Posted inଜାତୀୟ

ଝାଡ଼ଖଣ୍ଡ ବିଧାନସଭା ନମାଜ କୋଠରୀରେ ତାଣ୍ଡବ ‘ଭଜନ-କିର୍ତ୍ତନ’ କରିବାକୁ ବସିଲେ ଭାଜପା ବିଧାୟକ

ରାଞ୍ଚି,୬ ।୯: ଝାଡ଼ଖଣ୍ଡ ବିଧାନସଭାରେ ସୋମବାର ତାଣ୍ଡବ ହୋଇଛି । ବିଧାନସଭା ପରିସରରେ ନମାଜ ପାଇଁ ଭିନ୍ନ କୋଠରୀ ଆଲଟମେଣ୍ଟକୁ ନେଇ ଏହା ହୋଇଛି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକମାନେ ହଙ୍ଗାମା କରିଛନ୍ତି । ନମାଜ ପାଇଁ ଯୋଗାଇ ଦିଆଯାଇଥିବା କୋଠରୀକୁ ରଦ୍ଦ କରିବାକୁ ଦାବି କରିଛନ୍ତି । କେବଳ ଏତିକି ନୁହେଁ ବିଧାନସଭା ପରିସରରେ ହିଁ ବିଧାୟକମାନେ ‘ଭଜନ-କିର୍ତ୍ତନ’ ଆରମ୍ଭ କରିଦେଇଥିଲେ । ସୋମବାର ସକାଳୁ ହିଁ ବିଧାନସଭାରେ ଭକ୍ତିର ମାହୋଲ ସୃଷ୍ଟି ହୋଇଥିଲା । ଭାଜପା ବିଧାୟକ ଢୋଲ-ଗିନି, ଘଣ୍ଟି ଆଦି ଧରି ବିଧାନସଭା ପରିସରରେ ପହଞ୍ଚିଥିଲେ । ସେଠାରେ ଭାଜପାର ବିଧାୟକମାନେ ‘ହରେ ରାମ ହରେ କୃଷ୍ଣ’, ‘ହର ହର ମହାଦେବ’ ଓ ‘ଜୟ ଶ୍ରୀରାମ’ ଧ୍ୱନିରେ ଚତୁର୍ଦ୍ଦିଗ କମ୍ପାଇ ଦେଉଥିଲେ । ଦେବଘରର ଭାଜପା ବିଧାୟକ ନାରାୟଣ ଦାସ ତ ପୂଜାରୀ ବେଶଭୂଷାରେ ପହଞ୍ଚିଯାଇଥିଲେ । ଭାଜପା ବିଧାୟକମାନେ ସଫା ସଫା କହିଥିଲେ କି ସେମାନଙ୍କ ବିରୋଧ ସେପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ନମାଜ ପାଇଁ ହୋଇଥିବା ରୁମ ଆଲଟମେଣ୍ଟ ଆଦେଶକୁ ରଦ୍ଦ କରି ଦିଆ ନ ଯାଇଛି । ଅଥବା ଅଲଗା ଅଲଗା ଧର୍ମ ପାଇଁ କୋଠରୀ ଯୋଗାଇ ଦିଆ ନ ଯାଇଛି । କେବଳ ବିଧାନସଭା ବାହାରେ ନୁହେଁ ଭିତରେ ବି ହଙ୍ଗାମା ହୋଇଛି । ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଭାଜପା ବିଧାୟକମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ ଓ ବେଲ ପର୍ଯ୍ୟନ୍ତ ଚାଲି ଯାଇଥିଲେ । ଏହାପରେ ସ୍ପିକର ରବିନ୍ଦ୍ର ନାଥ ମହତୋ ବିଧାୟକଙ୍କୁ ଫେରିଯିବାକୁ କହିଥିଲେ ହେଲେ ଏକଥା କେହି ଶୁଣି ନ ଥିଲେ । ଶେଷରେ ବିଧାନସଭାକୁ ସ୍ଥଗିତ ରଖାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri