷ୍ଟୋଇନିସ ବଡ଼ ହିଟ୍‌ ମାରିବାର ଦକ୍ଷତା ରଖିଥିଲେ ହେଁ ନିର୍ଦ୍ଧିଷ୍ଟ ଦିବସରେ ବିଫଳ ହେଲେ। ଫଳରେ ଆମ ଯୋଜନା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ବୋଲି ପଣ୍ଟିଂ ପ୍ରକାଶ କରିଛନ୍ତି। ରିଦ୍ଧିମାନ ଶାହାଙ୍କ ୪୫ ବଲ୍‌ରୁ ୮୭ ରନ ଇନିଂସରେ ସେ ବିସ୍ମିତ ବୋଲି ପଣ୍ଟିଂ କହିଛନ୍ତି। ଆମେ ଜାଣିଥିଲୁ ଯେ ଜନି ବେୟାରଷ୍ଟୋଙ୍କ ସ୍ଥାନ କେନ୍‌ ଓ୍ବିଲିୟମସନ ନେଲେ ରିଦ୍ଧିମାନଙ୍କୁ ଉଇକେଟ କିପର ଭାବେ ସୁଯୋଗ ମିଳିବ। ଦୀର୍ଘଦିନପରେ ଫେରିଥିଲେ ହେଁ ରିଦ୍ଧିମାନ ସେ ଚମତ୍କାର ଖେଳିଲେ ବୋଲି ପଣ୍ଟିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri