ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ୬ ଜଣିଆ ଟିମ୍‌ ଗଠିତ

ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ କଲେଜ ପକ୍ଷରୁ ତଦନ୍ତ ପାଇଁ ୬ ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି। ଏଥିରେ ଆଣ୍ଟି ର଼୍ୟାଗିଂ କମିଟି, ଶୃଙ୍ଖଳା କମିଟି ଓ ସମସ୍ତ ବିଭାଗର ଅଧ୍ୟାପକ ଏଥିରେ ସାମିଲ ଅଛନ୍ତି। ର଼୍ୟାଗିଂ ନେଇ ରୁଚିକା ପୂର୍ବରୁ କୌଣସି ଅଭିଯୋଗ କରି ନ ଥିଲେ। ଖୁବଶୀଘ୍ର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ସ୍ଥଗିତ ରଖାଯାଇଛି। ସୋମବାରଠାରୁ ସେମିଷ୍ଟାର ହେବାକୁ ଥିବାବେଳେ ଆଜି ଓ କାଲି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପ୍ରତିବାଦ ସ୍ବରୂପ ରୁଚିକାଙ୍କ ପରିବାର ଲୋକ ଓ କିଛି ଛାତ୍ର ସଂଗଠନ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ର଼୍ୟାଗିଂ କରୁଥିବା ୩ ସିନିୟର ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦୃଢ଼ ଦାବି କରିଛନ୍ତି।