ବିଦେଶରେ ଭାରତୀୟ ବଂଶୋଦ୍ଭବ ଶାସକ

ଆଣ୍ଟୋନିଓ କୋଷ୍ଟା,୨୭।୧୦: ଦିନ ଥିଲା ବ୍ରିଟିଶ୍‌ ଶାସକ ଭାରତକୁ ଶାସନ କରୁଥିଲେ। ସେ ସମୟରେ ବ୍ରିଟିଶ୍‌ମାନେ ଭାରତୀୟଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ମଧ୍ୟ କରୁଥିଲେ। ଲୋକଙ୍କୁ ନିର୍ଯାତନା ଦେବାରେ ସେମାନେ ସବୁ ସୀମା ଲଂଘି ଯାଉଥିଲେ। କିନ୍ତୁ ଆଜି ସମୟ ବଦଳିଯାଇଛି। ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କ ହାତକୁ ଆସିଛି ବ୍ରିଟେନ୍‌ର ଶାସନ ଡୋରି। ମଙ୍ଗଳବାର ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ବିଦେଶରେ ଭାରତୀୟ ବଂଶୋଦ୍ଭବମାନଙ୍କ କାନ୍ଧକୁ ଶାସନ ଦାୟିତ୍ୱ ଯିବା ନୂଆ କଥା ନୁହେଁ। ଅନେକ ଦେଶ ରହିଛି, ଯେଉଁଠାରେ ଭାରତୀୟ ବଂଶଧର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି।
ର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଜଣେ ଭାରତୀୟ ବଂଶୋଦ୍ଭବ।

୨୦୧୫ ନଭେମ୍ବର ୨୬ରୁ ଆଣ୍ଟୋନିଓ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି। ସେ ଏକାଧାରରେ ଜଣେ ଆଇନଜୀବୀ ଏବଂ ରାଜନେତା। ଆଣ୍ଟୋନିଓଙ୍କ ବାପା ଓର୍‌ଲାଣ୍ଡୋ ଡା କୋଷ୍ଟା ଗୋଆର କୋଷ୍ଟା ପରିବାରର ହୋଇଥିବାବେଳେ ମା’ ମାରିଆ ଆଣ୍ଟୋନିଓ କାଲ୍ଲା ପର୍ତ୍ତୁଗାଲ୍‌ର ବାସିନ୍ଦା। କୋଷ୍ଟା ପରିବାର ଗୋଆରେ ବାବୁଶ ଭାବେ ଗଣାଯାନ୍ତି। ୧୯୮୦ରେ ଆଣ୍ଟୋନିଓ ୟୁନିଭର୍ସିଟି ଅଫ୍‌ ଲେସ୍‌ବୋନ୍‌ରେ ଆଇନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ୧୯୯୭ରୁ ୧୯୯୯ ଆଣ୍ଟୋନିଓ ଗୁଟେରସ୍‌ ଯେତେବେଳେ ପର୍ତ୍ତୁଗାଲ୍‌ର ପ୍ରଧାନମନ୍ତ୍ରୀ ଥିଲେ ସେ ସମୟରେ କୋଷ୍ଟା ରାଜନୀତିକୁ ପ୍ରବେଶ କରିଥିଲେ।

ପ୍ରବିନ୍ଦ କୁମାର ଜୁଗନାଥ: ୨୦୧୭ରୁ ମରିସସ୍‌ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶଧର ପ୍ରବିନ୍ଦ କୁମାର ଜୁଗନାଥ। ୧୯୯୦ରେ ମିଲିଟାଣ୍ଟ ସୋସିଆଲିଷ୍ଟ ମୁଭ୍‌ମେଣ୍ଟ (ଏମ୍‌ଏସ୍‌ଏମ୍‌) ପାର୍ଟିରେ ସାମିଲ ହୋଇଥିଲେ। ସେ୧୯୬୧ ଡିସେମ୍ବର ୨୫ରେ ମରିସସ୍‌ର ଭାକୋସ୍‌-ଫୋଇନିକ୍ସର ଏକ ହିନ୍ଦୁ- ଆହିର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବାପା ଅନିରୁଦ୍ଧ ଜୁଗନାଥ ପେସାରେ ଓକିଲ ହୋଇଥିବାବେଳେ ତାଙ୍କ ମା’ ସରୋଜିନୀ ବାଲ୍ଲାହ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ।

ପୃଥ୍ବୀରାଜସିଂ ରୁପୁନ: ମରିସସ୍‌ର ରାଷ୍ଟ୍ରପତି ପୃଥ୍ବୀରାଜସିଂ ରୁପୁନ ଭାରତୀୟ ଆର୍ଯ୍ୟ ସମାଜୀ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି। ମରିସସ୍‌ ରାଷ୍ଟ୍ରପତି ଥିବା ପୃଥ୍ବୀରାଜ ଜଣେ ଭାରତୀୟ ବଂଶୋଦ୍ଭବ ଅଟନ୍ତି।
ତାଙ୍କ ପରିବାର ମୋରସେଲେମେଣ୍ଟରେ ରୁହନ୍ତି। ୧୯୮୩ରେ ପୃଥ୍ବୀରାଜ ପ୍ରଥମ ଥର ପାଇଁ ପଲିଟିକାଲ ପାର୍ଟିରେ ଯୋଗ ଦେଇଥିବାବେଳେ ୧୯୯୫ରେ ସେ ପ୍ରଥମ କରି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ।

ହଲିମାହ ୟାକୋବ୍‌: ସିଙ୍ଗାପୁରର ଅଷ୍ଟମ ଏବଂ ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ହଲିମାହ ୟାକୋବ୍‌ ଜଣେ ଭାରତୀୟ ବଂଶୋଦ୍ଭବ। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ହଲିମାହ ପାର୍ଲାମେଣ୍ଟ ବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ। ସିଙ୍ଗାପୁରର କୁଇନ୍‌ ଷ୍ଟ୍ରିଟ୍‌ରେ ତାଙ୍କ ଘର। ତାଙ୍କ ବାପା ଭାରତୀୟ ହୋଇଥିବାବେଳେ ମା’ ମଲାୟ ଅଟନ୍ତି। ହଲିମାହଙ୍କ ବାପା ଓ୍ବାଚ୍‌ମ୍ୟାନ୍‌ ଚାକିରି କରିଥିବାବେଳେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବାବେଳେ ଏକ ଚାଳିଆ ହୋଟେଲ କରି ସେଥିରୁ ଆୟ ଅର୍ଥରେ ପରିବାର ପ୍ରତିପୋଷଣ କରୁଥିଲେ।

ଚାନ୍‌ ସନ୍ତୋଖି: ସୁରିନାମର ପୂର୍ବତନ ପୋଲିସ ଅଧିକାରୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଚାନ୍‌ ସନ୍ତୋଖିଙ୍କ ଜନ୍ମ ୧୯୫୯ ଫେବୃୟାରୀ ୧୩ରେ।
୨୦୨୦ରେ ସେ ସୁରିନାମର ନବମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ସେ ଜଣେ ଇଣ୍ଡୋ-ସୁରନାମିଜ୍‌ ହିନ୍ଦୁ। ତାଙ୍କ ବାପା ବନ୍ଦରରେ କାର୍ଯ୍ୟ କରୁଥିବାବେଳେ ମା’ ଶପ୍‌ ଆସିଷ୍ଟାଣ୍ଟ ଚାକିରି କରିଥିଲେ।

ମହମ୍ମଦ ଇର୍‌ଫାନ୍‌ ଅଲ୍ଲୀ: ଗୁଏନାର ପ୍ରଥମ ମୁସଲମାନ ରାଷ୍ଟ୍ରପତି ହେଉଛନ୍ତି ମହମ୍ମଦ ଇରଫାନ୍‌ ଅଲ୍ଲୀ। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଏମ୍‌ପି ଓ ହାଉସିଂ ମିନିଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଇଣ୍ଡୋ-ଗୁଏନିଜ୍‌ ମୁସଲମାନ ପରିବାରରେ ଇରଫାନ୍‌ଙ୍କ ଜନ୍ମ। ୧୯୮୦ ଏପ୍ରିଲ ୨୫ରେ ଗୁଏନାର ଲେଓନୋରାରେ ତାଙ୍କ ଜନ୍ମ।
ଆମେରିକାରେ ଉପରାଷ୍ଟ୍ରପତି ଥିବା କମଲା ହାରିସ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଭଳି ପଦକୁ ଛାଡ଼ିଦେଲେ ଭାରତୀୟ ମୂଳ ଅନେକ ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri