ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଏହାସହ ଅମିତ ଖାରେ ଏବଂ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ପୁନଃ ନିଯୁକ୍ତ କରାଯାଇଛି। ୨୦୧୭ ପରଠାରୁ ଆୟୁଷ ମନ୍ତ୍ରଣାଳୟର ସଚିବ ରାଜେଶ କୋଟେଚାଙ୍କ ନିଯୁକ୍ତି ପରେ ତୃତୀୟଥର ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଲୋକ ସଭା(ସଚିବାଳୟ)ରେ କାର୍ଯ୍ୟରତ ସେକ୍ରେଟାରି ଜେନେରାଲ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଉପତ୍ଳ କୁମାର ସିଂଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସିଲେକସନ ବୋର୍ଡ (ପିଇଏସ୍‌ବି )ର ଅଧ୍ୟକ୍ଷା ମଲ୍ଲିକା ଶ୍ରୀନିବାସନ ଅବସର ଗ୍ରହଣ କରିବାର ଦିନ କେଇଟା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥିଲା ଏବଂ ସେ ଏହି ପଦବୀରେ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ରହିବେ। ଏହାସହ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ୬ବର୍ଷର କାର୍ଯ୍ୟକାଳ ଡିସେମ୍ବର ୧୦ରେ ଶେଷ ହେବାକୁ ଯାଉଛି। ଏବେ ତାଙ୍କ କାର୍ଯ୍ୟକାଳର ପୁନଃ ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କ୍ୟାବିନେଟ୍‌ର ନିଯୁକ୍ତି କମିଟି ଏ ବିଷୟରେ ଆଲୋଚନା କରିଛି । ଆଉ ଏକ କୌତୂହଳର ବିଷୟ ହେଉଛି, ଆର୍‌ବିଆଇ ଡେପୁଟି ଗଭର୍ନର ମାଇକେଲ ପାତ୍ରଙ୍କ କାର୍ଯ୍ୟକାଳ ଜାନୁଆରୀରେ ଶେଷ ହେବ। ଦାସ ହୁଅନ୍ତୁ କିମ୍ବା ପାତ୍ର ,ନେତୃତ୍ୱରେ ପରିବର୍ତ୍ତନ ହେବ ବୋଲି ପର୍ଯ୍ୟବେକ୍ଷକମାନେ ସହମତ। ବିଶେଷକରି ମୁଦ୍ରାସ୍ଫୀତିକୁ ଲଗାତର ନିୟନ୍ତ୍ରଣରେ ରଖିଥିବା ଦାସଙ୍କ ଭୂମିକାକୁ ଦେଖିଲେ ନେତୃତ୍ୱ ପରିବର୍ତ୍ତନ ସୁଧ ହାରରେ ଆର୍‌ବିଆଇର ଆଭିମୁଖ୍ୟକୁ ପ୍ରଭାବିତ କରିପାରେ।
ନାରାୟଣ ମୂର୍ତ୍ତିଙ୍କ ଅମଲାତନ୍ତ୍ର ଚିନ୍ତା
ଭାରତର ଯୁବକମାନଙ୍କୁ ସପ୍ତାହକୁ ୭୦ଘଣ୍ଟା କାର୍ଯ୍ୟ କରିବାକୁ ପରାମର୍ଶ ଦେବା ପରେ ଇନ୍‌ଫୋସିସ୍‌ ସହ-ପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି ବର୍ତ୍ତମାନ ଭାରତୀୟ ଅମଲାତନ୍ତ୍ର ଜଗତ ଆଡ଼କୁ ନଜର ପକାଇଛନ୍ତି। ତାଙ୍କ ବିଚାର ହେଉଛି, କେବଳ ୟୁପିଏସ୍‌ସି ପରୀକ୍ଷା ଉପରେ ନିର୍ଭରକରିବା ପରିବର୍ତ୍ତେ ଟପ୍‌ ବିଜ୍‌ନେସ୍‌ ସ୍କୁଲରୁ ଚୟନ କରି ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ନିଯୁକ୍ତ କରାଯାଉ। କାରଣ ଆମକୁ ୨୦୪୭ ସୁଦ୍ଧା ୫୦ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପହଞ୍ଚିବାକୁ ହେଲେ ଭାରତର ସିଭିଲ ସର୍ଭାଣ୍ଟମାନଙ୍କୁ ମ୍ୟାନେଜମେଣ୍ଟରେ କମ୍‌ ସମୟରେ ଅଧିକ ଶିଖିବା ଆବଶ୍ୟକ। ମୂର୍ତ୍ତିଙ୍କ ଏଭଳି ମନ୍ତବ୍ୟ କୌତୂହଳପ୍ରଦ। ଯଦି କର୍ପୋରେଟଗୁଡ଼ିକର ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ବିଲିୟନ ଡଲାରର ଉଦ୍ୟୋଗଗୁଡ଼ିକୁ ପରିଚାଳନା କରିପାରୁଛନ୍ତି, ତେବେ ଶାସନ ବ୍ୟବସ୍ଥାରେ କର୍ପୋରେଟ ଚମକ ସେମାନେ ଦେଇପାରିବେ ନାହିଁ କାହିଁକି? ମୂର୍ତ୍ତି ଯୁକ୍ତି ବାଢ଼ିିଛନ୍ତି ଯେ ଆମ ସରକାରୀ ବ୍ୟବସ୍ଥା ଅମଲାତାନ୍ତ୍ରିକ କେନ୍ଦ୍ରକୁ ସମର୍ଥନ କରୁଥିବାବେଳେ ବ୍ୟବସାୟିକ ନେତାମାନେ ମଧ୍ୟ ଏହା ହାସଲ କରିବା ପାଇଁ ଦୃଢ଼ ଆଶାୟୀ। ବିଜ୍‌ନେସ୍‌ ସହ ଜଡ଼ିତ ବାବୁମାନଙ୍କ ବିଷୟରେ ବିଚାରକରାଯିବା ଦରକାର। ମୋଦି ସରକାର ଅର୍ଥନୈତିକ ସଂସ୍କାର ଏବଂ ଆଧୁନିକୀକରଣକୁ ଗୁରୁତ୍ୱ ଦେଇଆସୁଥିବାରୁ ମୂର୍ତ୍ତି ବିଶ୍ୱାସ କରନ୍ତି ଯେ ପରିଚାଳନାଗତ ଯାଦୁକରୀ ଶକ୍ତିର ଏକ ପଦକ୍ଷେପ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରେ। ଏପରିକି କୃଷି, ପ୍ରତିରକ୍ଷା କିମ୍ବା ଉତ୍ପାଦନ ପରି କ୍ଷେତ୍ରଗୁଡିକର ଦାୟିତ୍ୱ ସଞ୍ଚାଳନ କରିବା ପୂର୍ବରୁ ସିଭିଲ ସର୍ଭାଣ୍ଟମାନେ ବ୍ୟବସାୟିକ ତାଲିମ ପାଇବା ଉଚିତ ବୋଲି ସେ ମତ ଦେଇଛନ୍ତି। କିନ୍ତୁ ପୂର୍ବରୁ ୟୁପିଏସ୍‌ସିର କଠିନ ପର୍ଯ୍ୟାୟକୁ ସହ୍ୟ କରିଥିବା ଆମ ପରମ୍ପରାବାଦୀ ବାବୁମାନେ ଏଥିରେ ସହମତ ହେବେ ତ?
ସିଙ୍ଗଡ଼ା ଓ ସୋସିଆଲ ମିଡିଆ ବିବାଦ
ଶାସନ କୌଶଳ କଥା ଆସିଲେ ହିମାଚଳ ପ୍ରଦେଶ ଏବଂ କେରଳ ଘଟଣା ହାସ୍ୟାସ୍ପଦ ମନେହୁଏ। ହିମାଚଳ ପ୍ରଦେଶରେ ଜାତିସଂଘର ଏକ ସମ୍ମାନଜନକ ପଦବୀ ଛାଡ଼ିଥିବା ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ବାଦି ଏସ୍‌ପି ଇଲମା ଆଫ୍ରୋଜ୍‌ଙ୍କ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ବେଆଇନ ଖଣି କାରବାର ଅଭିଯୋଗରେ ବିଧାୟକ ରାମ କୁମାର ଚୌଧୁରୀଙ୍କ ପରିବାର ସହ ଜଡ଼ିତ ଯାନଗୁଡ଼ିକ ଉପରେ ଜରିମାନା ଲଗାଇବାର ସାହସ କରିଛନ୍ତି। ତୁରନ୍ତ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଲା। ବିଧାନସଭାରେ ସ୍ବାଧିକାର ଭଙ୍ଗ ପ୍ରସଙ୍ଗ ଉଠିଲା ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଧ୍ୟତାମୂଳକ ଛୁଟିରେ ତାଙ୍କୁ ପଠଗଲା। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପାଇଁ ରଖାଯାଇଥିବା ସିଙ୍ଗଡ଼ା କେହି ନେଇଯାଇଥିବାରୁ ତାହା ଉପରେ ଗୁରୁତ୍ୱ ଦିଆଯାଇଛି, ହେଲେ କଠିନ ପରିଶ୍ରମୀ ଅଧିକାରୀଙ୍କୁ ଡ୍ୟୁଟିରେ ରଖିବା ଜରୁରୀ ହେଉନାହିଁ। ଅନ୍ୟପଟେ କେରଳରେ ଅନ୍‌ଲାଇନ ବିବାଦକୁ ନେଇ ୨ଜଣ ଆଇଏଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କେ. ଗୋପାଳକୃଷ୍ଣନ୍‌ ‘ମଲ୍ଲୁ ହିନ୍ଦୁ ଅଧିକାରୀ ’ ନାମକ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନକରି ବରିଷ୍ଠ ହିନ୍ଦୁ ଆଇଏଏସ୍‌ ଅଧିକାରୀଙ୍କୁ ସାମିଲ କରିଥିବାରୁ ଏହି ନାଟକ ଆରମ୍ଭ ହୋଇଥିଲା। ଉକ୍ତ ଗ୍ରୁପ୍‌କୁ ତୁରନ୍ତ ହଟାଇ ଦିଆଯାଇଥିଲେ ମଧ୍ୟ ବିବାଦ ଥମି ନ ଥିଲା। ଅନ୍ୟ ଜଣେ ଅଧିକାରୀ ଏନ୍‌. ପ୍ରଶାନ୍ତ ବରିଷ୍ଠ ଅଧିକାରୀ ଏ. ଜୟତିଳକଙ୍କ ବିରୋଧରେ ଅନେକ ଅଭିଯୋଗ ପୋଷ୍ଟକରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ମୁଖ୍ୟ ସଚିବ ସାରଦା ମୁରଲୀଧରନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଉଭୟ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ଗୋଟିଏ ରାଜ୍ୟ ସଚ୍ଚୋଟ ଅଧିକାରୀଙ୍କୁ ଛୁଟି ଦେବାରେ ବ୍ୟସ୍ତ ଏବଂ ଅନ୍ୟଟି ବାବୁଙ୍କ ମଧ୍ୟରେ ସୋସିଆଲ ମିଡିଆ ବିବାଦ ବନ୍ଦ କରିିବାରେ ଲାଗିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri