ଦଶହରାରେ ଖୋଲା ରହିବ ଆର୍‌ଟିଓ ଅଫିସ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ଗାଡି ରେଜିଷ୍ଟ୍ରେଶନ ପାଇଁ ଦଶହରାରେ ଆର୍‌ଟିଓ ଅଫିସ ଖୋଲା ରହିବ। ଏ ନେଇ ଏସ୍‌ଟିଏ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।
ସୂଚନା ମୁତାବକ, ୨୪ ଏବଂ ୨୬ ତାରିଖ ଦିନ ସମସ୍ତ ଆର୍‌ଟିଓ ଅଫିସ ଖୋଲା ରହିବ। ଉଭୟ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଅଫିସ ଖୋଲା ରହିବ।
ପ୍ରକାଶ ଯେ, କୋଭିଡ୍‌ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ। ହେଲେ ଭକ୍ତ ଏଥର ମା’ଙ୍କୁ ସିଧାସଳଖ ଦର୍ଶନ କରିପାରିବେ ନାହିଁ।