Posted inଫୁରସତ

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ ଏବଂ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଯୋଗଦେବେ। ସେଥିମଧ୍ୟରେ ରହିଛି ରକ୍‌ବ୍ୟାଣ୍ଡ୍‌ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଥିବା ଭାରତୀୟ ସଙ୍ଗୀତ ଜଗତର ଚର୍ଚ୍ଚିତ ‘ଅଗ୍ନି’ ବ୍ୟାଣ୍ଡ୍‌ ।

ଆମ ଦେଶରେ ମନୋରଞ୍ଜନ ପାଇଁ ଫିଲ୍ମ ସଙ୍ଗୀତର ଅଧିକ ଚାହିଦା ରହିଆସିଥିବାବେଳେ ନିଜସ୍ବ ଉଦ୍ୟମରେ ଆରମ୍ଭ ହୋଇଥିବା ବିଭିନ୍ନ ବ୍ୟାଣ୍ଡ ଏବେ ସଙ୍ଗୀତକୁ ଏକ ନୂଆ ଦିଗ ଦେଇଛି। ସେହି ବ୍ୟାଣ୍ଡଗୁଡ଼ିକ ମଧ୍ୟରୁ ଅନ୍ୟତମ ‘ଅଗ୍ନି’ ବ୍ୟାଣ୍ଡ। ଭାରତୀୟ ରକ୍‌ ବ୍ୟାଣ୍ଡ ଭାବେ ଏହା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତ ଏବଂ ରକ୍‌ ମ୍ୟୁଜିକ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛି। ୨୦୦୬ରେ ମୁମ୍ବାଇରେ ସଙ୍ଗୀତଜ୍ଞ କାନନ ମୋହନ ଏବଂ ଗିଟାର ବାଦକ କୌସ୍ତୁଭ ଧାଭାଲେ ଓରଫ କୋକୋଙ୍କ ଦ୍ୱାରା ଏହି ବ୍ୟାଣ୍ଡ ପ୍ରତିଷ୍ଠା ହୋଇଥିଲା। ଏହାର ପ୍ରଥମ ଆଲ୍‌ବମ୍‌ ୨୦୦୭ ମେ’ ୧୫ରେ ପୁଣେଠାରେ ସୋନୀ ବିଏମ୍‌ଜିରେ ପ୍ରଦର୍ଶିତ ହୋଇଥିଲା। ଅଗ୍ନି ବ୍ୟାଣ୍ଡ ଦେଶର ସର୍ବାଧିକ ପ୍ରଶଂସା ସାଉଁଟିଥିବା ଗୁରୁତ୍ୱପୂର୍ଣ୍ଣ ରକ୍‌ ବ୍ୟାଣ୍ଡମାନଙ୍କ ମଧ୍ୟରୁ ଅନ୍ୟତମ। ଉଦ୍ଦିପନା ସୃଷ୍ଟିକାରୀ ଲାଇଭ୍‌ ପ୍ରଦର୍ଶନ ଏବଂ ଭାରତୀୟ ସଙ୍ଗୀତର ଗଭୀର ମୂର୍ଚ୍ଛନା ସହିତ ଜଡ଼ିତ ସ୍ବର ପାଇଁ ଅଗ୍ନି ବେଶ୍‌ ଜଣାଶୁଣା। ବିଶେଷକରି ମୂଳ ସଙ୍ଗୀତର ଭାବ ନ ବଦଳାଇ ଏହାକୁ ଏକ ନୂତନ ଢଙ୍ଗରେ ପରିବେଷଣ କରିବା ଅଗ୍ନି ବ୍ୟାଣ୍ଡର ଲକ୍ଷ୍ୟ। ‘ସାଧୋ ରେ’ ଏବଂ ‘କବିରା’ ସଙ୍ଗୀତରେ ସେମାନଙ୍କ ଗାୟନ ଶୈଳୀ କମ୍‌ ସମୟ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ହିନ୍ଦୀ ଫିଲ୍ମ ଯଥା ଦିଲ୍‌ ଦୋସ୍ତି…ଏବଂ ସାଲାରେ ମଧ୍ୟ ସେମାନଙ୍କ ଗୀତ ସ୍ଥାନ ପାଇଛି। ସଙ୍ଗୀତ ପରିବେଷଣ ସହ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାରେ ଅଗ୍ନି ବ୍ୟାଣ୍ଡ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ନଷ୍ଟ ହେଉଥିବା ଜୈବ ବିବିଧତାକୁ କିପରି ରୋକାଯାଇପାରିବ ସେଦିଗରେ ଏହା କାର୍ଯ୍ୟ କରୁଛି। ଏହି ବ୍ୟାଣ୍ଡର ମୁଖ୍ୟ ଗାୟକ ମୋହନ କାନନ୍‌ ଜଳବାୟୁ ପରିବର୍ତ୍ତନ ସଚେତନତା ପାଇଁ ବାର୍ତ୍ତା ବଣ୍ଟୁଥିବା ଜଣେ ଅଗ୍ରଦୂତ। ଏହି ଟିମ୍‌ ସକାରାତ୍ମକ ପରିବର୍ତ୍ତନର ପ୍ରେରଣା ଦେଇଥାଏ। ବିଶେଷକରି ପୃଥିବୀର ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବାକୁ ଏହା ଆମକୁ ପ୍ରେରିତ କରିଥାଏ। ଅଗ୍ନି ଆଲବମ୍‌ରୁ ଯାତ୍ରା ଆରମ୍ଭ କରିଥିବା ଏହି ବ୍ୟାଣ୍ଡ ଏବେ ଟିଭିରେ ପ୍ରସାରିତ ବହୁ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ସହ ଯୋଡ଼ିହୋଇଯାଇଛି। ସୋନି ବିଏମ୍‌ଜି ସହିତ ଏହାର ଚୁକ୍ତି ସ୍ବାକ୍ଷରିତ ହୋଇଛି। ୨୦୧୨ରେ ଦ’ ଆଭେଞ୍ଜର୍ସ ଫିଲ୍ମରେ ସଙ୍ଗୀତ ରଚନା କରିଥିଲା। ଏହି ବ୍ୟାଣ୍ଡ ଇତିମଧ୍ୟରେ ଏମ୍‌ଟିଭି ଭିଡିଓ ସଙ୍ଗୀତ ପୁରସ୍କାର, ଗ୍ଲୋବାଲ ଇଣ୍ଡିଆନ୍‌ ମ୍ୟୁଜିକ ଆଓ୍ବାର୍ଡ ଏବଂ ସ୍ପାଇକ୍ସ ଏସିଆ ଆଓ୍ବାର୍ଡ ଭଳି ଅନେକ ପୁରସ୍କାର ସାଉଁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?